ଥାଇଲାଣ୍ଡରେ ଗୁଳିମାଡ଼, 4 ମୃତ

ଥାଇଲାଣ୍ଡର ଦକ୍ଷିଣାଞ୍ଚଳରେ ପୁଣି ଗୁଳିମାଡ଼ ଘଟଣା। ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ପୋଲିସ। ସ୍ଥାନୀୟ ଗଣମାଧ୍ୟମ ସୂଚନା ମୁତାବକ,ପୋଲିସ ସନ୍ଦିଗ୍ଧର ସର୍ଚ୍ଚ ଅପରେସନ ଜାରି ରଖିଛି। ଗତକାଲି ସନ୍ଧ୍ୟା ପ୍ରାୟ 5ଟା ସମୟରେ ଥାଇଲାଣ୍ଡର ସୁରତ ଥାନି କ୍ଷେତ୍ରର ଖିରି ରତ ନୁଖୋମ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିଲା।
ଗତ ଏକ ବର୍ଷ ଧରି ସେଠାରେ ବହୁ ହିଂସା ଘଟଣା ସଂଗଠିତ ହୋଇଆସୁଛି। ତେବେ ଗତ ଅକ୍ଟୋବରରେ ନଙ୍ଗ ବୁଆ ଲାମ ଫୁ କ୍ଷେତ୍ରରେ ଜଣେ ପୂର୍ବତନ ପୋଲିସ ସର୍ଜେଣ୍ଟ 24 ଶିଶୁଙ୍କ ସମେତ ମୋଟ 36 ଜଣଙ୍କୁ ହତ୍ୟା କରିବା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଗତ ମାସରେ ଫେଚାବୁରି ଅଞ୍ଚଳରେ ହୋଇଥିବା ଗୁଳିମାଡ ଘଟଣାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ। ସୂଚନାଯୋଗ୍ୟ,ଥାଇଲାଣ୍ଡରେ ବହୁ ସଂଖ୍ୟାରେ ବନ୍ଧୁକଧାରୀ ରହୁଛନ୍ତି, ଯାହା ବିଭିନ୍ନ ସମୟରେ ହିଂସା ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *