KKRର ରୋମାଞ୍ଚକ ବିଜୟ,ଦୟାଲଙ୍କ ଉପରେ ଭାରି ପଡ଼ିଲେ’ରିଙ୍କୁ’

RINKU: STAR OF KKR

ଫଟାଫଟ୍ କ୍ରିକେଟ IPLରେ ରାତାରାତି ଷ୍ଟାର ପାଲଟିଗଲେ କୋଲକାତା ପ୍ଲେୟାର । ଏକ ମ୍ୟାଚରେ ରୋମାଞ୍ଚକ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ଗୁଜରାଟ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ଜଣେ ଷ୍ଟାର ପ୍ଲେୟାର । କେବଳ ଛକା ମାରି ଗୁଜରାଟ ହାତରୁ ମ୍ୟାଚ୍ ଛଡ଼ାଇ ନେଇଛନ୍ତି ।

ସୁପର ସଣ୍ଡରେ କୋଲକାତା ନାଇଟ୍ ରାଇଡର୍ସର ରୋମାଞ୍ଚକ ବିଜୟ ହାସଲ । ମ୍ୟାଚର ହିରୋ ସାଜିଥିଲେ ଏମିତି ଜଣେ ପ୍ଲେୟାର ଯିଏ କେବଳ ଛକା ମାରିବାରେ ମାହିର । ନାଁ ରିଙ୍କୁ ସିଂ । ବିସ୍ଫୋରକ ବ୍ୟାଟସମ୍ୟାନ ତାଲିକାରେ ନିଜ ନାଁକୁ ସେ ସାମିଲ କରିଛନ୍ତି ।

ଗୁଜରାଟ’ର ୨୦୪ ରନ୍ ଜବାବରେ କୋଲକାତା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । କିନ୍ତୁ ଭେଙ୍କେଟେସ ଆୟାର ଓ ଅଧିନାୟକ ବିସ୍ଫୋରକ ବ୍ୟାଟିଂ କରି ଟିମକୁ ବିଜୟ ନିକଟତର କରାଇଥିଲେ । ମାତ୍ର ଶେଷ ଭାଗରେ ରସିଦ ଖାନ୍ ହ୍ୟାଟ୍ରିକ୍ ଅର୍ଜନ କରିବାରୁ କେକେଆର ହାରିବା ଏକ ପ୍ରକାର ନିଶ୍ଚିତ ଥିଲା । ମାତ୍ର ଖେଳର ମୋଡ଼ ବଳାଇଥିଲେ ରିଙ୍କୁ ସିଂ ।

ଶେଷ ଓଭରରେ କୋଲକାତା ପାଇଁ ୨୯ ରନ୍ ଆବଶ୍ୟକ ଥିଲା । ୟସ୍ ଦୟାଲଙ୍କ ପ୍ରଥମ ବଲରେ ୧ ରନ୍ ନେଇଥିଲେ ଉମେଶ ଯାଦବ । ଦ୍ୱିତୀୟ ବଲ୍ ସାମ୍ନା କରିଥିଲେ ମ୍ୟାଚ୍ ହିରୋ ରିଙ୍କୁ । ଆରମ୍ଭ ହୋଇଥିଲା ଛକା ବର୍ଷା । ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ବଲ ଅର୍ଥାତ ଲଗାତର ୫ ବଲରେ ୫ଟି ଛକା ମାରି ଏକ ଅବିଶ୍ୱାସନୀୟ ବିଜୟ ଦେଇଥିଲେ ରିଙ୍କୁ ସିଂ । ଏହି ମ୍ୟାଚ୍ ପାଇଁ ସେ ଷ୍ଟାର ପାଲଟିଗଲେ । ମ୍ୟାଚ୍ ହାତଛଡ଼ା କରି ନିରାଶ ହେଲା ଗୁଜରାଟ ।

ରବିବାର ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ପଞ୍ଜାବକୁ ୮ ୱିକେଟରେ ପରାସ୍ତ କରିଥିଲା ହାଇଦ୍ରାବାଦ ।

Leave a Reply

Your email address will not be published. Required fields are marked *