ଓଃ କି ରାଗ ! ନାବାଳିକା ଗିଳିଦେଲା ମୋବାଇଲ

କଥାରେ ଅଛି କ୍ରୋଧ ବ୍ରହ୍ମ ଚଣ୍ଡାଳ। ମଣିଷ ରାଗିଗଲେ ଏମିତି କିଛି କରି ବସେ ଯାହା ବିଶ୍ୱାସ କରିବା ମଧ୍ୟ କଷ୍ଟକର। କେବେ କେହି ଚିନ୍ତା କରିପାରିବେ ଜଣେ ମୋବାଇଲ ଗିଳି ଦେବ।

କିନ୍ତୁ ଘର ଲୋକଙ୍କ ଉପରେ ରାଗି ଜଣେ ନାବାଳିକା ଏକ ମୋବାଇଲ ଗିଳି ଦେଇଛି। ଏପରି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିଅରରେ । ଭିନ୍ଦ୍ ଜିଲ୍ଲା ଆମୟାନରେ ଜଣେ ନାବାଳିକା ସବୁ ସମୟରେ ମୋବାଇଲ ଧରୁଥିବାରୁ ଘରେ ସମସ୍ତେ ବିରକ୍ତ ହେଉଥିଲେ। ଦିନେ ସେ ମୋବାଇଲରେ ଖେଳୁଥିବାର ଦେଖି ବାପା ବହୁତ ଗାଳି କଲେ। ଏଥିରେ ନାବାଳିକଟି ଏମିତି ରାଗିଗଲା ଯେ ସେ ଧରିଥିବା ମୋବାଇଲ୍‌ ଗିଳିଦେଲା।

ତେବେ ନାବାଳିକା ଗିଳି ଥିବା ମୋବାଇଲଟି କି-ପ୍ୟାଡ୍‌ ବାଲା ଥିଲା। ମୋବାଇଲ୍‌ ଗିଳିଦେବା ପରେ ଘର ଲୋକେ ତାଙ୍କୁ ଜିଲ୍ଲା ଚିକିତ୍ସାଳୟ ନେଇଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ଗ୍ୱାଲିଅରରେ ଥିବା
ଆରୋଗ୍ୟ ହସ୍ପିଟାଲ ରେଫର କରିଥିଲେ। ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ନାବାଳିକାଙ୍କ ପେଟରୁ ମୋବାଇଲ୍‌ଟିକୁ ବାହାର କରିବାରେ ସକ୍ଷମ ହୋଇଥିଲେ। ଏବେ ନାବାଳିକାର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

Leave a Reply

Your email address will not be published. Required fields are marked *