‘ୱାକଥନ’ରେ ରଙ୍ଗବେରଙ୍ଗ ଶାଢ଼ୀର ଝଲକ

ଟେକ୍ସଟାଇଲ ହବ ସୁରତରେ ଆୟୋଜିତ ହୋଇଯାଇଛି ଶାଢ଼ୀ ୱାକଥନ। ଏହି ୱାକଥନରେ 15 ହଜାରରୁ ଅଧିକ ମହିଳା ଭାଗ ନେଇଛନ୍ତି। ମହିଳାଙ୍କ ସୁସ୍ୱାସ୍ଥ୍ୟ ଓ ସଶକ୍ତିକରଣ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରବିବାର ଦିନ ମହିଳାମାନେ ରଙ୍ଗ ବେରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଥିଲା।

ଏହି ଅବସରରେ ମହିଳାମାନେ ନାଚଗୀତରେ ମସଗୁଲ ମଧ୍ୟ ଥିଲେ। ସୁରଟ ଟେକ୍ସଟାଇଲ ହବ୍ ତଥା ମିନି ଇଣ୍ଡିଆ ଭାବେ ପରିଚୟ ହାସଲ କରିଛି।
ସୁରତ ମୁନସିପାଲିଟି ଓ ସୁରତ ସ୍ମାର୍ଟ ସିଟି ଡେଭଲପମେଣ୍ଟ ଲିମିଟେଡ ପକ୍ଷରୁ ଆୟୋଜିତ ଏହି ଶାଢ଼ୀ ୱାକଥନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମହିଳାମାନେ ଭାଗ ନେଇଥିଲେ। ଏମାନଙ୍କ ସହ ଏଥିରେ ବିଭିନ୍ନ ଦେଶରୁ ଆସି ସୁରତରେ ପଢୁଥିବା ଛାତ୍ରୀମାନେ ଭାରତର ପାରମ୍ପରିକ ପୋଷାକ ଓ ଶାଢ଼ୀରେ ନଜର ଆସିଥିଲେ। କାର୍ଯ୍ୟକ୍ରମକୁ କେନ୍ଦ୍ର ଟେକ୍ସଟାଇଲ ମନ୍ତ୍ରୀ ଉଦଘାଟନ କରିଥିଲେ।

ସୁରତ ମୁନସିପାଲ କମିଶନର ଶାଲିନୀ ଅଗ୍ରୱାଲ କହିଛନ୍ତି କି, ଦେଶରେ ଜି-20 ସମ୍ମିଳନୀ ଚାଲିଥିବା ବେଳେ ଏପରି ଏକ କାର୍ଯ୍ୟକ୍ରମର ଆୟୋଜନ ଗୌରବର ବିଷୟ। ଶାଢ଼ୀ ମାରାଥନରେ 15 ହଜାର ମହିଳା କାର୍ଯ୍ୟକ୍ରମରେ ନାମ ପଞ୍ଜିକରଣ କରିଥିବା ବେଳେ ପ୍ରାୟ 15 ରାଜ୍ୟରୁ ମହିଳାମାନେ ଭାଗ ନେଇଛନ୍ତି। କେବଳ ସୁରତ ନୁହେଁ, ଦିଲ୍ଲୀରେ ମଧ୍ୟ ଶନିବାର ଦିନ ଏକ ୱାକଥନ କରାଯାଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ୱାକଥନ କରାଯାଇଥିଲା।

Leave a Reply

Your email address will not be published. Required fields are marked *