ଖୋର୍ଦ୍ଧାଜିଲ୍ଲା ବିଜେପି ପକ୍ଷରୁ ବିରାଟ ” ଜନ ସମ୍ପର୍କ ପଦଯାତ୍ରା”

ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ଟିକେଟ କାହାକୁ ମିଳିବ ଚାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ,ଚେବେ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଚଥା ଆଶାୟୀ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତ ରାୟ ଙ୍କୁ ଦଳ ଏଥର ଭରସା କରିବ ନା ବିଜେଡି ରୁ ସଦ୍ୟ ଆମଦାନୀ ନେତା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଟିକେଟ ଦେବ ତାହାକୁ ନେଇ ଦଳରେ କଦଳ ଓ ଦ୍ଵଦ ଯାରି ରହିଛି।ମାତ୍ର ସେପଟେ ବିଜେପି ନେତା ଶ୍ରୀ ଖଣ୍ଡାୟତ ରାୟ ଟିକେଟ ଘୋଷଣା ପୂର୍ବରୁ ନିଜର ଜୟ ଜୟେ କାର ସହିତ ବିଜେପି ଜିନ୍ଦାବାଦ ଆରମ୍ଭ କରିଛନ୍ତି।

ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କୁ ନେଇ ଖୋର୍ଦ୍ଧା ସହରରେ ନିଜର ଉପସ୍ଥିତି ଜାହିର କରିବା ସହିତ ନିଜର ବୃହତ୍ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏନେଇ ଆଶାୟୀ ପ୍ରାର୍ଥୀ ଶ୍ରୀ ଖଣ୍ଡାୟତ ରାୟ ଙ୍କ ନେତୃତ୍ବରେ ସ୍ଥାନୀୟ ମୁକୁଦପ୍ରସାଦ ଠାରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ।ଏହି ପଦଯାତ୍ରା ରେ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର , ରାଜ୍ୟ ସେଲ୍ ସଂଯୋଜକ ଶ୍ରୀରଞ୍ଜନ ମଙ୍ଗରାଜ, ସଭାନେତ୍ରୀ ଶୁଚିଶ୍ମିତା ବଡ଼ଜେନା, ଲକ୍ଷ୍ମୀ ଧର ମିଶ୍ର, ସିନେ ତାରକା ଅଖିଳ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।ଚେବେ ଷ୍ଟେଟ୍ ବ୍ୟାଙ୍କ ଛକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କୁ ଅଖଦେଖା କରି ଗାଡି ବୁଲାଇ ଚାଲି ଯାଇଥିବା କୁହାଯାଉଛି।

ସୂଚନା ଯୋଗ୍ୟ ଯେ, ନିକଟରେ ବିଜେପି ରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବା ନେଇ ଏକ କାର୍ଯ୍ୟକ୍ରମ ରେ ସାଂସଦ ଅପରାଜିତା ଘୋଷଣା କରିଥିଲେ।ଯାହାକୁ ନେଇ ବିଜେପି ସମର୍ଥକ ମାନେ ଅପରାଜିତା କୁ ସମାଲୋଚନା କରିଥିଲେ। ଏବଂ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ବିରୋଧ ପ୍ରଦର୍ଶନ କରିବା ସହିତ କାଳୁ ଖଣ୍ଡାୟତ ରାୟ ଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ। ମାତ୍ର ଗତ ଦୁଇଦିନ ପୂର୍ବେ ଟାଙ୍ଗି ବ୍ଳକ ବିଜେପି କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ରେ ଅପରାଜିତା ଯୋଗଦେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ଜଗଦେବ ଙ୍କ ନାମ ଖୁବ ଶିଘ୍ର ଘୋଷଣା ହୋଇଯିବ ବୋଲି କହିଥିଲେ।ଯାହାକୁ ନେଇ ପୁର୍ଣ୍ଣ ବାର କର୍ମ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୋୖଣସି ଆମ ଦାନୀ ନେତା ଙ୍କୁ ପ୍ରାର୍ଥୀ କରାଗଲେ ଚହାକୁ ବିରୋଧ କରାଯିବ ବୋଲି ମତ ପୋଷଣ ପାଇଥିଲା।

ଅନ୍ୟପଟେ ଅପରାଜିତା କୈାଣସି କାର୍ଯ୍ୟକ୍ରମ ରେ ଦେଖା ମିଳୁ ନଥିବା ଚର୍ଚା ଜୋର ଧରିଥିଲା। ବିଜେପି ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ବୋଲି କହିଥିଲେ ଦେଇ ଖୋର୍ଦ୍ଧା ବାସୀ ପରିବର୍ତନ ଚାହୁଁଛନ୍ତି ଏଣୁ ପ୍ରଧାନ ମନ୍ତ୍ରୀଙ୍କ ବିକାଶ ମୂଳକ ଯୋଜନାକୁ ଲୋକ ଚାହୁଁ ଛନ୍ତି ଏଣୁ ପରିବର୍ତନ ର ସୂର ଶୁଭା ଯାଉଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *