ଜଳୁଛି ସୁଦାନ, ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦିଆଯାଇଛି ପରାମର୍ଶ

ଜଳୁଛି ସୁଦାନ। ଦେଶର ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଘଟିଛି ଭୟଙ୍କର ସଂଘର୍ଷ। ଏଥିପାଇଁ ସୁଦାନରେ ରହିଥିବା ସମସ୍ତ ଭାରତୀୟଙ୍କ ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା। କେନ୍ଦ୍ର ସରକାର ସେଠାରେ ଥିବା ଭାରତୀୟଙ୍କୁ ଘରେ ସୁରକ୍ଷିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ। ରାଜଧାନୀ ଖାରତୁନରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରି ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଉଲ୍ଳେଖ କରାଯାଇଛି କି, ସୁଦାନରେ ବର୍ତ୍ତମାନ ସ୍ଥିତି ଜଟିଳ ରହିଛି। ସବୁଆଡେ ଗୁଳି ଗୁଳା ଚଳୁଛି। ଘରେ ସୁରକ୍ଷିତ ଓ ଶାନ୍ତ ରହି ପରବର୍ତ୍ତି ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ କୁହାଯାଇଛି।

ସୁଦାନର ମିଳିଟାରୀ ଲିଡର ଅବଦେଲ ଫତାଦ ଅଲ ବୁରହାନ ଓ ତାଙ୍କର ନମ୍ବର 2 ଅର୍ଦ୍ଧ ପାରାମିଲିଟାରୀ କମାଣ୍ଡର ମହମ୍ମଦ ହାମଦାନ ଡାଗୋଲଙ୍କ ମଧ୍ୟରେ ଦୀର୍ଘ ଗୋଟିଏ ସପ୍ତାହ ହେଲା ବିବାଦ ଲାଗୁ ରହିଥିଲା। ନିୟମିତ ଆର୍ମିରେ ପାରାମିଲିଟାରୀ ରାପିଡ ସର୍ପୋଟ ଫୋର୍ସଙ୍କୁ ମିଶାଇ ଦେବା ପାଇଁ ଚାଲିଥିବା ଯୋଜନାକୁ ନେଇ ଟୈ କମାଣ୍ଡରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ବିବାଦ ଶନିବାର ଭୟଙ୍କର ରୂପ ନେବା ସହ ଆର୍ମି ଓ ପାରାମିଲିଟାରୀ ଫୋର୍ସ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଆକ୍ରମଣରେ ଉଭୟ ସଂସ୍ଥାର ବେସକ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି।  

Leave a Reply

Your email address will not be published. Required fields are marked *