ପ୍ରଥମ ବିଜୟ ଆଶାରେ ଦିଲ୍ଲୀ ଓ ମୁମ୍ବାଇ

ଫଟାଫଟ୍ କ୍ରିକେଟ୍ ଆଇପିଏଲରେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ମୁହାଁମୁହାଁ ହେବେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଗୌହାଟିରେ ଅପରାହ୍ଣ ୩.୩୦ରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ସନ୍ଧ୍ୟା ୭.୩୦ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁକାବିଲା ହେବ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭେଟାଭେଟି ହେବେ ଦୁଇ ଟିମ୍ ।

ରାଜସ୍ଥାନ ରୟାଲ୍ସ ପ୍ରଥମ ମ୍ୟାଚରେ ବିଜୟୀ ହେବା ପରେ କିନ୍ତୁ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଥିଲା । ଆଜି ଦଳ ତୃତୀୟ ମ୍ୟାଚ୍ ଖେଳିବ । ବିସ୍ଫୋରକ ବଟଲର, ହେଟମ୍ୟାର, ବୋଲ୍ଟଙ୍କ ପରି ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ ଅଧିନାକୟ ସଞ୍ଜୁ ସାମସନ୍ । ସେପଟେ, ଦିଲ୍ଲୀ ଆରମ୍ଭରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଖେଳିଥିବା ୨ଟି ଯାକ ମ୍ୟାଚରେ ହାରିଛି ଟିମ୍ । ଆଜି କମବ୍ୟାକ୍ କରିବାକୁ ଦଳ ଲକ୍ଷ୍ୟ ରଖିଛି ।

ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ । ମୁମ୍ବାଇ ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଠାରୁ ପରାସ୍ତ ହୋଇଛି । ଆଜି ଦଳ ଦ୍ୱିତୀୟ ମ୍ୟାଚରେ ଧୋନି ବାହିନୀକୁ ସାମ୍ନା କରିବ । ଅଧିନାୟକ ରୋହିତ, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଜୋଫ୍ରା ଆର୍ଚରଙ୍କ ପରି ଟପ୍ ପ୍ଲେୟାର ଦଳରେ ସାମିଲ ଅଛନ୍ତି । ଆଜିର ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବାକୁ ପ୍ରୟାସ କରିବ ରୋହିତ ଆଣ୍ଡ କୋ । ସେପଟେ, ଚେନ୍ନାଇ ପ୍ରଥମ ମ୍ୟାଚରେ ହାରିବା ପରେ ଦ୍ୱିତୀୟ ମ୍ୟାଚରେ କମବ୍ୟାକ୍ କରିଥିଲା । ଆଜି ମଧ୍ୟ ଉନ୍ନତ ପ୍ରଦର୍ଶନ ପାଇଁ ଦଳ ଲକ୍ଷ୍ୟ ରଖିଛି ।

Leave a Reply

Your email address will not be published. Required fields are marked *