ଚଇତି ପର୍ବରେ ଉତ୍ସବମୁଖର ଘଟଗାଁ

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ତାରିଣୀ । ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଅଞ୍ଚଳ । ତାରିଣୀ ପୀଠରେ ପ୍ରବଳ ଭିଡ଼ ।ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ ଚଇତି ପର୍ବ । ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟଵୋର୍ଡ ପକ୍ଷରୁ ପାଳିତ ହେଉଛି ମା’ଙ୍କ ଏହି ପର୍ବ। ରୀତିନୀତି ଅନୁସାରେ ମା’ ତାରିଣୀଙ୍କ ପୂଜା ଚାଲିଛି । ବିଶେଷ ପୂଜା ନୀତି ସହ ମାର୍ଜଣା,ମଙ୍ଗଳ ଆଳତି,ସ୍ନାନ,ମହାସ୍ନାନ,ବଡ଼ସିଂହାର ବେଶ,ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା ।

ଚଇତିପର୍ବର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବା
ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଏହାକୁ ବେଶ୍ ଉପଭୋଗ କରିଛନ୍ତି । ସନ୍ଧ୍ୟାରେ ମା’ଙ୍କ ଆଳତି,ପାଲାମଣ୍ଡପରେ ପ୍ରବଚନ ଓ ରାତିରେ ବାଦୀପାଲା ପରିବେଷଣ କରାଯାଇଥିଲା ।
କେନ୍ଦୁଝରରୁ ହେମନ୍ତଙ୍କ ରିପୋର୍ଟ, ସୂଚନାଟିଭି 24×7

Leave a Reply

Your email address will not be published. Required fields are marked *