ପୁଷ୍ପା-2 ଟିଜର’ର ଧମାଲ

ସାଉଥ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କ ପୁଷ୍ପା ଅହେତୁକ ସଫଳତା ପାଇବା ପରେ ଏବେ ଫିଲ୍ମ ନିର୍ମାତା ପୁଷ୍ପା-2 ନିର୍ମାଣ କରିଛନ୍ତି। ଏହାର ଟିଜର ରିଲିଜ୍ ହୋଇଛି । ଏହାକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ଅଳ୍ପ ସମୟରେ ଟିଜରକୁ ମିଳିଛି ଅନେକ ଲାଇକ୍ ଏବଂ ଭ୍ୟୁ ।

ଶୁଣିବାକୁ ମିଳୁଛି କି, ପୁଷ୍ପାର ସୁପର ଡୁପର ସକ୍ସେସ ପରେ ପୁଷ୍ପା-2 ପାଇଁ ଦର୍ଶକଙ୍କ ଉତ୍କଣ୍ଠାକୁ ଦେଖି ଅଲୁ ଅର୍ଜୁନ ବହୁତ ଟଙ୍କା ଦାବି କରିଥିଲେ । ଅଲୁ ଅର୍ଜୁନଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ନିର୍ମାତା ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଥିଲେ। ଅର୍ଥାତ୍ 7 ଏପ୍ରିଲରେ ଟିଜର ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା, ଫହାଦ ଫାସିଲ୍ ମଧ୍ୟ ନଜର ଆସିବେ।

ଦର୍ଶକଙ୍କ କ୍ରେଜକୁ ଦେଖି ଅଲୁ ଅର୍ଜୁନଙ୍କ ଡିମାଣ୍ଡ ମାନି ନେଇଥିଲେ ନିର୍ମାତା। କୁହାଯାଉଛି ଫିଲ୍ମ ପାଇଁ ଅଲୁ ନେଇଛନ୍ତି 125 କୋଟି ଟଙ୍କା। ତେବେ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇ ନାହିଁ । ଯଦି ଏହା ସତ ହୋଇଥାଏ ତେବେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏହା ଏକ ନୂଆ ରେକର୍ଡ ।

ଫିଲ୍ମର ଟିଜରରୁ ଜଣାପଡିଛି ଜେଲ୍‌ରୁ ଖସି ଆସିବା ବେଳେ ପୋଲିସର ଗୁଳି ବାଜିଛି ପୁଷ୍ପା ଦେହରେ । ପୁଷ୍ପାକୁ ଧରିବାକୁ ଜୋରଦାର ଖୋଜା ଚାଲିଛି। ଶେଷରେ ଏକ ଦମଦାର ଷ୍ଟାଇଲ୍‌ରେ ନଜର ଆସିଛନ୍ତି ପୁଷ୍ପା। ଆଉ କହିଛନ୍ତି କି,ଏବେ ପୁଷ୍ପାର ଶାସନ। ଟିଜରରେ ଅଲୁଙ୍କ ସମ୍ପୂର୍ଣ୍ଣ ଶରୀର ନୀଳ ରଙ୍ଗରେ ଭରି ରହିଛି। ନାକରେ ନୋଥ,କାନରେ ଝୁମୁକା ଏବଂ ବେକରେ ଫୁଲମାଳ ପିନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *