୧୪୯ ଗାଁକୁ ବିଶୁଦ୍ଧ ପାନୀୟ

କଟକ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାରୀ ଅନୁମୋଦନ ମିଳିଛି । ୧୫୩ କୋଟି ୫୧ ଲକ୍ଷ ଟଙ୍କାର ଗୋଟିଏ ବୃହତ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଦ୍ୱାରା ସାଲେପୁର ନିର୍ବାଚନ ମଣ୍ଡଳୀରେ ଥିବା ୧୩ଟି ପଞ୍ଚାୟତ, ଟାଙ୍ଗୀ ଚୌଦ୍ୱାର ବ୍ଲକର ୫ଟି ପଞ୍ଚାୟତଓ ଆଠଗଡ଼ରେ ଥିବା 5ଟି ପଞ୍ଚାୟତରେ ୧୪୯ ଗାଁ ରହିଛି । ଏଠାରେ ବାସ କରୁଥିବା ୧,୪୭,୫୪୨ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ।

ଏ ନେଇ କଟକ ସର୍କିଟ ହାଉସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ବିଧାୟକ ପ୍ରଶାନ୍ତ ବେହେରା,ବିଧାୟକ ସୌଭିକ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଅଞ୍ଚଳର ବିକାଶ ତଥା ଲୋକଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେମାନେ ପ୍ରଶଂସା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ପ୍ରକଳ୍ପଗୁଡ଼ିକୁ ୨୪ ମାସ ଅର୍ଥାତ୍ ୨ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *