ବାବା ବେଶରେ ଅଭିଯୁକ୍ତ, ମାଡ଼ି ବସିଲା ପୋଲିସ

ଅଲେଖ ବାବା ବେଶରେ ତିନିବର୍ଷ ଧରି ଢେଙ୍କାନାଳ ହିନ୍ଦୋଳ ଜିଲ୍ଲାର ଆତ୍ମଗୋପନ କରି ଲୁଚି ରହିଥିଲା ହତ୍ୟାକାରୀ ଦୀପକ । 2020ରେ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ହତ୍ୟା ଘଟଣାର ଥିଲା ଅନ୍ୟ ଅଭିଯୁକ୍ତ। ପୋଲିସ ଅତି ଚତୁରତାର ସହ ତାକୁ ଗିରଫ କରିଛି ।

ମୁହଁରେ ଦାଢ଼ି ଆଉ ଦେହରେ ଗେରୁଆ ବସ୍ତ୍ର । ବାବା ବେଶରେ ହତ୍ୟା ଅଭିଯୁକ୍ତ । ବାବା ଗେଟ୍ ଅପରେ କଟକ ହାଡ଼ିଆ ହତ୍ୟା ଘଟଣାର ମୁଖ୍ଯ ଅଭିଯୁକ୍ତ ଦୀପକ ମଲ୍ଲିକ । କମିଶନରେଟ୍ ପୋଲିସର ସ୍ପେସାଲ୍ ଟିମ୍ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପାଇଁ ସେ ପଶ୍ଚାତାପ ବୋଲି କହିଛି । ହାଡିଆ ବ୍ୟବସାୟିକ ଶତ୍ରୁତାରୁ ଦୀପକକୁ ମାଡ଼ ମାରିଥିଲା । ତେବେ କ୍ରୋଧ ସମ୍ଭାଳି ନପାରି ହାଡି଼ଆକୁ କଟୁରୀରେ ହାଣି ଥିବା କହିଛି ଅଭିଯୁକ୍ତି ।

2020, ସେପ୍ଟେମ୍ବର 2 ତାରିଖ । ରାତି ପ୍ରାୟ ସାଢେ 10ଟା । ବିଡାନାସୀ ଥାନା ଇପସାର୍ ଗଡ଼ାରେ ଅଲିସା ବଜ଼ାରର ହାଡ଼ିଆ ଓରଫ ପ୍ରକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ଲୁହା ରଡ଼ରେ ମାଡ଼ ମାରିବା ସହ ଭୁଜାଲିରେ ହାଣି ହତ୍ୟା କରିଥିଲେ ଦୀପକ ଏବଂ ସାନ୍ତୁନ ମଲ୍ଲିକ । ହତ୍ୟା ଘଟଣାର ବର୍ଷେ ପରେ ସାନ୍ତୁନୁକୁ ପୋଲିସ ହାଇଦ୍ରାବାଦରୁ ଗିରଫ କରି ଜେଲ୍ ପଠାଇଥିଲା । ହେଲେ ଦୀପକ କିନ୍ତୁ ପୋଲିସ ଆଖିରେ ଧୂଳି ଦେଇ ଫେରାର ଥିଲା ।

ସେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଏକ ଆଶ୍ରମରେ ବାବା ବେଶରେ ଲୁଚି ରହିଥିଲା । ଖବର ପାଇ ବିଡ଼ାନାସି ପୋଲିସ ଦୀପକକୁ ଧରିବାରେ ସଫଳ ହୋଇଛି । ମଦ ବ୍ୟବସାୟ ଓ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଡିସିପି । ହାଡ଼ିଆ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ସମସ୍ତ 10 ସହଯୋଗୀଙ୍କୁ ଗିରଫ କରି ଜେଲ୍ ପଠାଇଛି କଟକ କମିଶନରେଟ ପୋଲିସ ।

Leave a Reply

Your email address will not be published. Required fields are marked *