ଦିଲ୍ଲୀବାସୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଣ ପ୍ରକ୍ରିୟା ଅବ୍ୟାହତ

ଦିଲ୍ଲୀରେ ମାଗଣା ବିଦ୍ୟୁତ୍ ଯୋଗାଣରେ ଦେଖାଦେଇଥିବା ସମସ୍ୟା ଦୂର। ପୂର୍ବପରି 46 ଲକ୍ଷରୁ ଅଧିକ ପରିବାରକୁ ମିଳିବ ମାଗଣା ବିଜୁଳି। ଆପ ଓ ଏଲଜିଙ୍କ ମଧ୍ୟରେ ବିଜୁଳି ଯୋଗାଣକୁ ନେଇ ଟଣା ଓଟରାର ପରିସମାପ୍ତି। ଏଲଜିଙ୍କ ପାଖରେ ଅଟକି ରହିଥିବା ଫାଇଲେ ଲାଗୁଲା ମୋହର। ଏହା ପରେ ଫାଇଲ ସରକାର ନିକଟକୁ ଯିବ। ଫାଇଲକୁ ମଞ୍ଜୁରୀ ପୂର୍ବରୁ ଦିଲ୍ଲୀରେ ବିଦ୍ୟୁତ୍ ସବସିଡିକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ଦିଲ୍ଲୀ ବିଜୁଳି ମନ୍ତ୍ରୀ ଆତିଶୀ ମରଲେନା ଅଭିଯୋଗ ଆଣିଥିଲେ କି, ଦିଲ୍ଲୀର 46 ଲକ୍ଷ ପରିବାରକୁ ଶନିବାରଠାରୁ ବିଜୁଳି ସବସିଡି ମିଳିବ ନାହିଁ। କାରଣ ଉପରାଜ୍ୟପାଳ ବିଦ୍ୟୁତ ସବସିଡି ଫାଇଲକୁ ଅଟକାଇ ଦେଇଛନ୍ତି।

ଆତିଶ ଅଭିଯୋଗ ଆଣିଥିଲେ କି, ବିଧାନସଭାରେ ବିଦ୍ୟୁତ୍ ସବସିଡିର ବଜେଟ ପାସ ହୋଇଯାଇଥିଲା। କିନ୍ତୁ ସବସିଡି ଫାଇଲ ଏଲଜିଙ୍କ ନିକଟକୁ ପଠାଯାଇଥିଲେ ମଧ୍ୟ ଫାଇଲକୁ ଅଟକାଇ ଦେଇଛନ୍ତି ଏଲଜି। ଏନେଇ ଏଲଜିଙ୍କୁ ଭେଟି ବ୍ୟକ୍ତିଗତ ଆଲୋଚନା ପାଇଁ ମାତ୍ର 5 ମିନିଟ ମାଗିଥିଲେ ମଧ୍ୟ ସ୍ଥିତିର ଗମ୍ଭୀରତା ଉପ ରାଜ୍ୟପାଳ ବୁଝି ନ ଥିବା କହିଥିଲେ ଆତିଶ।  

ତେବେ ଶକ୍ତି ମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଉପରାଜ୍ୟପାଳଙ୍କ ଅଫିସ। ଏହି ଅଭିଯୋଗ, ନିରାଧାର ବୋଲି କୁହାଯାଇଛି। ମନ୍ତ୍ରୀ ଏପରି ଲୋକଙ୍କୁ ଭ୍ରମିତ କରିବା ବନ୍ଦ କରନ୍ତୁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *