କଡପା ସାଂସଦଙ୍କ ବାପାଙ୍କୁ ଗିରଫକଲା ସିବିଆଇ

କଡପା ସାଂସଦ ୱାଇଏସ ଅବିନାଶ ରେଡ୍ଡୀଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀଙ୍କ ଦାଦା ୱାଇଏସ ଭାସ୍କର ରେଡ୍ଡୀଙ୍କୁ ଗିରଫ କରିଛି ସିବିଆଇ। ପୂର୍ବତନ ସାଂସଦ ବିବେକାନନ୍ଦ ରେଡ୍ଡୀଙ୍କ ହତ୍ୟା ମାମଲାରେ ଏହି ଗିରଫଦାରୀ କରାଯାଇଛି। ବିବେକାନନ୍ଦ ଜଗନ ରେଡ୍ଡୀଙ୍କ ଦାଦା ତଥା ଭାସ୍କର ରେଡ୍ଡୀଙ୍କ ଭାଇ ଥିଲେ। କଡପା ଜିଲ୍ଲାର ପୁଲିବେନ୍ଦୁଲା ସ୍ଥିତ ତାଙ୍କ ଘରୁ ରବିବାର ସିବିଆଇ ଗିରଫ କରିଛି।

2919 ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ15ରେ ବିବେକାନନ୍ଦଙ୍କୁ ତାଙ୍କ ଘରେ ମାର୍ଚ୍ଚ 15 ତାରିଖରେ ହତ୍ୟା କରାଯାଇଥିଲା। ଏହି ମାମଲାରେ ରାଜ୍ୟ କ୍ରାଇମବ୍ରାଞ୍ଚର ଏକ ସ୍ପେଶାଲ ଟିମ ଦ୍ୱାରା ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା ଓ ପରବର୍ତ୍ତି ସମୟରେ 2020ରେ ସିବିଆଇ ତଦନ୍ତ ଭାର ନେଇଥିଲା।  ବିବେକାନନ୍ଦଙ୍କ ଝିଅ ସୁନିତା ହତ୍ୟା ପଛରେ ନିଜ ସମ୍ପର୍କୀୟଙ୍କ ହାତ ଥିବା ସନ୍ଦେହ ପ୍ରକଟ କରିଥିଲେ। ଏଥିସହ, ମାମଲାର ଶୁଣାଣି ଆନ୍ଧ୍ର ପ୍ରଦେଶରେ ହେଲେ ତାଙ୍କ ପରିବାରକୁ ନ୍ୟାୟ ମିଳିବ ନାହିଁ ବୋଲି କୋର୍ଟଙ୍କ ସମ୍ମୁଖରେ ଆଶଙ୍କା ପ୍ରକଟକରିଥିଲେ ସୁନିତା। ତେବେ ସିବିଆଇ ଦୁଇ ବର୍ଷର ତଦନ୍ତରେ କୌଣସି ସଫଳତା ପାଇ ନଥିବା ବେଳେ ଗତ ସପ୍ତାହରେ ସୁପ୍ରିମକୋର୍ଟ ସିବିଆଇକୁ ଏପ୍ରିଲ 30 ମଧ୍ୟରେ ତଦନ୍ତ ସାରିବାକୁ ଦେଇଥିଲେ ନିର୍ଦ୍ଦେଶ। ଏହା ବ୍ୟତୀତ, ମାମଲାକୁ ହାଇଦ୍ରାବାଦକୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାଗିଦ ପରେ ସିବିଆଇ ଏକ ସ୍ପେଶାଲ ଟିମ ଗଠନ କରି ସିବିଆଇ ଦୁଇ ଦିନ ତଳେ ଜି ଉଦୟ ରେଡ୍ଡୀ ନାମକ ଜଣଙ୍କୁ ଗିରଫ କରିଛି। ଉଦୟ କଡପା ସାଂସଦଙ୍କର ଜଣେ ଘନିଷ୍ଠ।

Leave a Reply

Your email address will not be published. Required fields are marked *