ଅସହ୍ୟ ତାତି, କାଲିଠାରୁ ବର୍ଷା ଆଶଙ୍କା

ରାଜଧାନୀ ସମେତ ରାଜ୍ୟରେ ଏବେ କି ଗରମ । ଦିନକୁ ଦିନ ଏହା ଅସମ୍ଭାଳ ହେଲାଣି । ଗ୍ରୀଷ୍ମ ପ୍ରବାହ ଜାରି ଥିବାବେଳେ ଆଜି ମଧ୍ୟାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ, ଘରୁ ବାହାରିବା ସେମାନଙ୍କ ପାଇଁ ମୁସ୍କିଲ ହେଲାଣି । ଦିନରେ ରାଜଧାନୀ ରାସ୍ତା ଖାଁ ଖାଁ ଲାଗୁଛି ।

ଆଜି ଦିନ ୨.୩୦ ସୁଦ୍ଧା ହୋଇଥିବା ରେକର୍ଡ ଅନୁସାରେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଥିଲା । ସେହିପରି ସମ୍ବଲପୁର-୪୦.୬, ଝାରସୁଗୁଡ଼ା-୪୧, ଚାନ୍ଦବାଲି-୪୦, ହୀରାକୁଦ-୩୯.୪ ଡିଗ୍ରୀ ଥିଲା । କେନ୍ଦୁଝର-୩୭.୨, ବାଲେଶ୍ୱର-୩୫.୮, ଗୋପାଳପୁର-୩୪.୮, ପୁରୀର ତାପମାତ୍ରା ଥିଲା ୩୩.୬ ଡିଗ୍ରୀ ।

ଏଭଳି ତାତି ସହ ଗୁଳୁଗୁଳି ଆହୁରି ୨୪ ଘଣ୍ଟା ଜାରି ରହିବ । ଏ ନେଇ ୯ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ, ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ଗ୍ରୀଷ୍ମ ପ୍ରବାହରେ ପରିବର୍ତ୍ତନ ଆସିବ । ଆସନ୍ତାକାଲି ଠାରୁ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେବ । ୫ ଦିନ ଯାଏ ବର୍ଷା ହେବା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *