ଦେଶରେ ୩୧୬୭ ବାଘ

ଦେଶରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି ପାଇଛି। ସଦ୍ୟତମ ରିପୋର୍ଟରୁ ଏହା ଜଣାପଡିଛି। ୨୦୨୨ ବାଘ ଗଣନା ରିପୋର୍ଟ ମୁତାବକ,ଏବେ ଦେଶରେ ୩୧୬୭ ବାଘ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ସଂଖ୍ୟା ସାର୍ବଜନୀନ କରିଛନ୍ତି । ଏଥିସହ ବ୍ୟାଘ୍ର ସଂରକ୍ଷଣ ପାଇଁ ଅମୃତକାଳର ଭିଜନ ରିଲିଜ୍‌ କରିଛନ୍ତି ଯାହା ବାଘ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା, ପରିବେଶ, ଜଙ୍ଗଲ ଜମିର ସୁରକ୍ଷା ପାଇଁ ଥିବା ବିଷୟବସ୍ତୁ ଆଧାରିତ ।

ତଥ୍ୟ ମୁତାବକ,୨୦୦୬ରେ ଦେଶରେ ବାଘଙ୍କ ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ଏହା ୧୭୦୬, ୨୦୧୪ରେ ୨୨୨୬ ଓ ୨୦୧୮ରେ ଏହି ସଂଖ୍ୟା ୨୯୬୭କୁ ଛୁଇଁଥିଲା। ୨୦୨୨ ଗଣନା ଅନୁସାରେ ମୋଟ ୩୧୬୭ଟି ବାଘ ଦେଶରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି International Big Cats Allianceକୁ ମଧ୍ୟ ଲଞ୍ଚ କରିଛନ୍ତି ।

ଆଇବିସିଏର ଲକ୍ଷ୍ୟ ହେଲା ବାଘ,ସିଂହ,ଲିଓପାର୍ଡ,ବରଫ ଲିଓପାର୍ଡ,ପୁମା,ଜାଗୁଆର ଓ ଚିତା ବାଘ ପରି ୭ଟି ବଡ଼ ବନ୍ୟଜନ୍ତୁଙ୍କ ସୁରକ୍ଷା କରିବା । ସେମାନଙ୍କ ଶିକାର ବନ୍ଦ କରିବା ସହ ବେଆଇନ୍ ଚାଲାଣକୁ ଅନ୍ତର୍ଜାତୀୟ ସ୍ତରରେ ରୋକିବା ପାଇଁ ଏହାକୁ ଲଞ୍ଚ କରାଯାଇଛି ।

ଭାରତ ବନ୍ୟଜୀବ ସଂରକ୍ଷଣରେ ଅନେକ ସଫଳତା ହାସଲ କରିଛି। ପ୍ରୋଜେକ୍ଟ ଟାଇଗରକୁ ୫୦ ବର୍ଷ ପୂରିବା ଗୋଟିଏ ବଡ଼ ସଫଳତା। ଆଗକୁ ମଧ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବ।

Leave a Reply

Your email address will not be published. Required fields are marked *