Category: ଦେଶ-ବିଦେଶ

  • କଡପା ସାଂସଦଙ୍କ ବାପାଙ୍କୁ ଗିରଫକଲା ସିବିଆଇ

    କଡପା ସାଂସଦଙ୍କ ବାପାଙ୍କୁ ଗିରଫକଲା ସିବିଆଇ

    କଡପା ସାଂସଦ ୱାଇଏସ ଅବିନାଶ ରେଡ୍ଡୀଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି ସିବିଆଇ। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ ଏହି ଗିରଫଦାରୀ କରାଯାଇଛି। ବିବେକାନନ୍ଦ ଜଗନ ରେଡ୍ଡୀଙ୍କ ଦାଦା ତଥା ଭାସ୍କର ରେଡ୍ଡୀଙ୍କ ଭାଇ ଥିଲେ। କଡପା ଜିଲ୍ଲାର ପୁଲିବେନ୍ଦୁଲା ସ୍ଥିତ ତାଙ୍କ ଘରୁ ରବିବାର ସିବିଆଇ ଗିରଫ କରିଛି।

    2919 ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ15ରେ ବିବେକାନନ୍ଦଙ୍କୁ ତାଙ୍କ ଘରେ ମାର୍ଚ୍ଚ 15 ତାରିଖରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ ଦ୍ୱାରା ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା ଓ ପରବର୍ତ୍ତି ସମୟରେ 2020ରେ ସିବିଆଇ ତଦନ୍ତ ଭାର ନେଇଥିଲା।  ବିବେକାନନ୍ଦଙ୍କ ଝିଅ ସୁନିତା ହତ୍ୟା ପଛରେ ନିଜ ସମ୍ପର୍କୀୟଙ୍କ ହାତ ଥିବା ସନ୍ଦେହ ପ୍ରକଟ କରିଥିଲେ। ଏଥିସହ, ମାମଲାର ଶୁଣାଣି ଆନ୍ଧ୍ର ପ୍ରଦେଶରେ ହେଲେ ତାଙ୍କ ପରିବାରକୁ ନ୍ୟାୟ ମିଳିବ ନାହିଁ ବୋଲି କୋର୍ଟଙ୍କ ସମ୍ମୁଖରେ ଆଶଙ୍କା ପ୍ରକଟକରିଥିଲେ ସୁନିତା। ତେବେ ସିବିଆଇ ଦୁଇ ବର୍ଷର ତଦନ୍ତରେ କୌଣସି ସଫଳତା ପାଇ ନଥିବା ବେଳେ ଗତ ସପ୍ତାହରେ ସୁପ୍ରିମକୋର୍ଟ ସିବିଆଇକୁ ଏପ୍ରିଲ 30 ମଧ୍ୟରେ ତଦନ୍ତ ସାରିବାକୁ ଦେଇଥିଲେ ନିର୍ଦ୍ଦେଶ। ଏହା ବ୍ୟତୀତ, ମାମଲାକୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

    ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ ପରେ ସିବିଆଇ ଏକ ସ୍ପେଶାଲ ଟିମ ଗଠନ କରି ସିବିଆଇ ଦୁଇ ଦିନ ତଳେ ଜି ଉଦୟ ରେଡ୍ଡୀ ନାମକ ଜଣଙ୍କୁ ଗିରଫ କରିଛି। ଉଦୟ କଡପା ସାଂସଦଙ୍କର ଜଣେ ଘନିଷ୍ଠ।

  • କୋରୋନା ସଂକ୍ରମଣ ବଢୁଛି, ଦିନକରେ ଦେଶରେ ୧୦ ହଜାର, ରାଜ୍ୟରେ ୩୦୦ ଛୁଇଁଲା

    କୋରୋନା ସଂକ୍ରମଣ ବଢୁଛି, ଦିନକରେ ଦେଶରେ ୧୦ ହଜାର, ରାଜ୍ୟରେ ୩୦୦ ଛୁଇଁଲା

    ଦେଶରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ରାଜ୍ୟରେ ବି କୋରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ପଦକ୍ଷେପ ନେବା ଜରୁରୀ ହୋଇଛି ।

    ଗତ ୨୪ ଘଣ୍ଟାରେ ଦେଶରେ ୧୦,୦୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୧୯ ଜଣଙ୍କ ଜୀବନ ନେଇଛି କୋରୋନା । ମେଡିକାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ହୋମ୍ ଆଇସୋଲେନସରେ ବି ଅଛନ୍ତି କୋରୋନା ଆକ୍ରାନ୍ତ । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫୭,୫୪୨ ରହିଛି ।

    ସେହିପରି ରାଜ୍ୟରେ ବି ଥମୁନି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ହାରରେ ବୃଦ୍ଧି ଘଟୁଛି । ଗତ ୨୪ ଘଣ୍ଟାରେ ୩୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଗତକାଲି ଅପେକ୍ଷା ୫୦ ପ୍ରତିଶତ ଅଧିକ ରହିଛି । କୋରୋନାରେ ଜଣଙ୍କ ମୃତ୍ୟୁ ହୋଇଛି । ୫ ତାରିଖରୁ ଏଯାଏ ୩ ଜଣଙ୍କ ମୃତ୍ୟୁ ହେଲାଣି ।

  • ଉଚ୍ଚତା ବଢ଼ାଇବାକୁ ‘ଗିବସନ’ଙ୍କ ଏ କି ପାଗଳାମି

    ଉଚ୍ଚତା ବଢ଼ାଇବାକୁ ‘ଗିବସନ’ଙ୍କ ଏ କି ପାଗଳାମି

    ବ୍ୟକ୍ତିର ଆତ୍ମବିଶ୍ୱାସ ତାର ବାହ୍ୟ ରୂପ ଉପରେ ଅନେକାଂଶରେ ନିର୍ଭର କରିଥାଏ। ସୁଢଳ, ସୌମ୍ୟକାନ୍ତ ଶରୀରଧାରୀଙ୍କୁ ମଧ୍ୟ ଲୋକେ ଅଧିକ ପସନ୍ଦ କରିଥାନ୍ତି। ତେଣୁ ଯେଉଁମାନଙ୍କର ଉଚ୍ଚତା ସାଧାରଣତଃ କମ ଥାଏ ବା ଯେଉଁମାନେ କଳା ରଙ୍ଗର ହୋଇଥାନ୍ତି ସେମାନଙ୍କ ଭିତରେ ନିଜ ପ୍ରତି ନକାରାତ୍ମକ ଭାବନା ରହିଥାଏ। ଏମିତି ନକାରାତ୍ମକ ଭାବନାକୁ ଦୂର କରିବାକୁ ମୌଜେସ୍ ଗିବସନ ଖର୍ଚ୍ଚ କରିଛନ୍ତି 1.35 କୋଟି ବା 1.70 ଲକ୍ଷ ଡଲାର। ମୌଜେସଙ୍କ ଉଚ୍ଚତା 5.5 ଫୁଟ ଥିବାରୁ ତାଙ୍କ ଭିତରେ ସ୍ଢଷ୍ଟି ହୋଇଥିଲା ହୀନମନ୍ୟତା। ତେଣୁ ସେ ତାଙ୍କ ଉଚ୍ଚତା ଆଉ 5 ଇଞ୍ଚ ବଢାଇବାକୁ ଏକ ବ୍ୟୟବହୁଳ ଓ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର କରିଛନ୍ତି।

    ଆମେରିକାର ମିତାସୋଟାରର ବାସିନ୍ଦା ମୌଜେସ(41) ଜଣେ ଇଞ୍ଜିନିୟର ହେବା ସହ ଉବର ମଧ୍ୟ ଚଳାଉଥିଲେ। ଅନେକ ଅର୍ଥ ଉପାର୍ଜନ କରିଛନ୍ତି। ହେଲେ ତାଙ୍କ ଉଚ୍ଚତା 5.5 ଫୁଟ ଥିବାରୁ ସେ ନିରୁତ୍ସାହିତ ଥିଲେ। ତାଙ୍କ ଉଚ୍ଚତା ପାଇଁ ଲଭ ଲାଇଫ ସୁଖଦ ନଥିଲା, ତାଙ୍କ ସହ ଡେଟିଂ ପାଇଁ ମହିଳା ଆକର୍ଷିତ ହେଉନଥିବାରୁ ସେ ବହୁତ ଅବସାଦରେ ରହୁଥିଲେ। ନିଜର ଉଚ୍ଚତା ବଢାଇବାକୁ ମେଡିଟେସନ ସହ ବହୁ ଔଷଧ ମଧ୍ୟ ସେବନ କରିଥିଲେ। କିନ୍ତୁ କୌଣସିଥିରେ ତାଙ୍କୁ କିଛି ସୁଫଳ ମିଳିନଥିଲା। ଶେଷରେ ଜୋତାରେ କିଛି ରଖି ମଧ୍ୟ ଉଚ୍ଚତା ବଢାଇବାକୁ ଚାହିଁଥିଲେ। ସବୁରେ ନିରାଶା ହିଁ ଲାଗିଥିଲା। ତେଣୁ ବ୍ୟୟବହୁଳ ତଥା ଯନ୍ତ୍ରଣାଦାୟକ ଅସ୍ତ୍ରପଚାର କରିବାକୁ ନେଇଥିଲେ ନିଷ୍ପତ୍ତି

    ଏଥିପାଇଁ ଆବଶ୍ୟକ ହୋଇଥିଲା 1.70ଲକ୍ଷ ଡଲାର। ତେଣୁ ଦୁଇଥରରେ ଅପରେସନ କରାଇଥିଲେ। ସେଥିପାଇଁ ସେ ତିନି ବର୍ଷ ଧରି କଠିନ ପରିଶ୍ରମ କରିଥିଲେ ଇଞ୍ଜିନିୟର ଓ ଉବର ଡ୍ରଇଭର ଭାବେ ଓ ଏଥିରୁ 75ହଜାର ଡଲାର ସଂଚୟ କରିଥିଲେ। 2016ରେ ସେ ପ୍ରଥମ ଅପରେସନରେ 3 ଇଞ୍ଚ ବଢାଇଥିଲେ। ପ୍ରଥମ ଅପରେସନକୁ ନେଇ ସେ ବହୁତ ଖୁସି ହୋଇଯାଇଥିଲେ। ତଥାପି ଆଉ ଏକ ଅସ୍ତ୍ରୋପଚାର କରି ଆଉ 2 ଇଞ୍ଚ ବଢାଇବାକୁ ଚାହିଁଥିଲେ। ଏଥିପାଇଁ ତାଙ୍କୁ 98ହଜାର ଡଲାର ଦରକାର ହୋଇଥିଲା। ତେଣୁ ଚଳିତ ମାର୍ଚ୍ଚରେ ଦ୍ୱିତୀୟ ଅପରେସନ କରିଥିଲେ।
    ଏବେ ତାଙ୍କ ଉଚ୍ଚତା 5.10 ଇଞ୍ଚ ହୋଇଛି ଓ ସେ ଭାରି ଖୁସି। ବର୍ତ୍ତମାନ ସେ ନିଜକୁ ବେଶ କନଫିଡେନ୍ସ ଅନୁଭବ କରୁଛନ୍ତି। ତାଙ୍କୁ ମଧ୍ୟ ଜଣେ ପ୍ରେମିକା ମିଳିଯାଇଛନ୍ତି।

  • ଜଳୁଛି ସୁଦାନ, ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦିଆଯାଇଛି ପରାମର୍ଶ

    ଜଳୁଛି ସୁଦାନ, ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦିଆଯାଇଛି ପରାମର୍ଶ

    ଜଳୁଛି ସୁଦାନ। ଦେଶର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଘଟିଛି ଭୟଙ୍କର ସଂଘର୍ଷ। ଏଥିପାଇଁ ସୁଦାନରେ ରହିଥିବା ସମସ୍ତ ଭାରତୀୟଙ୍କ ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା। କେନ୍ଦ୍ର ସରକାର ସେଠାରେ ଥିବା ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ। ରାଜଧାନୀ ଖାରତୁନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରି ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଲ୍ଳେଖ କରାଯାଇଛି କି, ସୁଦାନରେ ବର୍ତ୍ତମାନ ସ୍ଥିତି ଜଟିଳ ରହିଛି। ସବୁଆଡେ ଗୁଳି ଗୁଳା ଚଳୁଛି। ଘରେ ସୁରକ୍ଷିତ ଓ ଶାନ୍ତ ରହି ପରବର୍ତ୍ତି ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ କୁହାଯାଇଛି।

    ସୁଦାନର ମିଳିଟାରୀ ଲିଡର ଅବଦେଲ ଫତାଦ ଅଲ ବୁରହାନ ଓ ତାଙ୍କର ନମ୍ବର 2 ଅର୍ଦ୍ଧ ପାରାମିଲିଟାରୀ କମାଣ୍ଡର ମହମ୍ମଦ ହାମଦାନ ଡାଗୋଲଙ୍କ ମଧ୍ୟରେ ଦୀର୍ଘ ଗୋଟିଏ ସପ୍ତାହ ହେଲା ବିବାଦ ଲାଗୁ ରହିଥିଲା। ନିୟମିତ ଆର୍ମିରେ ପାରାମିଲିଟାରୀ ରାପିଡ ସର୍ପୋଟ ଫୋର୍ସଙ୍କୁ ମିଶାଇ ଦେବା ପାଇଁ ଚାଲିଥିବା ଯୋଜନାକୁ ନେଇ ଟୈ କମାଣ୍ଡରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଶନିବାର ଭୟଙ୍କର ରୂପ ନେବା ସହ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଆକ୍ରମଣରେ ଉଭୟ ସଂସ୍ଥାର ବେସକ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି।  

  • ବିଷାକ୍ତ ମଦ ପିଇ 8 ମୃତ

    ବିଷାକ୍ତ ମଦ ପିଇ 8 ମୃତ

    ପୁଣି ବିହାରରେ ମଦ ବିଭୀଷିକା।  ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି 8 ଜଣ ଓ 25 ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି। ବିହାରର ମୋତିହାରି ଜିଲ୍ଲାରେ ପୁଣି ମଦ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ଲକ୍ଷ୍ମୀପୁର, ପାହାରପୁର ଓ ହରିସିଦ୍ଧି ବ୍ଲକରେ ବିଷାକ୍ତ ମଦ ମୃତ୍ୟୁ ମାମଲା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ 5ରୁ 8 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ । 

    ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ତଳେ ବିରୋଧୀ ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜାତୀୟ ମାନବାଧିକାର କମିଶନ ନିକଟରେ ଜାରି କରିଥିବା ରିପୋର୍ଟରେ କୁହାଯାଇଥିଲା କି, ସାରନ ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ 40 ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ପାଇଁ ରିପୋର୍ଟରେ ଜିଲ୍ଲା ପ୍ରଶାସନକୁ ଦାୟୀ କରାଯାଇଥିଲା। ଏହି ରିପୋର୍ଟକୁ ଆଧାର କରି ବିଜେପି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିବା ବେଳେ ସରକାର ମଦ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରିଥିବା ପାଲଟା ଅଭିଯୋଗ ହେଉଛି।

    ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ କି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ରିପୋର୍ଟ ପ୍ରକାଶ ପାଇଛି। ବିଜେପି ଜାଣିଶୁଣି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚାହୁଁଥିବା କହିଥିଲେ। ସାରନ ବିଷାକ୍ତ ମଦ ମୃତ୍ୟୁ ମାମଲାରେ ମଧ୍ୟ  ବିଧାନସଭା ଭିତରେ ବିଜେପି ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲା। ଏଥିରେ ଉତକ୍ଷିପ୍ତ ନୀତିଶ  କହିଥିଲେ ଯେ ମଦ ପିଇଲେ ମରିବ। ମଦ ବ୍ୟାନ ହୋଇ ନଥିବା ରାଜ୍ୟରେ ମଧ୍ୟ ଲୋକେ ବିଷାକ୍ତ ମଦ ପିଇ ମରୁଛନ୍ତି।

    ସୂଚନାଯୋଗ୍ୟ, 2016ରୁ ବିହାରରେ ମଦ ପିଇବା ଓ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି, ହେଲେ ରାଜ୍ୟରେ ଚୋରାରେ ବ୍ୟାପକ ମଦ ବିକ୍ରି କରାଯାଇଛି ଓ ବିଷାକ୍ତ ମଦ ପିଇ ମରୁଛନ୍ତି ବହୁ ଲୋକ।

  • ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣ ବାଟ ବନ୍ଦ!

    ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣ ବାଟ ବନ୍ଦ!

    13ହଜାର କୋଟି ଟଙ୍କାର ହେରଫେର ମାମଲାରେ ମୋଷ୍ଟ ୱାଣ୍ଟେଡ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କୁ ଆଇନଗତ ଯୁଦ୍ଧରେ ବିଜୟ। ଆଣ୍ଟିଗୁଆ ଓ ବାରବୁଡା ହାଇକୋର୍ଟ ଶୁକ୍ରବାର ମେହୁଲ ଚୌକସିଙ୍କ ସପକ୍ଷରେ ଦେଇଛି ରାୟ। କୋର୍ଟ କହିଛନ୍ତି କି, ମେହୁଲଙ୍କୁ ଆଣ୍ଟିଗୁଆ ଓ ବାକରବୁଡାରୁ ବାହାରକୁ ନିଆଯାଇ ପାରିବ ନାହିଁ, ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣର ସମସ୍ତ ମାର୍ଗକୁ ବନ୍ଦ କରି ଦେଇଛି ଏହି ନିର୍ଦ୍ଦେଶ। ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଯୁକ୍ତି ବାଢିଥିଲେ କି, ଆଣ୍ଟିଗୁଆର ଆଟର୍ଣ୍ଣି ଜେନେରାଲ ଓ ପୋଲିସକୁ ତାଙ୍କ ବିରୋଧରେ ହୋଇଥିବା ମାମଲାର ଯାଞ୍ଚ କରିବାର ଦାୟିତ୍ୱ ରହିଛି।

    ମେହୁଲ ନିଜକୁ ଆଶ୍ୱସ୍ତି ଦେବାକୁ ହାଇକୋର୍ଟରେ 2021 ମେ 23 ତାରିଖରେ ଆଣ୍ଟିଗୁଆ ଓ ବାରବୁଡାରୁ ତାଙ୍କ ଅପହରଣର ଯାଞ୍ଚ ହେବା ଜରୁରୀ ବୋଲି କହିଥିଲେ। କୋର୍ଟ ମାମଲାର ଗୁରୁତ୍ୱକୁ ବୁଝି  କୋର୍ଟଙ୍କ ନିର୍ଦ୍ଦେଶ ବିନା ତାଙ୍କୁ ବାହାରକୁ ନିଆଯାଇ ପାରିବନାହିଁ ବୋଲି କହିଛନ୍ତି। ଏଥିସହ, ଚୋକସିଙ୍କୁ ଜବରଦସ୍ତ ଡୋମିନିକା ନିଆଯାଇଥିବାରୁ ମାମଲାର ଯାଞ୍ଚ ସେଠାକାର ପୁଲିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

    ସିବିଆଇ କହିଛି, ପଳାତକ ମେହୁଲ ଚୌକସିକୁ ଭାରତ ଫେରାଇ ଆଣିବାକୁ ସବୁ କିଛି କରିବୁ। ପଞ୍ଜାବ ନାସନାଲ ବ୍ୟାଙ୍କ ଫ୍ରଡ ମାମଲାରେ ସିବିଆଇ ପକ୍ଷରୁ 2018 ଫେବୃଆରୀ 15ରେ ମାମଲା ଦାୟର ହୋଇଥିଲା। ପୂର୍ବରୁ ମେହୁଲକୁ ଭାରତକୁ ଫେରାଇ ଦେବାକୁ ଆଣ୍ଟିଗୁଆ ରାଜି ହୋଇଥିବା ବେଳେ ପରବର୍ତ୍ତି ସମୟରେ ଏହାକୁ ମନା କରି ଦେଇଛି। ଗତମାସରେ ଇଣ୍ଟର୍ପୋଲ 2 ଅରବ ଘୋଟାଲା ମାମଲାରେ ଚୌକସି ବିରୋଧରେ ଲାଗିଥିବା ରେଡ ନୋଟିସ ହଟାଇ ଦେଇଥିଲା। 2018 ଡିସେମ୍ବରକୁ ମେହୁଲଙ୍କ ବିରୋଧରେ ରେଡ ନୋଟିସ ହୋଇଥିଲା।

  • ଖାଇକୁ ଖସିଲା ବସ୍, ଚାଲିଗଲା 12 ଜୀବନ

    ଖାଇକୁ ଖସିଲା ବସ୍, ଚାଲିଗଲା 12 ଜୀବନ

    ମହାରାଷ୍ଟ୍ରର ପୁଣେରେ ବଡ ଧରଣ ଦୁର୍ଘଟଣା। ଏଥିରେ 12 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 29 ଆହତ ହୋଇଛନ୍ତି। ପୁଣେର ପୁରୁଣା ସଡକରେ ଏକ ଯାତ୍ରୀବାହି ବସ ଖାଇକୁ ଖସି ଯାଇଛି। ଦୁର୍ଘଟଣା  ଖୋପୋଲି ଥାନାର ଶିଙ୍ଗରୋବା ମନ୍ଦିର ପଛପଟେ ହୋଇଛି। ଏକ ପାରମ୍ପରିକ ସଙ୍ଗୀତ ଗ୍ରୁପର 41ସଦସ୍ୟମାନଙ୍କୁ ନେଇ ପୁଣେରୁ  ମୁମ୍ବାଇ ଯାଉଥିବା ବେଳେ ଭୋର ପ୍ରାୟ 4.50ରେ ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଖୋପୋଲି ଗ୍ରାମୀଣ ହସ୍ପିଟାଲ ଓ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖୋପୋଲି ମୁମ୍ବାଇରୁ  ପ୍ରାୟ 70 କିମି ଦୂରରେ ଅବସ୍ଥିତ।

    ମୁମ୍ବାଇର ଗୋରେଗାୱରୁ ବାଜି ପ୍ରଭୁ ମ୍ୟୁଜିକ ଗ୍ରୁପ ପୁଣେରୁ କାର୍ଯ୍ୟକ୍ରମ ଶେଷକରି ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ରାୟଗଢ ଏସପି ସୋମନାଥ ଘାର୍ଗେ କହିଛନ୍ତି କି, ବସରେ ଥିବା ଯାତ୍ରୀ ମୁମ୍ବାଇର ସାୟନ ଓ ଗୋରେଗାୱ ତଥା ପାଲଘର ଜିଲ୍ଲାର ଥିଲେ। ହାଇକର୍ସ ଟିମ, ଆଇଆରବି ଟିମ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ସହାୟତା କରୁଛନ୍ତି।

    ଏଏସପି ଅତୁଲ କହିଛନ୍ତି କି ମୃତକ ଓ ଆହତଙ୍କ ମଧ୍ୟରେ 18-25 ବର୍ଷ ବୟସ ବର୍ଗର ଯୁବକ ରହିଛନ୍ତି। ସ୍ଥାନୀୟ ପୁଲିସର ଏକ ଟିମ ଓ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।  ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗଭୀର ଶୋକବ୍ୟକ୍ତ କରିବା ସଦ ପ୍ରତି ମୃତକଙ୍କ ପିଛା 5 ଲକ୍ଷ ଟଙ୍କାର ଅନୁକମ୍ପାରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

  • ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ

    ଜାପାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ

    ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦଙ୍କ ଉପରେ ଆକ୍ରମଣ। ଏହି ଆକ୍ରମଣ ପଶ୍ଚିମ ଜାପାନର ଏକ ବନ୍ଦର ଗସ୍ତ କାଳରେ ହୋଇଥିଲା। ୱାକାୟାମାରେ ସେ ପହଞ୍ଚିବା ପରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା, କିନ୍ତୁ ତାଙ୍କୁ ସୁରକ୍ଷିତ ସେଠାରୁ ବାହାର କରି ନିଆଯାଇଥିଲା। କୁହାଯାଉଛି, ଏକ ଗ୍ୟାସ ବା ପାଇପ ବମ ତାଙ୍କ ଉପରକୁ ପକାଯାଇଥିଲା। ସୁରକ୍ଷାବଳ ଆକ୍ରମଣକାରୀକୁ ଧରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି।

    ଜାପାନ ଗଣମାଧ୍ୟମ ସୂଚନା ମୁତାବକ, ପିଏମ କିଶିଦା ଏକ ବନ୍ଦରରେ ନିର୍ବାଚନୀ ପ୍ରଚାର ପାଇଁ ପହଞ୍ଚିବା ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା, ଏହା ପରେ ସ୍ଥାନୀୟ ଅଞ୍ଚଳ ଧୂଆଁରେ ଭରିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ହେଲେ ଏସମ୍ପର୍କରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟିକରଣ ଆସିନଥିଲା। ନାସନାଲ ବ୍ରଡକାଷ୍ଟର ଏନଏଚକେ ଗହଳି ଭିତରୁ ଜଣେ ବ୍ୟକ୍ତିଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିବା ଦେଖିବାକୁ ମିଳିଥିଲା। ଘଟଣା ପରେ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

    ଦେଶରେ ନିର୍ବାଚନ ପ୍ରଚାର ଚାଲିଥିବା ବେଳେ କିଶିଦା ତାଙ୍କର ଜଣେ ପ୍ରାର୍ଥିଙ୍କ ପାଇଁ ୱାକାୟାମାକୁ ପ୍ରଚାର ପାଇଁ ଯାଇଥିଲେ।  ଏପରି ଘଟଣା ଗଣତନ୍ତ୍ରର ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ସୂଚନାଯୋଗ୍ୟ, ଜୁଲାଇ 2022ରେ ଏକ କାର୍ଯ୍ୟକ୍ରମରେ ଯେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଭାଷଣ ଦେଉଥିବା ବେଳେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ଜାପାନର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଆହୁରି ବଢାଇ ଦିଆଯାଇଥିଲା। ତାଙ୍କର ଚର୍ଚ୍ଚ ସହ ସମ୍ବନ୍ଧକୁ ନେଇ ହତ୍ୟାକାରୀ ଟେଟସୁୟା ୟାମାଗାମି ତାଙ୍କ ଉପରେ ଆକ୍ରମଣ କରିଥିଲା, ଯାହା ଜାପାନରେ ରଜନେତା ଓ ସମ୍ପ୍ରଦାୟଙ୍କ ମଧ୍ୟରେ ସମ୍ପର୍କରୁ ଉଜାଗର କରିଥିଲା।

  • ଦିଲ୍ଲୀବାସୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟା ଅବ୍ୟାହତ

    ଦିଲ୍ଲୀବାସୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟା ଅବ୍ୟାହତ

    ଦିଲ୍ଲୀରେ ମାଗଣା ବିଦ୍ୟୁତ୍ ଯୋଗାଣରେ ଦେଖାଦେଇଥିବା ସମସ୍ୟା ଦୂର। ପୂର୍ବପରି 46 ଲକ୍ଷରୁ ଅଧିକ ପରିବାରକୁ ମିଳିବ ମାଗଣା ବିଜୁଳି। ଆପ ଓ ଏଲଜିଙ୍କ ମଧ୍ୟରେ ବିଜୁଳି ଯୋଗାଣକୁ ନେଇ ଟଣା ଓଟରାର ପରିସମାପ୍ତି। ଏଲଜିଙ୍କ ପାଖରେ ଅଟକି ରହିଥିବା ଫାଇଲେ ଲାଗୁଲା ମୋହର। ଏହା ପରେ ଫାଇଲ ସରକାର ନିକଟକୁ ଯିବ। ଫାଇଲକୁ ମଞ୍ଜୁରୀ ପୂର୍ବରୁ ଦିଲ୍ଲୀରେ ବିଦ୍ୟୁତ୍ ସବସିଡିକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ଦିଲ୍ଲୀ ବିଜୁଳି ମନ୍ତ୍ରୀ ଆତିଶୀ ମରଲେନା ଅଭିଯୋଗ ଆଣିଥିଲେ କି, ଦିଲ୍ଲୀର 46 ଲକ୍ଷ ପରିବାରକୁ ଶନିବାରଠାରୁ ବିଜୁଳି ସବସିଡି ମିଳିବ ନାହିଁ। କାରଣ ଉପରାଜ୍ୟପାଳ ବିଦ୍ୟୁତ ସବସିଡି ଫାଇଲକୁ ଅଟକାଇ ଦେଇଛନ୍ତି।

    ଆତିଶ ଅଭିଯୋଗ ଆଣିଥିଲେ କି, ବିଧାନସଭାରେ ବିଦ୍ୟୁତ୍ ସବସିଡିର ବଜେଟ ପାସ ହୋଇଯାଇଥିଲା। କିନ୍ତୁ ସବସିଡି ଫାଇଲ ଏଲଜିଙ୍କ ନିକଟକୁ ପଠାଯାଇଥିଲେ ମଧ୍ୟ ଫାଇଲକୁ ଅଟକାଇ ଦେଇଛନ୍ତି ଏଲଜି। ଏନେଇ ଏଲଜିଙ୍କୁ ଭେଟି ବ୍ୟକ୍ତିଗତ ଆଲୋଚନା ପାଇଁ ମାତ୍ର 5 ମିନିଟ ମାଗିଥିଲେ ମଧ୍ୟ ସ୍ଥିତିର ଗମ୍ଭୀରତା ଉପ ରାଜ୍ୟପାଳ ବୁଝି ନ ଥିବା କହିଥିଲେ ଆତିଶ।  

    ତେବେ ଶକ୍ତି ମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଉପରାଜ୍ୟପାଳଙ୍କ ଅଫିସ। ଏହି ଅଭିଯୋଗ, ନିରାଧାର ବୋଲି କୁହାଯାଇଛି। ମନ୍ତ୍ରୀ ଏପରି ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି କୁହାଯାଇଛି।

  • ଦଳିତ ନେତାଙ୍କ ଘରେ ପଶି ହତ୍ୟାକଲେ ଦୁର୍ବୃତ୍ତ

    ଦଳିତ ନେତାଙ୍କ ଘରେ ପଶି ହତ୍ୟାକଲେ ଦୁର୍ବୃତ୍ତ

    ଗତ କାଲି ସଂଧ୍ୟାରେ ବିହାରର ହାଜିପୁରରେ ଜଣେ ଦଳିତ ନେତାଙ୍କୁ ଘରେ ପଶି ହତ୍ୟାକରିଛନ୍ତି ଦୁର୍ବୃତ୍ତ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ଆଜି ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତି ଥିବାରୁ ଦଳିତ ସେନାର ଜାତୀୟ ସଂଗଠନ ସଚିବ ରାକେଶ ପାସୱାନଙ୍କୁ ଗୁଳି କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

    ସୂଚନାକ ଅନୁଯାୟୀ, ଗୁରୁବାର ସଂଧ୍ୟାରେ ରାକେଶ ପାସୱାନ ଲାଲଗଞ୍ଜ ଥାନା ଅଧୀନ ପଞ୍ଚଦମିଆରେ ନିଜ ଘରେ ଥିଲେ। ଆମ୍ବେଦକର ଜୟନ୍ତୀ ପାଇଁ ବ୍ୟସ୍ତ ଥିବା ବେଳେ 4 ଜଣ ରାକେଶ ପାସୱାନଙ୍କ ନିକଟରେ ପହ଼ଞ୍ଚି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ। ରାକେଶ କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ବନ୍ଧୁକ ବାହାର କରି ଚଳାଇଥିଲେ ଗୁଳି। ଏହାପରେ ସେମାନେ ଘଟଣାସ୍ଥଳରୁ ହୋଇଯାଇଥିଲେ ଫରାର। ଗୁଳି ବାଜି ରକେଶ ରକ୍ତାକ୍ତ ହୋଇ ତଳେ ପଡିଯାଇଥିବା ବେଳେ ସମର୍ଥକମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।