‘ବଜ୍ରପାତ’ ନେଲା ୩ ମହିଳାଙ୍କ ଜୀବନ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ନଂ ୱାର୍ଡ ଅଙ୍କୁରାରେ ଅଘଟଣ । ଆଜି ଅପରାହ୍ଣ ୩ଟା ବେଳେ ବଜ୍ରପାତ ହୋଇଥିଲା । ବଜ୍ରାଘାତରେ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।

ବଜ୍ରାଘାତରେ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆଜି ସକାଳେ ଅଙ୍କୁରାରେ ମୁକ୍ତା ମୁଣ୍ଡା ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ବିଭିନ୍ନ ଗାଁରୁ ସମ୍ପର୍କୀୟମାନେ ଅନ୍ତିମ ସଂସ୍କାର ପାଇଁ ଆସିଥିଲେ । ନିକଟରେ ଥିବା ଏକ ଆମ୍ବ ଗଛ ମୂଳେ ସମ୍ପର୍କୀୟମାନେ ବସିଥିବା ବେଳେ ବର୍ଷା ଓ ପବନ ହୋଇଥିଲା । ଏହି ସମୟରେ ଆମ୍ବ ଗଛ ଉପରକୁ ବଜ୍ରପାତ ହୋଇଥିଲା । ସୁବାସିନୀ ଦାସ, ଜୀବତୀ ନାଏକ ଏବଂ ହେମଲତା ହୋ’ଙ୍କ ମୃତ୍ୟୁ ହୋଇଥିଲା । ବଜ୍ରାଘାତରେ ଯୁବତୀ ନାଏକ,ମାଳତୀ ନାଏକ,ଭୁବନ ହୋ,ସୋନାଲି ବାସ୍କେ ଏବଂ ଦେଢ଼ ବର୍ଷର ଶିଶୁ ତେଜଶ୍ୱରୀ ନାଏକ ଆହତ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଘଟଣାସ୍ଥଳକୁ ଯାଇ ସମସ୍ତ ଆହତଙ୍କୁ ଚିକିତ୍ସାଳୟ ପଠାଇବାର ବ୍ୟବସ୍ଥା କରିଥିଲେ । ଏଥିସହ ଚିକିତ୍ସା ବାବଦରେ ପଚାରି ବୁଝିଥିଲେ ।

Leave a Reply

Your email address will not be published. Required fields are marked *