ବୋଲ ମାନୁନି କୋରୋନା, ନେଉଛି ଜୀବନ

ଦେଶକୁ ଏବେ କୋରୋନା ଟେନସନ । ଦୈନିକ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ୬୦୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଆଜି ୬୧୫୫ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୩୧,୧୯୪କୁ ବୃଦ୍ଧି ପାଇଛି । କୋରୋନା ଆକ୍ରାନ୍ତ ସଂଖ୍ୟା ୪,୪୭,୫୧,୨୫୯କୁ ଛୁଇଁଛି । ଗତ କିଛି ଦିନ ହେଲା ଲଗାତର ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ ଜୀବନ ନେଇଛି । କୋରୋନା । ଗତକାଲି ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶରେ ଏବେ କୋରୋନା ମୃତ୍ୟୁ ସଂଖ୍ୟା ୫,୩୦,୯୫୪କୁ ବୃଦ୍ଧି ପାଇଛି ।

କୋରୋନା ମୁକାବିଲା ପାଇଁ ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ସଂକ୍ରମଣ ବୃଦ୍ଧି ପାଉଥିବା ଅଞ୍ଚଳରେ ତୁରନ୍ତ ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ, କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଜୀବନ ରକ୍ଷା ପାଇଁ ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର ।

Leave a Reply

Your email address will not be published. Required fields are marked *