ଇଣ୍ଡିଗୋ କ୍ର୍ୟୁ ମେମ୍ବରଙ୍କୁ ନାକେଦମ୍ କଲେ ମଦ୍ୟପ ଯାତ୍ରୀ

ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ମାମଲା ଦିନ ଗଡିବା ସହ ବଢିବାରେ ଲାଗିଛି। ପୁଣି ଜଣେ ମଦ୍ୟପ ଯାତ୍ରୀଙ୍କ କରନାମା ପାଇଁ କ୍ରୁ ସଦସ୍ୟଙ୍କୁ ନାକେଦମ ହେବାକୁ ପଡିଛି। ଦିଲ୍ଲୀରୁ –ବେଙ୍ଗାଲୁରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ୬ଇ୩୦୮ ବିମାନରେ ଏପରି ଘଟଣା ଘଟିଥିବା ବେଳେ ୪୦ ବର୍ଷୀୟ ନିଶାସକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି।
ଶୁକ୍ରବାର ସକାଳ ୭.୫୬ରେ ଇଣ୍ଡିଗୋ ବିମାନଟି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବେଙ୍ଗାଲୁରୁ ଅଭିମୁଖେ ଉଡିଥିଲା। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଯାତ୍ରୀ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ। ସେ ନିୟମ ଉଲ୍ଲଙ୍ଘନ କରୁଥିବା ଜାଣିପାରି କ୍ରୁ ସଦସ୍ୟ କ୍ୟାପ୍ଟେନଙ୍କୁ ଖବର ଦେଇଥିଲେ। ଏଥିସହ ଯାତ୍ରୀଙ୍କୁ ବିଶୃଙ୍ଖଳା ନ କରିବାକୁ ସତର୍କ କରାଯାଇଥିଲେ ମଧ୍ୟ ସେ ଶୁଣି ନ ଥିଲେ। ବହୁ କଷ୍ଟରେ ଯାତ୍ରୀଙ୍କୁ କ୍ରୁ ମେମ୍ବର କଥାରେ ଫାନ୍ଦି ରଖିଥିଲେ।
ଶେଷରେ ଯେତେବେଳେ ବିମାନଟି ବେଙ୍ଗାଲୁରୁରେ ଅବତର କଲା, ଯାତ୍ରୀଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *