ପୋଖରୀରେ 2 ନାବାଳକଙ୍କ ସଲିଳ ସମାଧି

DROWNING

ଭଦ୍ରକ ଜିଲ୍ଲା ଧାମନଗର NACର ୫ ନମ୍ବର ୱାର୍ଡର ଶ୍ୟାମପୁର ମୌଜାରେ ଦୁଃଖଦ ଘଟଣା। ଶୌଚ ପାଇଁ ଯାଇଥିବା ବେଳେ ପୋଖରୀରେ ବୁଡି 2 ନାବାଳକଙ୍କ ସଲିଳ ସମାଧି ହୋଇଛି, ଯାହାକୁ ନେଇ ଅଞ୍ଚଳରେ ଖେଳିଯାଇଛି ଶୋକର ଲହରୀ ।

ଦକ୍ଷିଣବାଡ଼ ଗାଁରେ ଯଜ୍ଞ ହେଉଛି। ଯଜ୍ଞରେ ପ୍ରସାଦ ସେବନ ହୋଇଥିଲା। ଗ୍ରାମର ସୁଧୀର ମଲ୍ଲିକଙ୍କ ପୁଅ କମଳ ଲୋଚନ ମଲ୍ଲିକ (୧୫) ଓ ସେହି ଗ୍ରାମର ପ୍ରେମାନନ୍ଦ ଗିରୀଙ୍କ ପୁଅ ମୁକେଶ ପ୍ରସାଦ ସେବନ କରି ନିକଟସ୍ଥ କେନାଲ ବନ୍ଧ ପୋଖରୀ ପାଖ ପଡ଼ିଆକୁ ଡକା ହକା ହୋଇ ଝାଡା ଯାଇ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ପୋଖରୀ ହୁଡା କାଦୁଆ ହୋଇଥିଲା। କାଦୁଅରେ ଜଣଙ୍କର ଗୋଡ ଖସି ଯିବାରୁ ଦୁଇ ସାଙ୍ଗ ପୋଖରୀ ଭିତରକୁ ପଡି ଯାଇଥିଲେ। ପୋଖରୀ ବୁଡ଼ି ଯାଇ ଜୀବନ ବିକଳରେ ଚିତ୍କାର କରିଥିଲେ। ସେମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଧାଇଁ ଯାଇ ଦୁଇ ସଂଗାକୁ ଉଦ୍ଧାର କରିଥିଲେ ଓ ତୁରନ୍ତ ଧାମନଗର ମେଡ଼ିକାଲକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏପରି ଦୁଇ ନାବାଳକଙ୍କ ଅକାଳ ବିୟୋଗରେ ଧାମନଗର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନାଯୋଗ୍ୟ, ୪ ଦିନ ତଳେ ଭଦ୍ରକ ବ୍ଲକ୍ ହରିପୁର ଅଞ୍ଚଳରେ ୩ କଲେଜ ପଢୁଆ ଛାତ୍ର ନାଲିଆ ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିଲେ ।

Leave a Reply

Your email address will not be published. Required fields are marked *