Category: ଦେଶ-ବିଦେଶ

  • ଦେଶରେ ୩୧୬୭ ବାଘ

    ଦେଶରେ ୩୧୬୭ ବାଘ

    ଦେଶରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି ପାଇଛି। ସଦ୍ୟତମ ରିପୋର୍ଟରୁ ଏହା ଜଣାପଡିଛି। ୨୦୨୨ ବାଘ ଗଣନା ରିପୋର୍ଟ ମୁତାବକ,ଏବେ ଦେଶରେ ୩୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ସଂଖ୍ୟା ସାର୍ବଜନୀନ କରିଛନ୍ତି । ଏଥିସହ ବ୍ୟାଘ୍ର ସଂରକ୍ଷଣ ପାଇଁ ଅମୃତକାଳର ଭିଜନ ରିଲିଜ୍‌ କରିଛନ୍ତି ଯାହା ବାଘ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା, ପରିବେଶ, ଜଙ୍ଗଲ ଜମିର ସୁରକ୍ଷା ପାଇଁ ଥିବା ବିଷୟବସ୍ତୁ ଆଧାରିତ ।

    ତଥ୍ୟ ମୁତାବକ,୨୦୦୬ରେ ଦେଶରେ ବାଘଙ୍କ ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ଏହା ୧୭୦୬, ୨୦୧୪ରେ ୨୨୨୬ ଓ ୨୦୧୮ରେ ଏହି ସଂଖ୍ୟା ୨୯୬୭କୁ ଛୁଇଁଥିଲା। ୨୦୨୨ ଗଣନା ଅନୁସାରେ ମୋଟ ୩୧୬୭ଟି ବାଘ ଦେଶରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି International Big Cats Allianceକୁ ମଧ୍ୟ ଲଞ୍ଚ କରିଛନ୍ତି ।

    ଆଇବିସିଏର ଲକ୍ଷ୍ୟ ହେଲା ବାଘ,ସିଂହ,ଲିଓପାର୍ଡ,ବରଫ ଲିଓପାର୍ଡ,ପୁମା,ଜାଗୁଆର ଓ ଚିତା ବାଘ ପରି ୭ଟି ବଡ଼ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା । ସେମାନଙ୍କ ଶିକାର ବନ୍ଦ କରିବା ସହ ବେଆଇନ୍ ଚାଲାଣକୁ ଅନ୍ତର୍ଜାତୀୟ ସ୍ତରରେ ରୋକିବା ପାଇଁ ଏହାକୁ ଲଞ୍ଚ କରାଯାଇଛି ।

    ଭାରତ ବନ୍ୟଜୀବ ସଂରକ୍ଷଣରେ ଅନେକ ସଫଳତା ହାସଲ କରିଛି। ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ ପୂରିବା ଗୋଟିଏ ବଡ଼ ସଫଳତା। ଆଗକୁ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବ।

  • କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ପ୍ରିୟଙ୍କା!

    କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ପ୍ରିୟଙ୍କା!

    ଦେଶରେ କଂଗ୍ରେସର ସ୍ଥିତି ସଂଗୀନ। ୱାଇନାଡ ସାଂସଦ ପଦ ଯାଇଛି ରାହୁଲ ଗାନ୍ଧିଙ୍କର। ଏହାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରଖିଛି କଂଗ୍ରେସ। ସେପଟେ କିନ୍ତୁ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶର ଜଣେ ବରିଷ୍ଠ ନେତା। ଉତ୍ତର ପ୍ରଦେଶର କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା।
    ଶନିବାର ପ୍ରୟାଗରାଜଠାରେ ଆଚାର୍ଯ୍ୟ କହିଥିଲେ କି, ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ରଦ୍ଦର ମାନେ ନୁହେଁ କି, ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇଯାଇଛି। ସାଂସଦ ପଦ ଯାଇଛି ସତ, ହେଲେ ସେ ଦେଶବାସୀଙ୍କ ହୃଦୟରେ ଅଛନ୍ତି। ଜନତା ନିର୍ଦ୍ଧାରଣ କରିବେ କାହାକୁ ବସାଇବେ ସିଂହାସନରେ ବୋଲି ଆଚାର୍ଯ୍ୟ କହିଥିଲେ। ୨୦୨୪ରେ ରାହୁଲ ଆମେଠିରୁ ନିର୍ବାଚନ ଲଢ଼ିବାକୁ ନେଇ କହିଥିଲେ କି, ଏହାର ନିଷ୍ପତ୍ତି ଗାନ୍ଧି ପରିବାର ନେବ।
    ୱାୟନାଡ୍‌ରୁ ୨୦୧୯ରେ ରାହୁଲ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସଙ୍ଗରେ ସେ କହିଥିଲେ, ୱାୟନାଡ୍‌ ମଧ୍ୟ ଭାରତରେ ରହିଛି। ନୋହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଛାଡି ବାରାଣାସୀରୁ କିପରୁ ନିର୍ବାଚନ ଲଢ଼ିଲେ ବୋଲି କହିଥିଲେ ଆଚାର୍ଯ୍ୟ। ସେ ଆହୁରି କହିଛନ୍ତି କି,ରାହୁଲଙ୍କ ସଦସ୍ୟତା ଉପରେ ଆଇନଗତ ସଙ୍କଟ ଦେଖାଦେଇଥିବାରୁ ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧିଙ୍କୁ ଆଗକୁ ନିଆଯାଉଛି। ଦେଶବାସୀ ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚାହୁଁଛନ୍ତି।

  • ‘ୱାକଥନ’ରେ ରଙ୍ଗବେରଙ୍ଗ ଶାଢ଼ୀର ଝଲକ

    ‘ୱାକଥନ’ରେ ରଙ୍ଗବେରଙ୍ଗ ଶାଢ଼ୀର ଝଲକ

    ଟେକ୍ସଟାଇଲ ହବ ସୁରତରେ ଆୟୋଜିତ ହୋଇଯାଇଛି ଶାଢ଼ୀ ୱାକଥନ। ଏହି ୱାକଥନରେ 15 ହଜାରରୁ ଅଧିକ ମହିଳା ଭାଗ ନେଇଛନ୍ତି। ମହିଳାଙ୍କ ସୁସ୍ୱାସ୍ଥ୍ୟ ଓ ସଶକ୍ତିକରଣ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରବିବାର ଦିନ ମହିଳାମାନେ ରଙ୍ଗ ବେରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

    ଏହି ଅବସରରେ ମହିଳାମାନେ ନାଚଗୀତରେ ମସଗୁଲ ମଧ୍ୟ ଥିଲେ। ସୁରଟ ଟେକ୍ସଟାଇଲ ହବ୍ ତଥା ମିନି ଇଣ୍ଡିଆ ଭାବେ ପରିଚୟ ହାସଲ କରିଛି।
    ସୁରତ ମୁନସିପାଲିଟି ଓ ସୁରତ ସ୍ମାର୍ଟ ସିଟି ଡେଭଲପମେଣ୍ଟ ଲିମିଟେଡ ପକ୍ଷରୁ ଆୟୋଜିତ ଏହି ଶାଢ଼ୀ ୱାକଥନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳାମାନେ ଭାଗ ନେଇଥିଲେ। ଏମାନଙ୍କ ସହ ଏଥିରେ ବିଭିନ୍ନ ଦେଶରୁ ଆସି ସୁରତରେ ପଢୁଥିବା ଛାତ୍ରୀମାନେ ଭାରତର ପାରମ୍ପରିକ ପୋଷାକ ଓ ଶାଢ଼ୀରେ ନଜର ଆସିଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରୀ ଉଦଘାଟନ କରିଥିଲେ।

    ସୁରତ ମୁନସିପାଲ କମିଶନର ଶାଲିନୀ ଅଗ୍ରୱାଲ କହିଛନ୍ତି କି, ଦେଶରେ ଜି-20 ସମ୍ମିଳନୀ ଚାଲିଥିବା ବେଳେ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ ଗୌରବର ବିଷୟ। ଶାଢ଼ୀ ମାରାଥନରେ 15 ହଜାର ମହିଳା କାର୍ଯ୍ୟକ୍ରମରେ ନାମ ପଞ୍ଜିକରଣ କରିଥିବା ବେଳେ ପ୍ରାୟ 15 ରାଜ୍ୟରୁ ମହିଳାମାନେ ଭାଗ ନେଇଛନ୍ତି। କେବଳ ସୁରତ ନୁହେଁ, ଦିଲ୍ଲୀରେ ମଧ୍ୟ ଶନିବାର ଦିନ ଏକ ୱାକଥନ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ୱାକଥନ କରାଯାଇଥିଲା।

  • ଥାଇଲାଣ୍ଡରେ ଗୁଳିମାଡ଼, 4 ମୃତ

    ଥାଇଲାଣ୍ଡରେ ଗୁଳିମାଡ଼, 4 ମୃତ

    ଥାଇଲାଣ୍ଡର ଦକ୍ଷିଣାଞ୍ଚଳରେ ପୁଣି ଗୁଳିମାଡ଼ ଘଟଣା। ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ। ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ,ପୋଲିସ ସନ୍ଦିଗ୍ଧର ସର୍ଚ୍ଚ ଅପରେସନ ଜାରି ରଖିଛି। ଗତକାଲି ସନ୍ଧ୍ୟା ପ୍ରାୟ 5ଟା ସମୟରେ ଥାଇଲାଣ୍ଡର ସୁରତ ଥାନି କ୍ଷେତ୍ରର ଖିରି ରତ ନୁଖୋମ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା।
    ଗତ ଏକ ବର୍ଷ ଧରି ସେଠାରେ ବହୁ ହିଂସା ଘଟଣା ସଂଗଠିତ ହୋଇଆସୁଛି। ତେବେ ଗତ ଅକ୍ଟୋବରରେ ନଙ୍ଗ ବୁଆ ଲାମ ଫୁ କ୍ଷେତ୍ରରେ ଜଣେ ପୂର୍ବତନ ପୋଲିସ ସର୍ଜେଣ୍ଟ 24 ଶିଶୁଙ୍କ ସମେତ ମୋଟ 36 ଜଣଙ୍କୁ ହତ୍ୟା କରିବା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଗତ ମାସରେ ଫେଚାବୁରି ଅଞ୍ଚଳରେ ହୋଇଥିବା ଗୁଳିମାଡ ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ। ସୂଚନାଯୋଗ୍ୟ,ଥାଇଲାଣ୍ଡରେ ବହୁ ସଂଖ୍ୟାରେ ବନ୍ଧୁକଧାରୀ ରହୁଛନ୍ତି, ଯାହା ବିଭିନ୍ନ ସମୟରେ ହିଂସା ସୃଷ୍ଟି କରୁଛି।

  • ସଂକ୍ରମଣରେ ସାମାନ୍ୟ ହ୍ରାସ, କିଛି ସ୍ଥାନରେ ମାସ୍କ ବାଧ୍ୟତାମୂଳକ

    ସଂକ୍ରମଣରେ ସାମାନ୍ୟ ହ୍ରାସ, କିଛି ସ୍ଥାନରେ ମାସ୍କ ବାଧ୍ୟତାମୂଳକ

    CORONA

    ଦେଶରେ ଏବେ କୋରୋନା’ର କମବ୍ୟାକ୍ । ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ୫୩୫୭ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

    ଗତକାଲି ୬୧୫୫ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଶୁକ୍ରବାର ୬୦୫୦ ଆକ୍ରାନ୍ତ ଜଣାପଡ଼ିଥିଲେ । ଦିନକରେ ସଂକ୍ରମଣ ହାରରେ ସାମାନ୍ୟ କମିଛି । ଦୈନିକ ସଂକ୍ରମଣ ହାର ୩.୩୯% । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୨,୮୧୪ ରହିଛି ।

    ସେପଟେ, କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ୩ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କେରଳ,ହରିୟାଣା ଓ ପୁଡୁଚେରୀରେ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ସହ
    କୋଭିଡ୍ ନିୟମ ପାଳନ ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଉତ୍ତରପ୍ରଦେଶରେ ବିଦେଶୀ ଫେରନ୍ତାଙ୍କ ଟେଷ୍ଟିଂ ହେବ । ସେହିପରି,ଦିଲ୍ଲୀରେ କୋରୋନା ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା ମୁକାବିଲା ପାଇଁ ଓଡ଼ିଶା ସଜାଗ ରହିଛି । ଅନ୍ୟପଟେ, ଦୁଇଦିନ ପୂର୍ବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କୋରୋନା ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

  • ଇଣ୍ଡିଗୋ କ୍ର୍ୟୁ ମେମ୍ବରଙ୍କୁ ନାକେଦମ୍ କଲେ ମଦ୍ୟପ ଯାତ୍ରୀ

    ଇଣ୍ଡିଗୋ କ୍ର୍ୟୁ ମେମ୍ବରଙ୍କୁ ନାକେଦମ୍ କଲେ ମଦ୍ୟପ ଯାତ୍ରୀ

    ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ମାମଲା ଦିନ ଗଡିବା ସହ ବଢିବାରେ ଲାଗିଛି। ପୁଣି ଜଣେ ମଦ୍ୟପ ଯାତ୍ରୀଙ୍କ କରନାମା ପାଇଁ କ୍ରୁ ସଦସ୍ୟଙ୍କୁ ନାକେଦମ ହେବାକୁ ପଡିଛି। ଦିଲ୍ଲୀରୁ –ବେଙ୍ଗାଲୁରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ୬ଇ୩୦୮ ବିମାନରେ ଏପରି ଘଟଣା ଘଟିଥିବା ବେଳେ ୪୦ ବର୍ଷୀୟ ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି।
    ଶୁକ୍ରବାର ସକାଳ ୭.୫୬ରେ ଇଣ୍ଡିଗୋ ବିମାନଟି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବେଙ୍ଗାଲୁରୁ ଅଭିମୁଖେ ଉଡିଥିଲା। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଯାତ୍ରୀ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ସେ ନିୟମ ଉଲ୍ଲଙ୍ଘନ କରୁଥିବା ଜାଣିପାରି କ୍ରୁ ସଦସ୍ୟ କ୍ୟାପ୍ଟେନଙ୍କୁ ଖବର ଦେଇଥିଲେ। ଏଥିସହ ଯାତ୍ରୀଙ୍କୁ ବିଶୃଙ୍ଖଳା ନ କରିବାକୁ ସତର୍କ କରାଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ବହୁ କଷ୍ଟରେ ଯାତ୍ରୀଙ୍କୁ କ୍ରୁ ମେମ୍ବର କଥାରେ ଫାନ୍ଦି ରଖିଥିଲେ।
    ଶେଷରେ ଯେତେବେଳେ ବିମାନଟି ବେଙ୍ଗାଲୁରୁରେ ଅବତର କଲା, ଯାତ୍ରୀଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଥିଲା।

  • ନୂଆ ରୂପ ନେଉଛି ଓମିକ୍ରନ ଭାରିଏଣ୍ଟର ସବ୍ ଟାଇପ୍‌ XBB

    ନୂଆ ରୂପ ନେଉଛି ଓମିକ୍ରନ ଭାରିଏଣ୍ଟର ସବ୍ ଟାଇପ୍‌ XBB

    କୋରୋନା ଭାଇରସର ନୂଆ ଭାରିଏଣ୍ଟ XBB.1.16 ଏବେ ରୂପ ବଦଳାଇବା ଆରମ୍ଭ କଲାଣି। ପରୀକ୍ଷା ପରେ ବହୁ ସଂକ୍ରମିତଙ୍କଠାରେ ଏହାର ସବଟାଇପ XBB.1.16.1 ଭାରିଏଣ୍ଟ ଚିହ୍ନଟ ହୋଇଛି। ଭାରତରେ କୋରୋନାର ଏହି ସବ୍‌ ଟାଇପ ଭାରିଏଣ୍ଟରେ 113 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟ ଓ ମହାରାଷ୍ଟ୍ରରୁ ସର୍ବାଧିକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି।

    ଓମିକ୍ରନ ଭାରିଏଣ୍ଟର ସବ ଟାଇପ୍‌ XBB ମ୍ୟୁଟେସନ ହୋଇ ନୂଆ ନୂଆ ରୂପ ନେଇଥିଲା। 15 ମାସରେ ଭାରତରୁ ଓମିକ୍ରନର 400 ନୂଆ ସବ୍ ଭାରିଏଣ୍ଟ ଠାବ ହୋଇସାରିଲାଣି। ଏହା ମଧ୍ୟରୁ 90% ଭାରିଏଣ୍ଟ ହେଉଛି XBB ଶ୍ରେଣୀର। ତେବେ ଇନସାକୋଗ ପୋର୍ଟାଲରେ ଏଯାଏ ଏହି ନୂଆ ଭାରିଆଣ୍ଟକୁ ତାଲିକାଭୂକ୍ତ କରାଯାଇନି। କିନ୍ତୁ ଭାରତରେ 113 ଜଣଙ୍କୁ ସଂକ୍ରମିତ କରି ସାରିଲାଣି ନୂଆ ଭାରିଆଣ୍ଟ ।

    XBB.1.16.1ର ଭୟାବହତାକୁ ନେଇ ଅଧିକ ତଥ୍ୟ ମିଳିନଥିବା ବେଳେ ମେଡିକାଲ ବିଶେଷଜ୍ଞ କହୁଛନ୍ତି କି,ସେମାନେ ଓମିକ୍ରନର ସବୁ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି। ଏହା କେଉଁ ସବୁ ସବ୍ ଭାରିଆଣ୍ଟ ଓ ଭୟାବହତା ଆଗାମୀ ଦିନରେ ଜଣାପଡ଼ିବ।

  • ବିଶ୍ୱର ବିଭିନ୍ନ ଦେଶରେ ଅଛନ୍ତି 8,437 ଭାରତୀୟ ବନ୍ଦୀ

    ବିଶ୍ୱର ବିଭିନ୍ନ ଦେଶରେ ଅଛନ୍ତି 8,437 ଭାରତୀୟ ବନ୍ଦୀ

    ବିଶ୍ୱର ବିଭିନ୍ନ ଦେଶରେ ଥିବା ଜେଲ୍ ଗୁଡ଼ିକରେ ବର୍ତ୍ତମାନ 8,437 ଭାରତୀୟ ବନ୍ଦୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ଗଲ୍ଫ ଦେଶରେ ରହିଛନ୍ତି 4,795 । ସୂତ୍ର ମୁତାବକ ୟୁଏଇରେ 1966 ଭାରତୀୟ ବନ୍ଦୀ ଥିବାବେଳେ ସାଉଦି ଆରବରେ 1362,କତାରରେ 682,କୁଏତରେ 428,ବାହରିନରେ 265,ଓମାନରେ 92 ଜଣ କାରାଦଣ୍ଡ ଭୋଗୁଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

    ଗୁରୁବାର,ରାଜ୍ୟ ସଭାରେ ସାଂସଦ ଜନ ବ୍ରିତ୍ତାସଙ୍କ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ରାଜ୍ୟ ମନ୍ତ୍ରୀ ଭି. ମୁରଲି ଧରନ ଏହି ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ମୁତାବକ,ବିଶ୍ୱର ବିଭିନ୍ନ ଜେଲରେ 8,437 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ବିଭିନ୍ନ ଦେଶରେ ପ୍ରଚଳିତ କଠୋର ଗୋପନୀୟ ଆଇନ ପାଇଁ ସେଠାକାର ଅଧିକାରୀ ତଥ୍ୟ ଦେଇ ନଥାନ୍ତି ଯେପର୍ଯ୍ୟନ୍ତ ସମ୍ପୃକ୍ତ ବ୍ୟକ୍ତି ସହମତି ପ୍ରକାଶ କରି ନଥାନ୍ତି। ଏମିତିକି,କିଛି ଦେଶ ତଥ୍ୟ ପ୍ରଦାନ କରୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନଥାଏ।

    ମନ୍ତ୍ରଣାଳୟ ତଥ୍ୟ ମୁତାବକ,ସାତ ପଡ଼ୋଶୀ ଦେଶର ଜେଲରେ 1,614 ଭାରତୀୟ ବନ୍ଦୀ ରହିଛନ୍ତି। ତନ୍ମଧ୍ୟରୁ ନେପାଳରେ 1,222,ଚୀନରେ 170, ଭୁଟାନରେ 68, ବାଂଲାଦେଶରେ 60, ପାକିସ୍ତାନରେ 51,ଶ୍ରୀଲଙ୍କାରେ 22 ଓ ମିଆଁମାରରେ 22 ଭାରତୀୟ ବନ୍ଦୀ ଅଛନ୍ତି। ସେହିପରି ଆମେରିକା ଜେଲରେ 294 ଓ ବ୍ରିଟେନରେ 237 ଜଣ ରହିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟଙ୍କ ମଧ୍ୟରୁ 156 ଇଟାଲୀ ଜେଲରେ ଥିବାବେଳେ 81 ଅଷ୍ଟ୍ରେଲିଆରେ, 23 କାନାଡାରେ, 66 ଜର୍ମାନୀରେ,71 ସିଙ୍ଗାପୁରରେ ଓ ସ୍ପେନରେ 40 ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଭାରତୀୟ ବନ୍ଦୀଙ୍କୁ ଭାରତ ଫେରାଇ ଆଣିବାକୁ ତଥା ବିଦେଶ ମନ୍ତ୍ରଣାଳୟ 31 ଦେଶ ସହ ଚୁକ୍ତି କରିଛି।

  • ଓଃ କି ରାଗ ! ନାବାଳିକା ଗିଳିଦେଲା ମୋବାଇଲ

    ଓଃ କି ରାଗ ! ନାବାଳିକା ଗିଳିଦେଲା ମୋବାଇଲ

    କଥାରେ ଅଛି କ୍ରୋଧ ବ୍ରହ୍ମ ଚଣ୍ଡାଳ। ମଣିଷ ରାଗିଗଲେ ଏମିତି କିଛି କରି ବସେ ଯାହା ବିଶ୍ୱାସ କରିବା ମଧ୍ୟ କଷ୍ଟକର। କେବେ କେହି ଚିନ୍ତା କରିପାରିବେ ଜଣେ ମୋବାଇଲ ଗିଳି ଦେବ।

    କିନ୍ତୁ ଘର ଲୋକଙ୍କ ଉପରେ ରାଗି ଜଣେ ନାବାଳିକା ଏକ ମୋବାଇଲ ଗିଳି ଦେଇଛି। ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିଅରରେ । ଭିନ୍ଦ୍ ଜିଲ୍ଲା ଆମୟାନରେ ଜଣେ ନାବାଳିକା ସବୁ ସମୟରେ ମୋବାଇଲ ଧରୁଥିବାରୁ ଘରେ ସମସ୍ତେ ବିରକ୍ତ ହେଉଥିଲେ। ଦିନେ ସେ ମୋବାଇଲରେ ଖେଳୁଥିବାର ଦେଖି ବାପା ବହୁତ ଗାଳି କଲେ। ଏଥିରେ ନାବାଳିକଟି ଏମିତି ରାଗିଗଲା ଯେ ସେ ଧରିଥିବା ମୋବାଇଲ୍‌ ଗିଳିଦେଲା।

    ତେବେ ନାବାଳିକା ଗିଳି ଥିବା ମୋବାଇଲଟି କି-ପ୍ୟାଡ୍‌ ବାଲା ଥିଲା। ମୋବାଇଲ୍‌ ଗିଳିଦେବା ପରେ ଘର ଲୋକେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ଗ୍ୱାଲିଅରରେ ଥିବା
    ଆରୋଗ୍ୟ ହସ୍ପିଟାଲ ରେଫର କରିଥିଲେ। ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ନାବାଳିକାଙ୍କ ପେଟରୁ ମୋବାଇଲ୍‌ଟିକୁ ବାହାର କରିବାରେ ସକ୍ଷମ ହୋଇଥିଲେ। ଏବେ ନାବାଳିକାର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

  • ସୁଖୋଇ ଯୁଦ୍ଧ ବିମାନର ମଜା ନେଲେ ରାଷ୍ଟ୍ରପତି

    ସୁଖୋଇ ଯୁଦ୍ଧ ବିମାନର ମଜା ନେଲେ ରାଷ୍ଟ୍ରପତି

    ଚୀନ ଓ ଭାରତ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଆଜି ଫାଇଟର ଜେଟ ସୁଖୋଇର 30ଏମକେଆଇ ଉଡ଼ାଣ ମଜା ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ ଉଡ଼ାଣ ବେଳେ ରାଷ୍ଟ୍ରପତି ଏକ ଆଣ୍ଟି ଗ୍ରାଭିଟି ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

    ଅସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଭରିଥିଲା ବେଳେ ଲାଇନ ଅଫ ଆକ୍ଚୁଆଲ କଣ୍ଟୋଲ ବା ଏଲଏସି ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ତଥା ଦେଶର ତିନି ସେନା ମୁଖ୍ୟ ଆସାମ ଗସ୍ତରେ ଅଛନ୍ତି । 30ଏମକେଆଇ ଜେଟ୍ ବିମାନରେ 2ଟି ସିଟ୍ ରହିଛି । ଏହି ବିମାନକୁ ଋଷର ସୁଖୋଇ କମ୍ପାନୀ ସହଯୋଗରେ ଭାରତୀୟ ଏରୋସ୍ପେସ୍ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ବିକଶିତ କରିଛି ।
    ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ,ଏପିଜେ ଅବଦୁଲ କାଲାମ,ରାମନାଥ କୋବିନ୍ଦ ପ୍ରମୁଖ ବାୟୁ ସେନାର ଯୁଦ୍ଧ ବିମାନରେ ସୀମାନ୍ତବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଥିଲେ । 2009ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ଉଡ଼ାଣର ମଜା ନେଇଥିଲେ।