ସୁଖୋଇ ଯୁଦ୍ଧ ବିମାନର ମଜା ନେଲେ ରାଷ୍ଟ୍ରପତି

ଚୀନ ଓ ଭାରତ ସୀମାରେ ଜାରି ଉତ୍ତେଜନା ମଧ୍ୟରେ ଆଜି ଫାଇଟର ଜେଟ ସୁଖୋଇର 30ଏମକେଆଇ ଉଡ଼ାଣ ମଜା ନେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁଖୋଇ ଉଡ଼ାଣ ବେଳେ ରାଷ୍ଟ୍ରପତି ଏକ ଆଣ୍ଟି ଗ୍ରାଭିଟି ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ଅସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଭରିଥିଲା ବେଳେ ଲାଇନ ଅଫ ଆକ୍ଚୁଆଲ କଣ୍ଟୋଲ ବା ଏଲଏସି ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ରାଷ୍ଟ୍ରପତି ତଥା ଦେଶର ତିନି ସେନା ମୁଖ୍ୟ ଆସାମ ଗସ୍ତରେ ଅଛନ୍ତି । 30ଏମକେଆଇ ଜେଟ୍ ବିମାନରେ 2ଟି ସିଟ୍ ରହିଛି । ଏହି ବିମାନକୁ ଋଷର ସୁଖୋଇ କମ୍ପାନୀ ସହଯୋଗରେ ଭାରତୀୟ ଏରୋସ୍ପେସ୍ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ବିକଶିତ କରିଛି ।
ଏହା ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ,ଏପିଜେ ଅବଦୁଲ କାଲାମ,ରାମନାଥ କୋବିନ୍ଦ ପ୍ରମୁଖ ବାୟୁ ସେନାର ଯୁଦ୍ଧ ବିମାନରେ ସୀମାନ୍ତବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଥିଲେ । 2009ରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ ଫ୍ରଣ୍ଟଲାଇନ ଯୁଦ୍ଧ ବିମାନ ଉଡ଼ାଣର ମଜା ନେଇଥିଲେ।

Leave a Reply

Your email address will not be published. Required fields are marked *