ସଂକ୍ରମଣରେ ସାମାନ୍ୟ ହ୍ରାସ, କିଛି ସ୍ଥାନରେ ମାସ୍କ ବାଧ୍ୟତାମୂଳକ

CORONA

ଦେଶରେ ଏବେ କୋରୋନା’ର କମବ୍ୟାକ୍ । ଦୈନିକ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ୫୩୫୭ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତକାଲି ୬୧୫୫ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଶୁକ୍ରବାର ୬୦୫୦ ଆକ୍ରାନ୍ତ ଜଣାପଡ଼ିଥିଲେ । ଦିନକରେ ସଂକ୍ରମଣ ହାରରେ ସାମାନ୍ୟ କମିଛି । ଦୈନିକ ସଂକ୍ରମଣ ହାର ୩.୩୯% । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୨,୮୧୪ ରହିଛି ।

ସେପଟେ, କୋରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ୩ ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କେରଳ,ହରିୟାଣା ଓ ପୁଡୁଚେରୀରେ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ସହ
କୋଭିଡ୍ ନିୟମ ପାଳନ ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଉତ୍ତରପ୍ରଦେଶରେ ବିଦେଶୀ ଫେରନ୍ତାଙ୍କ ଟେଷ୍ଟିଂ ହେବ । ସେହିପରି,ଦିଲ୍ଲୀରେ କୋରୋନା ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୋରୋନା ମୁକାବିଲା ପାଇଁ ଓଡ଼ିଶା ସଜାଗ ରହିଛି । ଅନ୍ୟପଟେ, ଦୁଇଦିନ ପୂର୍ବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କୋରୋନା ସ୍ଥିତି ସମୀକ୍ଷା କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *