ଆତିକ,ଅସରଫଙ୍କୁ ହତ୍ୟା ପରେ ୟୁପିରେ ୧୪୪ ଧାରା

ଗ୍ୟାଙ୍ଗଷ୍ଟାରରୁ ନେତା ହୋଇଥିବା ଆତିକ ଅହମ୍ମଦ ଆଉ ତାଙ୍କ ଭାଇ ଅସରଫଙ୍କୁ ଗତକାଲି ପୋଲିସ ସାମ୍ନାରେ ହତ୍ୟା କରାଯାଇଛି । ମେଡିକାଲ ଯାଞ୍ଚ ପାଇଁ ତାଙ୍କୁ ପ୍ରୟାଗରାଜ ନିଆଯାଇଥିଲା,ହେଲେ ସେଠାରେ ଗଣମାଧ୍ୟମକୁ ସେ କିଛି କହୁଥିବା ବେଳେ ହଠାତ୍ କିଛି ବନ୍ଧୁକଧାରୀ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଆଉ ପୋଲିସ କେବଳ ଦେଖଣାହାରୀ ପାଲଟି ଯାଇଥିଲା । ଏହି ଗୁଳିକାଣ୍ଡ ପରେ ୟୁପି ସରକାରଙ୍କ ଉପରେ ଅନେକ ପ୍ରଶ୍ନ ଉଠିଛି । ସମଗ୍ର ଉତ୍ତରପ୍ରଦେଶରେ ଧାରା 144 ଲାଗୁ କରାଯାଇଛି । ଏହାରି ଭିତରେ ଏକ ବଡ଼ ଖୁଲାସା କରିଛି ପୋଲିସ । ଆତିକ ଆଉ ଅସରଫଙ୍କୁ ଗୁଳି କରି ହତ୍ୟା କରିଥିବା 3 ଜଣ ଅଭିଯୁକ୍ତଙ୍କ ଘର ପ୍ରୟାଗରାଜ ଅଞ୍ଚଳରେ ନୁହେଁ ।

ଆତିକ ଓ ଆସରଫଙ୍କୁ ଗୁଳି ଚଳାଇଥିବା ତିନି ଅଭିଯୁକ୍ତଙ୍କ ଆଗରୁ ଅପରାଧିକ ଇତିହାସ ରହିଛି । ପୋଲିସ ବର୍ତ୍ତମାନ ଅପରାଧିଙ୍କ ଅପରାଧିକ ପୃଷ୍ଠଭୂମିର ଯାଞ୍ଚରେ ଲାଗି ପଡ଼ିଛିନ୍ତି । ପୋଲିସ ପଚରାଉଚୁରା କରିବା ସମୟରେ ଅଭିଯୁକ୍ତ ଦର୍ଶାଇଛନ୍ତି ଯେ,ସେମାନେ ବଡ଼ ମାଫିଆ ହେବାକୁ ଚାହୁଁଛନ୍ତି । ତେଣୁ,ଏଭଳି ଘଟଣା ଘଟାଇଛନ୍ତି । ଆଉ କେତେ ଦିନ ପର୍ଯ୍ୟନ୍ତ ଏମିତି ଛୋଟମଟ ସୁଟର ହୋଇ ରହିବୁ । ବଡ଼ ମାଫିଆ ହେବୁ ବୋଲି ଏମିତି ଏକ କାଣ୍ଡ କରିଥିବା ଅଭିଯୁକ୍ତମାନେ କହିଛନ୍ତି । କିନ୍ତୁ ପୋଲିସ ସେମାନଙ୍କ ବୟାନକୁ ସମ୍ପୂର୍ଣ୍ଣ ରୂପେ ବିଶ୍ବାସ କରିପାରୁ ନାହିଁ । କାରଣ ସେମାନଙ୍କ ବୟାନରେ ଅନେକ ବିରୋଧାଭାସ ରହିଛି । ଆଉ ପଚରାଉଚୁରା ଜାରି ରହିଛି ।

ଧରାପଡ଼ିଥିବା ତିନି ଜଣ ଅଭିଯୁକ୍ତଙ୍କ ଠିକଣା ଅଲଗା ଅଲଗା ସ୍ଥାନରେ ହୋଇଥିବାର ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଆତିକ ଆଉ ଆସରଫଙ୍କୁ ହତ୍ୟା କରିଥିବା ଲବଲେଶ ତିୱାରୀ ବାନ୍ଦା ଅଞ୍ଚଳର ହୋଇଥିବା ବେଳେ ଅରୁଣ ମୌର୍ଯ୍ୟା ହମିରପୁରର ବାସିନ୍ଦା ଅଟନ୍ତି । ସେହିପରି ତୃତୀୟ ଅଭିଯୁକ୍ତ ସନିଙ୍କ ଘର କାସଗଞ୍ଜର ଜନପଦ ଅଞ୍ଚଳରେ । ପୋଲିସ ସେମାନଙ୍କ ବୟାନର ଭେରିଫାଇ କରୁଛନ୍ତି । ସେମାନଙ୍କ ବୟାନରୁ ଜଣାପଡୁଛି ଉଭୟଙ୍କୁ ହତ୍ୟା କରିବା ପାଇଁ ସେମାନେ ପ୍ରୟାଗରାଜ ଆସିଥିଲେ ।

Leave a Reply

Your email address will not be published. Required fields are marked *