ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣ ବାଟ ବନ୍ଦ!

13ହଜାର କୋଟି ଟଙ୍କାର ହେରଫେର ମାମଲାରେ ମୋଷ୍ଟ ୱାଣ୍ଟେଡ ହୀରା ବ୍ୟବସାୟୀ ମେହୁଲ ଚୌକସିଙ୍କୁ ଆଇନଗତ ଯୁଦ୍ଧରେ ବିଜୟ। ଆଣ୍ଟିଗୁଆ ଓ ବାରବୁଡା ହାଇକୋର୍ଟ ଶୁକ୍ରବାର ମେହୁଲ ଚୌକସିଙ୍କ ସପକ୍ଷରେ ଦେଇଛି ରାୟ। କୋର୍ଟ କହିଛନ୍ତି କି, ମେହୁଲଙ୍କୁ ଆଣ୍ଟିଗୁଆ ଓ ବାକରବୁଡାରୁ ବାହାରକୁ ନିଆଯାଇ ପାରିବ ନାହିଁ, ମେହୁଲଙ୍କ ଭାରତ ପ୍ରତ୍ୟାର୍ପଣର ସମସ୍ତ ମାର୍ଗକୁ ବନ୍ଦ କରି ଦେଇଛି ଏହି ନିର୍ଦ୍ଦେଶ। ତାଙ୍କ ବିରୋଧରେ ଚାଲିଥିବା ମାମଲାରେ ଯୁକ୍ତି ବାଢିଥିଲେ କି, ଆଣ୍ଟିଗୁଆର ଆଟର୍ଣ୍ଣି ଜେନେରାଲ ଓ ପୋଲିସକୁ ତାଙ୍କ ବିରୋଧରେ ହୋଇଥିବା ମାମଲାର ଯାଞ୍ଚ କରିବାର ଦାୟିତ୍ୱ ରହିଛି।

ମେହୁଲ ନିଜକୁ ଆଶ୍ୱସ୍ତି ଦେବାକୁ ହାଇକୋର୍ଟରେ 2021 ମେ 23 ତାରିଖରେ ଆଣ୍ଟିଗୁଆ ଓ ବାରବୁଡାରୁ ତାଙ୍କ ଅପହରଣର ଯାଞ୍ଚ ହେବା ଜରୁରୀ ବୋଲି କହିଥିଲେ। କୋର୍ଟ ମାମଲାର ଗୁରୁତ୍ୱକୁ ବୁଝି  କୋର୍ଟଙ୍କ ନିର୍ଦ୍ଦେଶ ବିନା ତାଙ୍କୁ ବାହାରକୁ ନିଆଯାଇ ପାରିବନାହିଁ ବୋଲି କହିଛନ୍ତି। ଏଥିସହ, ଚୋକସିଙ୍କୁ ଜବରଦସ୍ତ ଡୋମିନିକା ନିଆଯାଇଥିବାରୁ ମାମଲାର ଯାଞ୍ଚ ସେଠାକାର ପୁଲିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସିବିଆଇ କହିଛି, ପଳାତକ ମେହୁଲ ଚୌକସିକୁ ଭାରତ ଫେରାଇ ଆଣିବାକୁ ସବୁ କିଛି କରିବୁ। ପଞ୍ଜାବ ନାସନାଲ ବ୍ୟାଙ୍କ ଫ୍ରଡ ମାମଲାରେ ସିବିଆଇ ପକ୍ଷରୁ 2018 ଫେବୃଆରୀ 15ରେ ମାମଲା ଦାୟର ହୋଇଥିଲା। ପୂର୍ବରୁ ମେହୁଲକୁ ଭାରତକୁ ଫେରାଇ ଦେବାକୁ ଆଣ୍ଟିଗୁଆ ରାଜି ହୋଇଥିବା ବେଳେ ପରବର୍ତ୍ତି ସମୟରେ ଏହାକୁ ମନା କରି ଦେଇଛି। ଗତମାସରେ ଇଣ୍ଟର୍ପୋଲ 2 ଅରବ ଘୋଟାଲା ମାମଲାରେ ଚୌକସି ବିରୋଧରେ ଲାଗିଥିବା ରେଡ ନୋଟିସ ହଟାଇ ଦେଇଥିଲା। 2018 ଡିସେମ୍ବରକୁ ମେହୁଲଙ୍କ ବିରୋଧରେ ରେଡ ନୋଟିସ ହୋଇଥିଲା।

Leave a Reply

Your email address will not be published. Required fields are marked *