ଶୋଇଥିଲେ ଶିକ୍ଷକ, ହାଣିଦେଲା ଦୁର୍ବୃତ୍ତ

ସ୍କୁଲରେ ଶୋଇଥିବା ବେଳେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ । କେହି ଦୁର୍ବୃତ୍ତ ତାଙ୍କୁ ହାଣି ଦେଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରଗଡ଼ା ଗାଁରେ ।

ଗତକାଲି ବିଳମ୍ବିତ ରାତିରେ ଏଭଳି ଆକ୍ରମଣ କରିଛି ଦୁର୍ବୃତ୍ତ । ଗୁରୁତର ଶିକ୍ଷକ ହେଲେ ଛାମୁଣ୍ଡା ଗାଁର ଛବିଲାଲ ମହାକୁଡ଼ । ସେ ରଗଡ଼ା ଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି । ସୂଚନା ଅନୁଯାୟୀ ଗତକାଲି ରଗଡ଼ା ନିକଟ ସଂତେଇଭଞ୍ଜ ଗାଁରେ ହିଙ୍ଗୁଳା ମା’ଙ୍କ ଯାତ୍ରା ଦେଖି ଶିକ୍ଷକ ଜଣକ ରାତି ଅଧିକ ହେବାରୁ ସ୍କୁଲରେ ଶୋଇପଡ଼ିଥିଲେ । କେହି ଦୁର୍ବୃତ୍ତ ସ୍କୁଲ କବାଟ ଭାଙ୍ଗି ଧାରୁଆ ଅସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଶିକ୍ଷକଙ୍କ ବାମ ଗୋଡ଼ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ତେଲକୋଇ ମେଡିକାଲ ପରେ ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *