କୋରୋନା ସଂକ୍ରମଣ ବଢୁଛି, ଦିନକରେ ଦେଶରେ ୧୦ ହଜାର, ରାଜ୍ୟରେ ୩୦୦ ଛୁଇଁଲା

ଦେଶରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବଢ଼ି ଚାଲିଛି । ରାଜ୍ୟରେ ବି କୋରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ପଦକ୍ଷେପ ନେବା ଜରୁରୀ ହୋଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୧୦,୦୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୧୯ ଜଣଙ୍କ ଜୀବନ ନେଇଛି କୋରୋନା । ମେଡିକାଲରେ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ହୋମ୍ ଆଇସୋଲେନସରେ ବି ଅଛନ୍ତି କୋରୋନା ଆକ୍ରାନ୍ତ । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୫୭,୫୪୨ ରହିଛି ।

ସେହିପରି ରାଜ୍ୟରେ ବି ଥମୁନି କୋରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ହାରରେ ବୃଦ୍ଧି ଘଟୁଛି । ଗତ ୨୪ ଘଣ୍ଟାରେ ୩୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ଗତକାଲି ଅପେକ୍ଷା ୫୦ ପ୍ରତିଶତ ଅଧିକ ରହିଛି । କୋରୋନାରେ ଜଣଙ୍କ ମୃତ୍ୟୁ ହୋଇଛି । ୫ ତାରିଖରୁ ଏଯାଏ ୩ ଜଣଙ୍କ ମୃତ୍ୟୁ ହେଲାଣି ।

Leave a Reply

Your email address will not be published. Required fields are marked *