ଦଳିତ ନେତାଙ୍କ ଘରେ ପଶି ହତ୍ୟାକଲେ ଦୁର୍ବୃତ୍ତ

ଗତ କାଲି ସଂଧ୍ୟାରେ ବିହାରର ହାଜିପୁରରେ ଜଣେ ଦଳିତ ନେତାଙ୍କୁ ଘରେ ପଶି ହତ୍ୟାକରିଛନ୍ତି ଦୁର୍ବୃତ୍ତ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଉତ୍ତେଜନା। ଆଜି ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତି ଥିବାରୁ ଦଳିତ ସେନାର ଜାତୀୟ ସଂଗଠନ ସଚିବ ରାକେଶ ପାସୱାନଙ୍କୁ ଗୁଳି କରାଯାଇଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନାକ ଅନୁଯାୟୀ, ଗୁରୁବାର ସଂଧ୍ୟାରେ ରାକେଶ ପାସୱାନ ଲାଲଗଞ୍ଜ ଥାନା ଅଧୀନ ପଞ୍ଚଦମିଆରେ ନିଜ ଘରେ ଥିଲେ। ଆମ୍ବେଦକର ଜୟନ୍ତୀ ପାଇଁ ବ୍ୟସ୍ତ ଥିବା ବେଳେ 4 ଜଣ ରାକେଶ ପାସୱାନଙ୍କ ନିକଟରେ ପହ଼ଞ୍ଚି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ। ରାକେଶ କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ବନ୍ଧୁକ ବାହାର କରି ଚଳାଇଥିଲେ ଗୁଳି। ଏହାପରେ ସେମାନେ ଘଟଣାସ୍ଥଳରୁ ହୋଇଯାଇଥିଲେ ଫରାର। ଗୁଳି ବାଜି ରକେଶ ରକ୍ତାକ୍ତ ହୋଇ ତଳେ ପଡିଯାଇଥିବା ବେଳେ ସମର୍ଥକମାନେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *