ନୂଆ ରୂପ ନେଉଛି ଓମିକ୍ରନ ଭାରିଏଣ୍ଟର ସବ୍ ଟାଇପ୍‌ XBB

କୋରୋନା ଭାଇରସର ନୂଆ ଭାରିଏଣ୍ଟ XBB.1.16 ଏବେ ରୂପ ବଦଳାଇବା ଆରମ୍ଭ କଲାଣି। ପରୀକ୍ଷା ପରେ ବହୁ ସଂକ୍ରମିତଙ୍କଠାରେ ଏହାର ସବଟାଇପ XBB.1.16.1 ଭାରିଏଣ୍ଟ ଚିହ୍ନଟ ହୋଇଛି। ଭାରତରେ କୋରୋନାର ଏହି ସବ୍‌ ଟାଇପ ଭାରିଏଣ୍ଟରେ 113 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗୁଜରାଟ ଓ ମହାରାଷ୍ଟ୍ରରୁ ସର୍ବାଧିକ ଏହି ଭାରିଆଣ୍ଟରେ ସଂକ୍ରମିତ ହୋଇଛନ୍ତି।

ଓମିକ୍ରନ ଭାରିଏଣ୍ଟର ସବ ଟାଇପ୍‌ XBB ମ୍ୟୁଟେସନ ହୋଇ ନୂଆ ନୂଆ ରୂପ ନେଇଥିଲା। 15 ମାସରେ ଭାରତରୁ ଓମିକ୍ରନର 400 ନୂଆ ସବ୍ ଭାରିଏଣ୍ଟ ଠାବ ହୋଇସାରିଲାଣି। ଏହା ମଧ୍ୟରୁ 90% ଭାରିଏଣ୍ଟ ହେଉଛି XBB ଶ୍ରେଣୀର। ତେବେ ଇନସାକୋଗ ପୋର୍ଟାଲରେ ଏଯାଏ ଏହି ନୂଆ ଭାରିଆଣ୍ଟକୁ ତାଲିକାଭୂକ୍ତ କରାଯାଇନି। କିନ୍ତୁ ଭାରତରେ 113 ଜଣଙ୍କୁ ସଂକ୍ରମିତ କରି ସାରିଲାଣି ନୂଆ ଭାରିଆଣ୍ଟ ।

XBB.1.16.1ର ଭୟାବହତାକୁ ନେଇ ଅଧିକ ତଥ୍ୟ ମିଳିନଥିବା ବେଳେ ମେଡିକାଲ ବିଶେଷଜ୍ଞ କହୁଛନ୍ତି କି,ସେମାନେ ଓମିକ୍ରନର ସବୁ ଭାରିଏଣ୍ଟ ଉପରେ ନଜର ରଖିଛନ୍ତି। ଏହା କେଉଁ ସବୁ ସବ୍ ଭାରିଆଣ୍ଟ ଓ ଭୟାବହତା ଆଗାମୀ ଦିନରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *