୨ ଥର ଥରିଲା ଆଣ୍ଡାମାନ ନିକୋବର

ରବିବାର ଭୂକମ୍ପରେ ଥରିଲା ଆଣ୍ଡାମାନ ନିକୋବର । ଅପରାହ୍ଣ 4.01ରେ ମାତ୍ର କିଛି ସେକେଣ୍ଡ ଧରି ଥରି ଉଠିଥିଲା ଏହି ଦ୍ୱୀପ ରାଜ୍ୟ। ଆଜି ଅନୁଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କଲରେ 5.3 ରେକର୍ଡ କରାଯାଇଥିଲା । ଏହାର ତୀବ୍ରତା 10 କି.ମି.ଗଭୀର ଥିବା ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ବା ଏନସିଏସ ସୂଚନା ଦେଇଛି ।

ଏହି ଭୂମିକମ୍ପର କିଛି ଘଣ୍ଟା ପୂର୍ବରୁ ନିକୋବର ଦ୍ୱୀପପୁଞ୍ଜରୁ 10 କି.ମି ଗଭୀରତାରେ ଅପରାହ୍ଣ 2ଟା 59 ମିନିଟରେ ଆଉ ଏକ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ଥିଲା 4.1 । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *