ମେଡିକାଲରେ ଜୀବନ ହାରିଲେ ଗର୍ଭବତୀ ଓ ଶିଶୁ

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମହିଳାଙ୍କ ସହ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି । ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ ।

ସାହରପଡ଼ା ବ୍ଳକ୍ ଉଦୟପୁର ଗାଁର ରାଜ କିଶୋର ପାତ୍ରଙ୍କ ସ୍ତ୍ରୀ ରିଙ୍କି ପାତ୍ରଙ୍କୁ ଗତକାଲି ରାତିରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ପ୍ରଥମେ ତାଙ୍କୁ ଉଦୟପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଚିକିତ୍ସାରେ ଅବହେଳା କରିଥିଲେ । ଗୁରତର ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ଦିଆଯାଇଥିଲା । ଏଠାରେ ମଧ୍ୟ ଠିକ୍ ସମୟରେ ଚିକିତ୍ସା ନ ହେବାରୁ ମହିଳା ଏବଂ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ, ମୃତକଙ୍କ ଶବ ପାଇନଥିବାରୁ ମେଡିକାଲ ଫାଣ୍ଡି ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ …। ଅନ୍ୟପଟେ, ଡାକ୍ତରଙ୍କ ଅବହେଳାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସ୍ୱୀକାର କରିଛନ୍ତି । ରୋଗୀ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା । ଶବ ବ୍ୟବଛେଦ ପାଇଁ ରଖାଯାଇଥିବା କହିଛନ୍ତି ଅଧିକାରୀ ।

Leave a Reply

Your email address will not be published. Required fields are marked *