Category: ଦେଶ-ବିଦେଶ

  • ଏଫେଲ ଟାୱାରକୁ ପଛରେ ପକାଇଲା ଭାରତର ଚେନାବ ରେଳପୋଲ

    ଏଫେଲ ଟାୱାରକୁ ପଛରେ ପକାଇଲା ଭାରତର ଚେନାବ ରେଳପୋଲ

    ଭାରତ ରଚିଲା ଆଉ ଏକ କୀର୍ତ୍ତି। ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ହାସଲ କରିଛି  ଜମ୍ମୁ କାଶ୍ମୀରର ଚେନାବ ନଦୀ ଉପରେ ନିର୍ମିତ ଏହି ପୋଲ। ଆଉ ଏହା ଉପରେ ସଫଳତା ସହ ଗଡିଲା ଟ୍ରେନ। ଭାରତୀୟ ରେଳବାଇ ବିଶ୍ୱର ସର୍ବୋଚ୍ଚ ସ୍ଥଳିରେ ରେଲ ଲାଇନ ବିଛାଇବା ସହ ରେଳ ଗଡାଇ ରଚିଛି ଇତିହାସ । ଗତ ମାର୍ଚ୍ଚ 21 ତାରିଖରେ ଏହି ସର୍ବୋଚ୍ଚ ପୋଲ ଉପରେ ପରୀକ୍ଷଣ କରାଯାଇଛି। ଏଥିରେ 1200 ଶ୍ରମିକ ଓ 300 ଇଞ୍ଜିନିୟର 24 ଘଣ୍ଟା କାର୍ଯ୍ୟରତ ଥିଲେ। ପୂର୍ବରୁ 2019ସୁଦ୍ଧା ଏହି  ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଥିଲା।

    ଉଧାମପୁର ଶ୍ରୀନଗର ବାରାମୁଲ୍ଲା ରେଳ ଲାଇନ ଯୋଜନାରେ ପୋଲଟି ଗୁରୁତ୍ୱପୂର୍ଣ୍ଣ କତ୍ରା-ବନିହାଲ କ୍ଷେତ୍ରକୁ ସଂଯୋଗ କରିବ। ଏହି ରେଳ ପୋଲଟି ବିଶ୍ୱର ସର୍ବୋଚ୍ଚ ପୋଲର ମାନ୍ୟତା ପାଇଛି, କାରଣ ଏହା ଦିଲ୍ଲୀର କୁତବମିନାରଠାରୁ 5 ଗୁଣା ଉଚ୍ଚ ହୋଇଥିବା ବେଳେ ଏଫେଲ ଟାୱାରଠାରୁ 35 ମିଟର ଉଚ୍ଚ ରହିଛି। ବର୍ତ୍ତମାନ ସଡକ ପଥରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ପାଇଁ 11 ଘଣ୍ଟା ଲାଗୁଥିବା ବେଳେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ମାତ୍ର 5 ଘଣ୍ଟାରେ ସମ୍ଭବ ହେବ।

    ପୋଲ ନିର୍ମାଣ କାର୍ଯ୍ୟ 2004ରେ ଆରମ୍ଭ ହୋଇଥିଲା ଓ 2019ରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।  କିନ୍ତୁ 2008-2009 ମଧ୍ୟରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ତଥା ରିଆସି ଜିଲ୍ଳାରେ ପ୍ରବାହିତ ପ୍ରଖର ବାୟୁ ପ୍ରବାହ ପାଇଁ କାର୍ଯ୍ୟକୁ ମଝିରେ ବନ୍ଦ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ ପୋଲ କାର୍ଯ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲ ତଳେ ଏକ ତୋରଣର ନିର୍ମାଣିତ ହୋଇଛି, ଯାହା ଏତେ ଉଚ୍ଚର ପୋଲର ଭାର ସମ୍ଭାଳୁଛି।

    ନିର୍ମିତ ଏହି ରେଳ ପୋଲର ଲମ୍ବ 1,315 ମିଟର ହୋଇଥିବା ବେଳେ ନଦୀ ଶର୍ଯ୍ୟାରୁ 359 ମିଟର  ଉଚ୍ଚତା ରହିଛି। କୋଙ୍କଣ ରେଳବାଇ ମାଧ୍ୟମରେ ସାପୁର୍ଜି ପାଲ୍ଲୋନଜି ଗ୍ରୁପର ଭାଗିଦାରୀ ସଂସ୍ଥା ଆଫକୋନ୍ସ ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ୱାରା ପୋଲ ନିର୍ମାଣ କରାଯାଉଛି ଓ 1,250 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

    ପୋଲକୁ ଆଗାମୀ 120 ବର୍ଷକୁ ଆଖିରେ ରଖି କରାଯାଇଥିବା ବେଳେ ଏହା ଘଣ୍ଟା ପ୍ରତି 260 କିମି ବେଗ ପବନ ମାଡ ସମ୍ଭାଳି ପାରିବ। ପୋଲକୁ ଏମିତି ନିର୍ମାଣ କରାଯାଇଛି କି, ପ୍ରଖର ବାୟୁ ପ୍ରବାହ ସତ୍ତ୍ୱେ ଟ୍ରେନର ବେଗ ପୋଲ ଉପରେ 100 କିମି ପ୍ରତି ଘଣ୍ଟା ରହିଛି।

  • କୋରୋନା ନେଉଛି ଜୀବନ, ୨୪ ଘଣ୍ଟାରେ ରାଜ୍ୟ ଓ ଦେଶରେ କେତେ ?

    କୋରୋନା ନେଉଛି ଜୀବନ, ୨୪ ଘଣ୍ଟାରେ ରାଜ୍ୟ ଓ ଦେଶରେ କେତେ ?

    ଦିନକରେ ରାଜ୍ୟରେ ୫୪୨ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ଏବଂ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛି ଦିନ ହେବ ରାଜ୍ୟରେ କୋରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି । ରାଜ୍ୟରେ ୩୨୭୦ ସକ୍ରିୟ ସଂକ୍ରମିତ ଥିବାବେଳେ ୩୫୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହାର ଠାରୁ ସଂକ୍ରମିତ ହାର ଅଧିକ ରହୁଛି ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ ।

    ରାଜ୍ୟରେ କୋରୋନା ମୁକାବିଲା ପାଇଁ ସରକାର କଟକଣା ଲାଗୁ କଲେଣି । ରାଜ୍ୟରେ ଥିବା ସମସ୍ତେ ମେଡିକାଲରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସେହିଭଳି, ଭିଡ଼ ନ ଜମାଇ ତଥା ଜନଗହଳିପୂର୍ଣ୍ଣ ସ୍ଥାନରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି ।

    ସେପଟେ,ଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଦେଶରେ ୯୬୨୯ କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଦିନକରେ ୨୯ ଜଣଙ୍କ ଜୀବନ ନେଇଛି କୋରୋନା । ଦିନକରେ ସୁସ୍ଥ ହୋଇଛନ୍ତି ୧୧,୯୬୭ ଜଣ ଆକ୍ରାନ୍ତ ।

  • ପଞ୍ଜାବ ରାଜନୀତିର ଜଣେ ସୁଦକ୍ଷ ନେତା ଥିଲେ ପ୍ରକାଶ ସିଂ ବାଦଲ, ତାଙ୍କ ବିୟୋଗରେ 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷିତ

    ପଞ୍ଜାବ ରାଜନୀତିର ଜଣେ ସୁଦକ୍ଷ ନେତା ଥିଲେ ପ୍ରକାଶ ସିଂ ବାଦଲ, ତାଙ୍କ ବିୟୋଗରେ 2 ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷିତ

    ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଏକ ସପ୍ତାହ ତଳେ ମୋହାଲିର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଆଇସିୟୁରେ ଥିବା ବେଳେ ଗତକାଲ ରାତି 8.28 ମିନିଟରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ପଞ୍ଜାବର ଭଟିଣ୍ଡା ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

    ପ୍ରକାଶ ସିଂ ବାଦଲଙ୍କ ମୃତ୍ୟୁରେ ଦୁଇ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ ନେତା ଶୋକ ପ୍ରକାଶ କରିଛନ୍ତି ।

    ବୟସାଧିକ କାରଣରୁ ବାଦଲ ସକ୍ରିୟ ରାଜନୀତିରୁ ଦୂରେଇ ରହୁଥିଲ । ଗତବର୍ଷ ମଧ୍ୟ ତାଙ୍କ ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଧିକାଂଶ ସମୟରେ ତାଙ୍କ ଦେହ ଅସୁସ୍ଥ ରହୁଥିଲା ।

    ପ୍ରକାଶ ଗାଁ ସରପଞ୍ଚରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବେଳେ ଧିରେ ପଞ୍ଜାବ ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ନିଜର ଦକ୍ଷତା ଦେଖାଇଥିଲେ । ଏହାପରେ ସେ ପଞ୍ଜାବର 5 ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

    ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଏକ ଛୋଟିଆ ଗାଁ ଅବୁଲ କୁରାନାରେ ହୋଇଥିଲା । ସେ ପ୍ରଥମ କରି 1950 ମସିହାରେ ଅକାଳି ପାର୍ଟିର ସଦସ୍ୟ ଭାବେ ଯୋଗଦେବା ସହ ତାଙ୍କର ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ । 1957 ମସିହା ବେଳକୁ ତାଙ୍କର ବୟସ ଥିଲା 30 । ଆଉ ସେ 30 ବର୍ଷ ବୟସରେ ପ୍ରଥମ ଥର ପାଇଁ କଂଗ୍ରେସ ଦଳରୁ ଟିକେ ପାଇ ପଞ୍ଜାବ ବିଧାନସଭା ନିର୍ବାଚନରେ ଜିତିଥିଲେ ।

    ୧୯୨୭ ମସିହା ଡିସେମ୍ବର ୮ରେ ପଞ୍ଜାବର ଅବୁଲ କୁରାନା ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେ ୧୯୫୦ରେ ଅକାଳି ଦଳ ପାର୍ଟିର ସଦସ୍ୟ ଭାବେ ନିଜ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲା। ୧୯୫୭ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଞ୍ଜାବର ବିକାଶ ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହାପରେ ତାଙ୍କର ରାଜନୀତି କ୍ୟାରିୟରରେ ଅନେକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡିହୋଇଯାଇଥିଲା ।

  • ସୁଦାନ ସଙ୍କଟ: ପ୍ରଥମ ଦଫାରେ ୨୭୮ ଉଦ୍ଧାର

    ସୁଦାନ ସଙ୍କଟ: ପ୍ରଥମ ଦଫାରେ ୨୭୮ ଉଦ୍ଧାର

    ସୁଦାନରେ ପାରାମିଲିଟାରୀ ଓ ମିଲିଟାରୀ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଭାରତ ସରକାରଙ୍କ ଅପରେସନ କାବେରୀ ଅନ୍ତର୍ଗତ 278 ଭାରତୀୟଙ୍କୁ ଜଳ ପଥରେ ସ୍ୱଦେଶ ଫେରାଇ ଅଣାଯାଉଛି। ସୁଦାନ ବନ୍ଦରରୁ ଜଳପଥରେ ଆଇଏନଏସ ସୁମେଧା ଏହି ଭାରତୀୟଙ୍କୁ ସାଉଦୀ ଆରବର ଜେଦାହ ଯାତ୍ରା କରିଛି। ସାଉଦୀ ଆରବରୁ ସେମାନଙ୍କୁ ବିମାନଯୋଗେ ଭାରତ ଅଣାଯିବ, ଏନେଇ ସୂଚନା ଦେଇଛି ବିଦେଶ ମନ୍ତ୍ରଣାଳୟ।

    ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ଭିତରେ ଜାରି ଯୁଦ୍ଧ ସୁଦାନକୁ ଅଶାନ୍ତ କରି ଦେଇଛି । ଆମେରିକା ଓ ସାଉଦୀ ଆରବର ମଧ୍ୟସ୍ଥଦା ପରେ ଉଭୟ ପକ୍ଷ 3 ଦିନ ପାଇଁ ଯୁଦ୍ଧରେ ବିରତି ଘୋଷଣା କରିଛନ୍ତି। ଏହି ସମୟରେ ସେଠାରେ ଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ସମ୍ଭବ ହୋଇପାରିବ। 400ରୁ ଆଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ହଜାର ଭାରତୀୟ ସେଠାରେ ଭୟ ଓ ଆତଙ୍କ ଭିତରେ କାଳାତିପାତ କରୁଛନ୍ତି।

    ସେମାନଙ୍କୁ ଉଦ୍ଧାର କରିବାକୁ ସରକାର ପକ୍ଷରୁ ଅପରେସନ କାବେରୀ ଆରମ୍ଭ କରାଯାଇଛି। 72 ଘଣ୍ଟାର ଯୁଦ୍ଧ ବିରତି ଘୋଷଣା ହୋଇଛି। ସୋମବାର ଏହି ଘୋଷଣା ପରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର ସୂଚନା ଦେଇଛନ୍ତି କି, ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ବାହାର କରିବାକୁ ଅପରେଶନ କାବେରୀର ଆରମ୍ଭ କରାଯାଇଛି, ଯେଉଁଥିରେ 500 ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିସାରିଛନ୍ତି।

  • ଜେଲ ନିୟମରେ ପରିବର୍ତ୍ତନ ବାହୁବଳୀ ନେତାଙ୍କ ପାଇଁ ବରଦାନ

    ଜେଲ ନିୟମରେ ପରିବର୍ତ୍ତନ ବାହୁବଳୀ ନେତାଙ୍କ ପାଇଁ ବରଦାନ

    ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିହାରର ବାହୁବଳୀ ନେତା ଆନନ୍ଦ ମୋହନ ସିଂହଙ୍କୁ ନେଇ ଘେରିହୋଇପଡିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଗଳା ବାଟ ଦେଇ ମୁଖ୍ୟମନ୍ତ୍ରୀ ହତ୍ୟା ଅପରାଧୀକୁ ଜେଲରୁ ବାହାର କରିଥିବା ତଥା ଆରଜେଡି ପାଲରେ ପସି ଏପରି କରିଥିବା ଆଭିଯୋଗ କରିଛନ୍ତି ବିଏସପି ଓ ବିଜେପି ନେତା।

    1994ରେ ଗୋପାଳଗଞ୍ଜର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଭିଡ ହିଂସାରେ ହତ୍ୟା କରାଯାଇଥିଲା। ଯେଉଁଥିରେ ବିହାର ପିପୁଲ୍ସ ପାର୍ଟିର ପ୍ରତିଷ୍ଠାତା ଆନନ୍ଦ ମୋହନ ସିଂହଙ୍କର ହାତ ଥିବା କୋର୍ଟରେ ପ୍ରମାଣିତ ହୋଇଥିଲା। ଏହି ମାମଲାରେ ଆନନ୍ଦଙ୍କୁ ପ୍ରଥମେ 2007ରେ ବିହାରର ଏକ ତଳ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ପରେ 2008ରେ ହାଇକୋର୍ଟ ତାଙ୍କ ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ। 2012ରେ ଆନନ୍ଦ ସୁପ୍ରିମ କୋର୍ଟକୁ ଯାଇଥିଲ ମଧ୍ୟ ସେଠାରୁ ତାଙ୍କୁ ନିରାଶ ହେବାକୁ ହୋଇଥିଲା। 

    ଏହା ମଧ୍ୟରେ 15 ବର୍ଷ ଅତିବାହିତ ହେଲାଣି ଓ ଆନନ୍ଦ ଜେଲରେ କାଳାତିପାତ କରିଥିବା ବେଳେ ନିକଟରେ ତାଙ୍କ ପୁଅର ନିର୍ବନ୍ଧ ପାଇଁ ପାରୋଲରେ ବାହାରିଥିଲେ। ତେବେ ବିହାର ସରକାର ଜେଲ ନିୟମ 2012ରେ ପରିବର୍ତ୍ତନ ଆଣିବାରୁ ଜେଲରେ ଥିବା 14ରୁ 20 ବର୍ଷ ଅତିବାହିତ କରିଥିବା ବନ୍ଦୀଙ୍କୁ ମୁକ୍ତ କରାଯାଇ ପାରିବ।  ଏହି କ୍ରମରେ ଆନନ୍ଦଙ୍କ ସମେତ 27 ଦୋଷୀଙ୍କୁ ବାହାର କରିବୁ ବିଜ୍ଞପ୍ତି ପ୍ରକାଶ ପାଇଛି।

    ହେଲେ ବିଜେପି, ବିଏସପି ବିହାର ସରକାରର ଏହି ପଦକ୍ଷେପକୁ ଗ୍ରହଣ କରି ପାରୁ ନାହିଁ ଓ ଆରମ୍ଭ ହୋଇଯାଇଛି ରାଜନୀତି। ଆରଜେଡି ଚାଲ୍‌ରେ ଫସି ନୀନୀଶ କୁମାର ଏପରି ପଦକ୍ଷେପ ଗ୍ରହଣ କରୁଥିବାରୁ ତାଙ୍କୁ ଲଜ୍ଜା ଲାଗିବା ଉଚିତ ବୋଲିବିଜେପି ଆଇଟି ସେଲ୍‌ ପକ୍ଷରୁ ଟ୍ୱିଟ କରାଯାଇଛି। ବିଏସପି ସୁପ୍ରିମୋ ମାୟାବତୀ ନୀତିଶଙ୍କୁ ଟାର୍ଗେଟ କରି କହିଛନ୍ତି କି, ସେ ଜଣେ ସଚ୍ଚୋଟ ଦଳିତ ନେତାଙ୍କୁ ହତ୍ୟା କରିଛନ୍ତି। ତାଙ୍କୁ ମୁକୁଳାଇବା ଦ୍ୱାରା ସମାଜକୁ ଖରାପ ବାର୍ତ୍ତା ଯିବ। ଯାହା ଉପରେ ଜେଡିୟୁ ପ୍ରତିକ୍ରିୟାଶୀଳ ହୋଇ କହିଛି, ମାୟା ୟୁପି ଆଇନ ଶୃଙ୍ଖଳା ଉପରେ ଚିନ୍ତା କରନ୍ତୁ। ବିହାରକୁ ନେଇ ମୁଣ୍ଡ ଖେଳେଇବାର ଆବଶ୍ୟକତା ନାହିଁ।

  • ବରଗଡ଼ରୁ ଛତିଶଗଡ଼, କେତେ ଦୌଡ଼ିବ ଗୁଡ୍ଡୁ ? ସବୁଠି ଜାଲ ବିଛାଇଲା ପୋଲିସ

    ବରଗଡ଼ରୁ ଛତିଶଗଡ଼, କେତେ ଦୌଡ଼ିବ ଗୁଡ୍ଡୁ ? ସବୁଠି ଜାଲ ବିଛାଇଲା ପୋଲିସ

    ୟୁପି ଗ୍ୟାଙ୍ଗଷ୍ଟର ଆତିକ୍ ଅହମ୍ମଦର ଖାସ୍ ତଥା ମୁଖ୍ୟ ସହଯୋଗୀ ଗୁଡ୍ଡୁ ମୁସଲିମ୍ କେଉଁଠି । ଆତିକର ହତ୍ୟା ପରେ ଏବେ ୟୁପି ପୋଲିସକୁ ଟେନସନ୍ ଦେଇଛି ଗୁଡ୍ଡୁ । ତାକୁ ଧରିବା ପାଇଁ ନାକେଦମ୍ ହେଲାଣି ପୋଲିସ । ସମୟ ଅନୁସାରେ ଲୋକେସନ୍ ବଦଳାଉଛି ‘ବୋମା ବିଶେଷଜ୍ଞ’। ହେଲେ ଦିନେ ନା ଦିନେ ତ ମାଡ଼ି ବସିବ ପୋଲିସ ।

    ଓଡ଼ିଶାରେ ୧୨ ଦିନ ଥିଲା ଗ୍ୟାଙ୍ଗଷ୍ଟର ଗୁଡ୍ଡୁ । ଏପ୍ରିଲ ୨ରୁ ୧୩ ତାରିଖ ଯାଏ ବରଗଡ଼ରେ ଲୁଚିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏବେ କିନ୍ତୁ ବରଗଡ଼ରୁ ସିଧା ଛତିଶଗଡ଼ ପଳାଇଥିବା ନେଇ ଖବର ମିଳୁଛି । ମିରଟ,ଆଜମେର,ଝାନସୀ ଏବଂ ନାସିକ ପରେ ପୁନେ ଯାଇଥିଲା । ଶେଷରେ ବରଗଡ଼ ଆସିଥିଲା ଗୁଡ୍ଡୁ । STFକୁ ଚକମା ଦେଇ ବିଭିନ୍ନ ଜାଗା ବଦଳାଉଥିଲା । ବରଗଡ଼ରେ ଏକ ବ୍ୟାଗ୍ ଛାଡ଼ି ପଳାଇଥିବା ରିପୋର୍ଟରେ କୁହାଯାଇଛି । STF ଜେରା ବେଳେ ଗୁଡ୍ଡୁର ପ୍ରମୁଖ ସହଯୋଗୀ ରାଜା ଖାନ ଏଭଳି ସୂଚନା ଦେଇଛି ।

    ପ୍ରଥମେ ପୁରୀ ଆଉ ତାପରେ ବରଗଡ଼ । ଏଭଳି ଲିଙ୍କ୍ ସାମ୍ନାକୁ ଆସିବା ପରେ ରାଜ୍ୟ ପୋଲିସ ତତ୍ପରତା ଦେଖାଇଛି । ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ବରିଷ୍ଠ ତଥା ବଛାବଛା ଅଫିସରଙ୍କୁ ନେଇ ବୈଠକ ହୋଇଛି । ଘଟଣା ସମ୍ପର୍କରେ ବିଚାର ବିମର୍ଷ ମଧ୍ୟ ହୋଇଛି ।

    ସେପଟେ, ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିଲା ରାଜା ଖାନ୍ । ତା ପାଖକୁ STF ଟିମ୍ ଆସିଥିଲା । ଗୁଡ୍ଡୁ ମୁସଲିମର ଡ୍ରାଇଭର ସହ ରାଜା ଖାନର ଲିଙ୍କ୍ ରହିଛି ଲିଙ୍କ । ଏବେ ଗୁଡ୍ଡୁ କେଉଁଠି ଲୁଚିବ, ଧରିବା ପାଇଁ ସବୁଠି ଜାଲ ବିଛାଇଛି ୟୁପି ପୋଲିସ ।

  • ସମଲିଙ୍ଗି ବିବାହକୁ ମାନ୍ୟତା: ଚତୁର୍ଥ ଦିନର ଶୁଣାଣି କିପରି ଥିଲା?

    ସମଲିଙ୍ଗି ବିବାହକୁ ମାନ୍ୟତା: ଚତୁର୍ଥ ଦିନର ଶୁଣାଣି କିପରି ଥିଲା?

    ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଦାବି ନେଇ ଦାୟର ଯାଚିକା ଉପରେ ମଙ୍ଗଳବାର 4ର୍ଥ ଦିନର ଶୁଣାଣି କାଳରେ ସୁପ୍ରିମ କୋର୍ଟଙ୍କ ପାଞ୍ଚ ଜଣିଆ ସମ୍ବିଧାନିକ ପୀଠ ସମ୍ମୁଖରେ ଯାଚିକା କର୍ତ୍ତାଙ୍କ ଓକିଲ ବିବାହକୁ ଏକ ଜାଦୁଗରୀ ଶବ୍ଦ କହିଛନ୍ତି। ନିଜର ଆଜିର ଯୁକ୍ତି ଉପସ୍ଥାପନ କରିବା ପରେ ସେ ଏହା କହିଛନ୍ତି। ଏଥିସହ ସେ କହିଛନ୍ତି କି, ବିବାହର ଆମ ସମ୍ମାନ ସହ ବଞ୍ଚିବା ଓ ଜୀଇଁବା ଶୈଳୀ ସହ ରଦିଛି ସିଧା ସମ୍ପର୍କ। ଯାଚିକାକର୍ତ୍ତାଙ୍କ ଓକିଲ ଗୀତା ଲୁଥରା କହିଛନ୍ତି କ, ସମଲିଙ୍ଗି ବିବାହ କରିବାକୁ ଇଚ୍ଛାୟୀଙ୍କୁ ବିବାହରୁ ବଞ୍ଚିତ କରିବା ମହିଳାଙ୍କୁ ଭୋଟ ଦାନରୁ ବଞ୍ଚିତ କରିବା ପରି। ପୂର୍ବରୁ ମଧ୍ୟ ଲିଙ୍ଗ ଆଧାରରେ ମହିଳାଙ୍କୁ ଭୋଟଦାନରୁ ବଞ୍ଚିତ କରାଯାଇଥିଲା।  

    ଲୁଥରା ଆହୁରି କୋର୍ଟଙ୍କୁ ଜଣାଇଛନ୍ତି କି, ବର୍ତ୍ତମାନ ଦେଶରେ ଜି-20 ସମ୍ମିଳନୀ ଚାଲିଛି।  ଏହାକୁ ନେଇ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଜି-20ର 12ଟି ରାଷ୍ଟ୍ର ସମଲିଙ୍ଗି ବିବାହକୁ ଅନୁମୋଦନ ଦେଇସାରିଛନ୍ତି। ଆମେ ପଛରେ ରହି ପାରିବୁ ନାହିଁ।

    ସେପଟେ, କେନ୍ଦ୍ର ସରକାର ଏହାକୁ ବିରୋଧ କରୁଛନ୍ତି। ସରକାର ପ୍ରଥମେ ଯୁକ୍ତି ବାଢିଲେ ଏହା ଭାରତୀୟ ସଂସ୍କୃତିର ଉଲ୍ଲଙ୍ଘନ। ପରେ କହିଲେ ବିବାହକୁ ମାନ୍ୟତା ଦେବା ସଂସଦର କାମ। ଏନେଇ ବାର୍‌ କାଉନସିଲ ଅଫ ଇଣ୍ଡିଆ (ବିସିସିଆଇ) ମଧ୍ୟ ବିଭିନ୍ନ ରାଜ୍ୟର ବାର୍‌ କାଉନସିଲ ସହିତ ମିଳିତ ବୈଠକ କରି ଏକ ସଂକଳ୍ପ ପାରିତ କରିଛି, ଯେଉଁଥିରେ ସମଲିଙ୍ଗି ବିବାହର ମାନ୍ୟତା ପ୍ରସଙ୍ଗକୁ ସଂସଦ ଉପରେ ଛାଡିବା ଉଚିତ ବୋଲି କୁହାଯାଇଛି।

  • ମୋବାଇଲ୍ ନିଶା ହେଲା କାଳ, ବିସ୍ଫୋରଣରେ ଗଲା ନାବାଳିକା ଜୀବନ

    ମୋବାଇଲ୍ ନିଶା ହେଲା କାଳ, ବିସ୍ଫୋରଣରେ ଗଲା ନାବାଳିକା ଜୀବନ

    ଆପଣ ମୋବାଇଲ୍ ବ୍ୟବହାର କରୁଛନ୍ତି କି ? ଟିକେ ସାବଧାନ । କେତେବେଳେ ବି ବିସ୍ଫୋରଣ ହୋଇପାରେ । ମୋବାଇଲରେ ବ୍ୟବହୃତ ବ୍ୟାଟେରୀ ଡେମେଜ୍ ଅଛି କି ? ତୁରନ୍ତ ବ୍ୟାଟେରୀ ବଦଳାଇ ଦିଅନ୍ତୁ । ମୋବାଇଲ୍ ଦୀର୍ଘଦିନ ବ୍ୟବହାର କରୁଥିଲେ ଟିକେ ସାବଧାନତା ଅବଲମ୍ବନ କରନ୍ତୁ । ଆଜିକାଲି ଅଧିକାଂଶ ସ୍ଥାନରେ ମୋବାଇଲ୍ ବିସ୍ଫୋରଣ ଖବର ଆସୁଛି । ଏଥିରେ କାହାର ବି ଜୀବନ ଯାଇପାରେ ।

    ଏମିତି ଏକ ଦୁଃଖଦ ଘଟଣା ଘଟିଛି କେରଳର ଥିରୁଭିଲଭାମାଲାରେ । ୮ ବର୍ଷୀୟା ନାବାଳିକା, ନାଁ ତାର ଆଦିତ୍ୟଶ୍ରୀ । ମୋବାଇଲ ଦେଖାରେ ମାତିଥିଲା । ପୁଣି ରାତି ସାଢ଼େ ୧୦ଟାରେ ମୋବାଇଲ୍ ମଜା ନେଉଥିଲା । ପିଲାଳିଆ ମନ, ମୋବାଇଲରେ ଖେଳ ଚାଲିଥିଲା । ହେଲେ କିଏ ଜାଣିଥିଲା, ଜୀବନରେ ଆଉ କେବେ ମୋବାଇଲ୍ ଧରିପାରିବନି । କିଏ ଜାଣିଥିଲା ଦୁନିଆରୁ ସେ ଚାଲିଯିବ ।

    ମୋବାଇଲ୍ ଦେଖୁଦେଖୁ ହଠାତ୍ ବିସ୍ଫୋରଣ ହେଲା । ମୋବାଇଲ୍ ପାର୍ଟସ ଏଣେତେଣେ ଛିଟିକି ପଡ଼ିଲା । ନାବାଳିକା ମୁହଁ ନିକଟରେ ହିଁ ବିସ୍ଫୋରଣ ହେଲା । ଆଖିପିଛୁଳାକେ ଘଟଣାସ୍ଥଳରେ ହିଁ ଆଦିତ୍ୟଶ୍ରୀଙ୍କ ଜୀବନ ଚାଲିଗଲା । ତେଣୁ ପରିବାର ସଦସ୍ୟ ଏଥିପ୍ରତି ସାବଧାନ ହେବା ଉଚିତ୍ । ପିଲାଙ୍କୁ ମୋବାଇଲ୍ ଦେବା କେତେଦୂର ଠିକ୍ ଚିନ୍ତା କରିବାର ସମୟ ଆସିଛି । ଆଦିତ୍ୟଶ୍ରୀ ତୃତୀୟ ଶ୍ରେଣୀର ଛାତ୍ରୀ ଥିଲା । ହେଲେ ମୋବାଇଲ୍ ନିଶା ଆଜି ତାର ଜୀବନ ନେଇଗଲା ।

  • ଭାରତର ମହାନ ଶିଳ୍ପପତି ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’

    ଭାରତର ମହାନ ଶିଳ୍ପପତି ରତନ ଟାଟାଙ୍କୁ ମିଳିଲା ଅଷ୍ଟ୍ରେଲିଆର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’

    ଟାଟା ଗ୍ରୁପର ମୁଖ୍ୟ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ରତର ଟାଟା ହେଉଛନ୍ତି ଭାରତର ବିଶିଷ୍ଟ ଶିଳ୍ପପତି । ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନରେ ତାଙ୍କୁ ସମ୍ମାନୀତ କରିଛନ୍ତି ଅଷ୍ଟ୍ରେଲିଆର ରାଜଦୂତ । ଅଷ୍ଟ୍ରେଲିଆର ରାଜଦୂତ ବେରୀ ଓ ଫେରେଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସୂଚଚନା ଦେଇଥିବା ବେଳେ ଲେଖିଛନ୍ତି, ଭାରତ ସହ ଅଷ୍ଟ୍ରେଲିଆରେ ମଧ୍ୟ ରତନ ଟାଟାଙ୍କ ଯୋଗଦାନ ଅତୁଳନୀୟ ଆଉ ସେ ଜଣେ ବିଶିଷ୍ଠ ଶିଳ୍ପପତି । ସୋସିଆଲ ମିଡିଆରେ ଫେରେଲ ଲେଖିଛନ୍ତି, ଭାରତରେ ରତନ ଟାଟା ଶିଳ୍ପ ସହିତ ଲୋକଙ୍କ ସେବା ପାଇଁ ମଧ୍ୟ ବେଶ୍ ପରିଚିତ । ରତନ ଟାଟାଙ୍କର ଯୋଗଦାନ ଅଷ୍ଟ୍ରେଲିଆରେ ମଧ୍ୟ ଦେଖିବାକୁ ମିଳେ ।

    ରତନ ଟାଟା ଏହି ସମ୍ମାନ ପାଇଁ ଅତ୍ୟନ୍ତ ଖୁସି ଥିବା ଦର୍ଶାଇ ସୋସିଆଲ ମିଡିଆରେ ଲେଖିଛନ୍ତି, ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତା ପାଇଁ ତାଙ୍କୁ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ସମ୍ମାନ ଦିଆଯାଇଥିବାରୁ ସେ ବେଶ୍ ଖୁସି ।

    ଅଷ୍ଟ୍ରେଲିଆ ଆଉ ଭାରତ ମଧ୍ୟରେ ଏକ ସୁସ୍ଥ ବାଣିଜ୍ୟକ ସ୍ଥିତି ତିଆରି କରିବାରେ ରତନ ଟାଟାଙ୍କ ଭୂମିକା ବେଶ ପ୍ରଶଂସନୀୟ । ସେଥିପାଇଁ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆ-ଭାରତ ଦ୍ୱିପାକ୍ଷିକ ସଂପର୍କ, ବାଣିଜ୍ୟ, ନିବେଶ ଏବଂ ସମାଜସେବା ପାଇଁ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନରେ ସମ୍ମାନଜନକ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ରତନ ଟାଟାଙ୍କ ମହତ କାର୍ଯ୍ୟ ପାଇଁ ସେ ସର୍ବାଦା ଦେଶ ତଥା ସମଗ୍ର ବିଶ୍ବରେ ଜଣେ ମହାନ ଶିଳ୍ପପତିର ଆଖ୍ୟା ପାଇଆସିଛନ୍ତି ।

  • ଆତିକର ପରିତ୍ୟକ୍ତ ଅଫିସରେ ରକ୍ତ ଛିଟା

    ଆତିକର ପରିତ୍ୟକ୍ତ ଅଫିସରେ ରକ୍ତ ଛିଟା

    କିଛି ଦିନ ତଳେ ହତ୍ୟା କରାଯାଇଥିବା ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆତିକ ଅହମଦର ପ୍ରୟାଗରାଜ ଚକିଆସ୍ଥିତ ଭଙ୍ଗା ଅଫିସରେ ରକ୍ତର ଛିଟା ଦେଖିବାକୁ ମିଳିଛି। ଆତିକର ଆଫିସ ଭିତରେ ରକ୍ତ ଛିଟା ପଡିଥିବା ସୂଚନା ମିଳିବା ପରେ ପୋଲିସ ସେଠାରେ ଛାନଭିନ ଆରମ୍ଭ କରି ଦେଇଛି। ସେଠାରୁ ରକ୍ତର ଦାଗ ଥିବା ଏକ କପଡା ଓ ଛିରୀକୁ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଡେପୁଟି କମିଶନର ଦୀପକ ଭୁକାର।

    ସୂଚନା ଆଧାରରେ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିବା ଏସିପି ସତେନ୍ଦ୍ର ତିୱାରୀ କହିଛନ୍ତି କି, ଆତିକର ଅଫିସ ନିକଟରେ ଥିବା ପାହଚରେ ରକ୍ତ ଛିଟା ପଡିଥିଲା। ଏଥିସହ, ଏକ ଛୁରୀରେ ରକ୍ତ ଦାଗ ଥିବା ମଧ୍ୟ ଉଦ୍ଧାର କରାଯାଇଛି। ସେହିପରି ଏକ କପଡାରେ ମଧ୍ୟ ରକ୍ତ ମିଳିଛି। ପୋଲିସ, ରକ୍ତ ନମୁନା ସହ ପୋଲିସ ଛୁରୀ ଓ ଉକ୍ତ କପଡା ସଂଗ୍ରହ କରି ଫରେନ୍ସିକ ଲାବୋରେଟୋରୀକୁ ପଠାଇଦେଇଛି। ପ୍ରଶାସନ ଦ୍ୱାରା ଏହି ଅଫିସକୁ ବହୁ ପୂର୍ବରୁ ଭଙ୍ଗା ଯାଇଥିବା ବେଳେ, ଏହା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି। ଏପରି ସ୍ଥିତିରେ ରକ୍ତ ଆସିଲା କେଉଁଠୁ, କାହାର ରକ୍ତ, କିଏ ହତ୍ୟାକାରୀ ତାକୁ ନେଇ ଅଧିକ ତଦନ୍ତ ପାଇଁ ସେଠାର ସିସିଟିଭି ଯାଞ୍ଚ କରାଯିବ ବୋଲି ତିୱାରୀ କହିଛନ୍ତି।

    ସୂଚନାଯୋଗ୍ୟ, ଗତ 15 ତାରିଖ ରାତି 10.35ରେ ଆତିକ ଓ ତାର ଭାଇ ଅସରଫକୁ ମେଡିକାଲ ଯାଞ୍ଚ ପାଇଁ ନେଉଥିଲା। ମେଡିକାଲ ନିକଟରେ ମିଡିଆ ଦୁଇ ଭାଇଙ୍କ ବୟାନ ରେକର୍ଡ କରୁଥିବା ବେଳେ 3 ଜଣ ଯୁବକ ଆତିକ ଓ ଅସରଫ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ, ଯେଉଁଥିରେ ଉଭୟଙ୍କର ମୃତ୍ୟୁ ହୋଇଥିଲା।  ରବିବାର ଦିନ ଆତିକ ହତ୍ୟାର ତଦନ୍ତ ପାଇଁ ୟୁପି ସରକାର 2ଜଣିଆ ଏକ ନ୍ୟାୟିକ କମିଶନ ଗଠନ କରିଛି।