Category: ଜିଲ୍ଲା

  • ହନୁମାନ ଜୟନ୍ତୀ ହିଂସା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍, ପ୍ରଶାସନର ଅପାରଗତାକୁ BJPର ନିନ୍ଦା

    ହନୁମାନ ଜୟନ୍ତୀ ହିଂସା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍, ପ୍ରଶାସନର ଅପାରଗତାକୁ BJPର ନିନ୍ଦା

    ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ଅପାରଗତା ଯୋଗୁଁ ଏଭଳି ଘଟଣା ଘଟିଗଲା ବୋଲି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

    ସମ୍ବଲପୁର ହିଂସାରେ ଲୋକଙ୍କ ମଧ୍ୟରେ ମାରପିଟ୍ ହେଲା । ବହୁତ ସମ୍ପତ୍ତି ନଷ୍ଟ ହେଲା । ହନୁମାନ ଜୟନ୍ତୀ ଦିନ ଆଦିବାସୀ ପିଲାର ହତ୍ୟା କରାଗଲା । ଏଯାଏ ଏତଲା ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରୟାସ କରୁଛି ପୋଲିସ । ବିଜେପି ପୂର୍ବରୁ ମଧ୍ୟ ଅଭିଯୋଗ କରୁଛି ଯେ ପୋଲିସ ପ୍ରଶାସନ ଏକତରଫା ଭାବେ କାମ କରୁଛି । ହିଂସା ଘଟଣା ପରେ ଏସଟି କମିଶନର ସଦସ୍ୟ ଆସିଥିଲେ । ଏଥିରେ କିନ୍ତୁ ଅସହଯୋଗ କଲା ସ୍ଥାନୀୟ ପ୍ରଶାସନ ଯାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପିର ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଏ ସମ୍ପର୍କରେ ଅବଗତ କରାଗଲା । ସେଥିପାଇଁ ଉଚ୍ଚସ୍ତରୀୟ ସଂସଦୀୟ ପ୍ରତିନିଧି ଦଳ, ଫ୍ୟାକ୍ଟ ଫାଇଣ୍ଡିଂ ପାଇଁ ପଠାଇଛନ୍ତି । ସେପଟେ ଜଣଙ୍କ ଉପରେ ଅତ୍ୟାଚାର କରିବା, ଡରାଇବା,ଧମକାଇବା ଏହା ଶାନ୍ତିର ପ୍ରତୀକ ନୁହେଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

  • ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

    ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

    ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ଦୁଇ କର୍ମଚାରୀ ଗୁରୁତର। ବୋମା ତିଆରି ସମୟରେ ବିସ୍ପୋରଣ ଥିଲା। ରାଉରକେଲା ସ୍ଥାନାନ୍ତର କରାଯାଇଛି। ଆହତ ଦୁଇଜଣ ହେଲେ କାରଖାନାର ୨ ଟେକ୍ନିସିଆନ  ଡି. ବି.ଡ଼ବ୍ଲୁ ଗୌତମ ମହାନନ୍ଦ ଏବଂ ଜଏଣ୍ଟ ୱାର୍କ ମ୍ୟାନେଜର ସରୋଜ କୁମାର ପଣ୍ଡା।

    ବଡମାଳ ୟୁନିଟ -୩ ରେ ଥିବା ଗୋଳାବାରୁଦ କାରଖାନାରେ ବୋମା ତିଆରି ଚାଲିଥିଲା। ଉଭୟ ରାସାୟନିକ ମିଶ୍ରଣ କରୁଥିଲା। ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଗୌତମ ଓ ସରୋଜ ଗୁରୁତର ହୋଇ ପଡିଥିଲେ। ଉଭୟଙ୍କୁ ତୁରନ୍ତ ବଡ଼ମାଳର ଆୟୁଧ ନିର୍ମାଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ସ୍ଥିତିକୁ ଦେଖି ପ୍ରଥମିକ ଚିକିତ୍ସା ପରେ ରାଉରକେଲା ରେଫର କରାଯାଇଥିଲା। ଗୌତମଙ୍କର ୨ଆଖି ଓ ଗୋଟିଏ ହାତରେ ଆଘାତ ଲାଗିଥିବା ବେଳେ ସରୋଜଙ୍କର ଗୋଟିଏ ଆଖି ଓ  ଦୁଇଟି ହାତ ଖଣ୍ଡିଆ ଖାବରା ହୋଇଯାଇଛି। ଉଭୟଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି। 

  • ଘଟଗାଁ ମେଣ୍ଢାମୁଣ୍ଢା ସାହିରେ ହାତୀ ଉତ୍ପାତ, ଭାଙ୍ଗିଦେଲା ଘର କାନ୍ଥ

    ଘଟଗାଁ ମେଣ୍ଢାମୁଣ୍ଢା ସାହିରେ ହାତୀ ଉତ୍ପାତ, ଭାଙ୍ଗିଦେଲା ଘର କାନ୍ଥ

    କେନ୍ଦୁଝର ଘଟଗାଁ ବନ ବିଭାଗ ଢେଙ୍କିକୋଟ ବିଟ୍ ଅଞ୍ଚଳରେ ହାତୀ ଆତଙ୍କ । ମେଣ୍ଢାମୁଣ୍ଢା ସାହିରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ମଧ୍ୟ ହୋଇଛନ୍ତି ।

    ରାତି ହେଉ ଅବା ଦିନ । ଫସଲ ନଷ୍ଟ କରିବା, ଧନସମ୍ପତ୍ତି ନଷ୍ଟ କରିବା, ଲୋକଙ୍କ ଜୀବନ ନେବା ହାତୀଙ୍କ ଏକପ୍ରକାର ପେଷାଗତ କାର୍ଯ୍ୟ । ହାତୀର ମନ ଯାହା ଚାହେଁ ସେ କରେ । କାହାକୁ ମାନେ ନାହିଁ । ହାତୀ ଓ ମଣିଷ ଲଢ଼େଇରେ ବେଳେ ବେଳେ ହାତୀଙ୍କ ଜୀବନ ବି ଗଲାଣି । ଅଧିକାଂଶ ସମୟରେ ହାତୀ ଆକ୍ରମଣରେ ସବୁ କିଛି ହରାଇବାକୁ ପଡ଼ିଛି ।

    ଏମିତି ଏକ ଦୁଃଖଦ ଘଟଣା ଆସିଛି ଘଟଗାଁ ମେଣ୍ଢାମୁଣ୍ଢା ସାହିରୁ । ରାତିରେ ଡାକ୍ତର ମୁଣ୍ଡାଙ୍କ ଘରକାନ୍ଥ ଭାଙ୍ଗି ଦେଇଥିଲା ହାତୀ । ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଡାକ୍ତର ମୁଣ୍ଡା, ତାଙ୍କ ପତ୍ନୀ ରଶ୍ମିତା, ବଡ଼ଝିଅ ସୋନାଲି ଏବଂ ସାନଝିଅ ମୋନାଲିସା ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଜିଲ୍ଲା ହସ୍ପିଟାଲ ନିଆଯାଇଥିଲା । ସେଠାରେ କିନ୍ତୁ ଦେଢ଼ବର୍ଷୀୟ ଶିଶୁକନ୍ୟା ମୋନାଲିସା ପ୍ରାଣ ହରାଇଥିଲା । ଡାକ୍ତର ମୁଣ୍ଡାଙ୍କ ପତ୍ନୀ ରଶ୍ମିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ଏସସିବି ପଠାଯାଇଛି । ସେପଟେ, ବନ ବିଭାଗ ପକ୍ଷରୁ ପରିବାରକୁ ପ୍ରାଥମିକ କ୍ଷତିପୂରଣ ପ୍ରଦାନ କରାଯାଇଛି ।

  • ସକାଳୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ

    ସକାଳୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ

    କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଘଣ୍ଟପଡା ଗାଁରେ ଆଜି ସକାଳୁ ସକାଳୁ ମହିଳା ଜଣକ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ମୃତକ ହେଲେ ଗ୍ରାମର 56 ବର୍ଷୀୟା ପ୍ରମିଳା ମୁଖୀ।

    ପ୍ରମିଳା ସବୁ ଦିନ ପରି ଅନ୍ୟ ମହିଳାଙ୍କ ସହିତ ଆଜି ସକାଳୁ ଗାଁ ପାଖ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ପତ୍ର ତୋଳୁଥିବା ବେଳେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ତା ସାଙ୍ଗକୁ ବିଜୁଳି ମାରିଥିଲା। ପ୍ରମିଳାଙ୍କ ଉପରେ ବିଜୁଳି ଖସି ପଡିବାରୁ ସେ ଅଚେତ ହୋଇ ପଡିଥିଲେ। ବିଜୁଳି ପଡିଥିବାରୁ ତାଙ୍କ ଛାତି ଓ ପିଠି ପୋଡିଯାଇଥିଲା।

    କିଛି ସମୟରେ ୧୦୮ ଆମ୍ବୁଲାନ୍ସରେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖିବାକୁ ମିଳିଛି।

  • ୪.୧୩ କୋଟି ଟଙ୍କା ଠକେଇ: ଇଓଡବ୍ଲୁ ପଞ୍ଝାରେ 3

    ୪.୧୩ କୋଟି ଟଙ୍କା ଠକେଇ: ଇଓଡବ୍ଲୁ ପଞ୍ଝାରେ 3

    ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ତିନି ଜଣଙ୍କ ଉପରେ ଇଓଡବ୍ଲୁର ଛାଟ। କଟକର ଜଣେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର, ବରିଷ୍ଠ କିରାଣୀ ଓ ପୂର୍ବତନ ଏଲଆଇସି ଏଜେଣ୍ଟଙ୍କୁ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ), ଗିରଫ କରିଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଶେଖ୍ ଅବଦୁଲ ହାୟୀ, ଖ୍ରୀଷ୍ଟ ମହାବିଦ୍ୟାଳୟର ଅରବାନ କୋଅପରେଟିଭ ବ୍ୟାଙ୍କର ସଂପ୍ରସାରଣ କାଉଣ୍ଟରର ସିନିୟର ଆସିଷ୍ଟାଣ୍ଟ ପ୍ରକାଶ କୁମାର ମହାପାତ୍ର ଓ ୨୦୦୨ରୁ ୨୦୨୨ ଯାଏ ଏଲଆଇସି ଏଜେଣ୍ଟ ଭାବେ କାମ କରିଥିବା ମୁସ୍ତାକିମ୍ ରଜା। ମୁସ୍ତାକିମ୍ ରଜା।  ଏମାନଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ ଜେଏମଏଫସି କେର୍ଟରେ ହାଜର କରାଯାଇଛି।

    ଅର୍ବାନ କୋପରେଟିଭ ବ୍ୟାଙ୍କର ଚିଫ ଏକ୍ଜୁକ୍ୟୁଟିଭ ଅଫିସର ପ୍ରିୟବ୍ରତ ପଣ୍ଡାଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ୨୦୧୯ରୁ ୨୦୨୧ ମଧ୍ୟରେ ୩ଜଣଙ୍କୁ ଜାଲି ଏଲଆଇସି ସାର୍ଟିଫିକେଟ୍ ଜରିଆରେ ୩.୮୨ କୋଟି ଟଙ୍କାର ୮ଟି  ଋଣ ଦେଇଥିଲେ। ଏହାର ପରିମାଣ ଏବେ ୪.୧୩ କୋଟିରେ ପହଞ୍ଚିଛି।

  • ଅପରେସନ ପାଇଁ ୪୦ ହଜାର ଲାଞ୍ଚ ମାଗିଲେ ଡାକ୍ତର

    ଅପରେସନ ପାଇଁ ୪୦ ହଜାର ଲାଞ୍ଚ ମାଗିଲେ ଡାକ୍ତର

    ଲାଞ୍ଚୁଆ ଡାକ୍ତରଙ୍କ ପାଇଁ ପୁଣି କଳଙ୍କିତ ହେଲା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।  ‘ ଜଣେ ଗରିବ ନିରୀହ ଆଦିବାସୀ ଶିଶୁର ଆଙ୍ଗୁଠି ଅସ୍ତ୍ରୋପଚାର ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା। କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ମେଦିନୀପୁର ଅଞ୍ଚଳର ଗରିବ ଆଦିବାସୀ ସୌଦାମିନୀ ମୁଣ୍ଡାଙ୍କ  ଚାରି ବର୍ଷର ଝିଅର ଆଙ୍ଗୁଠିରେ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। DMF ପକ୍ଷରୁ ନିଯୁକ୍ତ  ଅସ୍ତିଶଲ୍ୟ  ଡାକ୍ତର ଅନିଲ କୁମାର ପଣ୍ଡା ଶିଶୁର ଚିକିତ୍ସା କରିଥିଲେ। ହେଲେ ଅର୍ଥ ଲୋଭରେ ଡାକ୍ତର ସେଠାରେ ଅସ୍ତ୍ରୋପଚାର ନକରି ଏକ ଘରୋଇ ମେଡିକାଲର ଦଲାଲ ସାଜିଥିଲେ ଓ ଶିଶୁ ଟିକୁ ସେଠାକୁ ଯିବାକୁ ପ୍ରବର୍ତ୍ତାଇଥିଲେ। ଏଥିସହ ଅସ୍ତ୍ରୋପଚାର ପାଇଁ  ୪୦ ହଜାର ଟଙ୍କା ଦାବି କରିଥିଲେ। ଡାକ୍ତରଙ୍କ ଏତେ ଟଙ୍କା ଦାବି ଖବର ଜଣାପଡିବା ପରେ ସ୍ଥାନୀୟ ଲୋକେ ଏହାକୁ ନିନ୍ଦା କରିବା ସହ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

     ଡାକ୍ତରଙ୍କ ଲାଞ୍ଚଖୋର ମନୋବୃତ୍ତି ସମ୍ପର୍କରେ ଜାଣି ସ୍ଥାନୀୟ ଓକିଲ ସଂଘ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଘେରିଥିଲେ । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ପ୍ରକାଶ ପାଇଥିଲା ଉତେଜନା । ପରେ   ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଭିଯୋଗକୁ ସ୍ୱୀକାର କରିବା ସହ ଦୁଃଖ ପ୍ରକାଶ କରିଛନ୍ତି । ଆଜିର ଏହି ବିବାଦୀୟ ଡାକ୍ତର ମଧ୍ୟ ପୂର୍ବରୁ ଜଣେ ରୋଗୀଙ୍କ  ଚିକିତ୍ସା ପାଇଁ ଟଙ୍କା ମାଗି ହଟହଟା ହୋଇଥଲେ । ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ।

    ଏଠାରେ କହିରଖୁଛୁ କି,  ଜିଲାରେ ଡାକ୍ତର ଅଭାବ ରହିଛି। ଏହି ଅଭାବ ପୂରଣ ପାଇଁ ଜିଲା ଖଣିଜ ପାଣ୍ଠିରୁ ଲକ୍ଷାଧିକ ଟଙ୍କାରେ  ଅସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯାଉଛି । ସରକାରୀ  ଡାକ୍ତରଙ୍କ ଠାରୁ ଏମାନେ ଅଧିକ ପାଉଣା ପାଉଛନ୍ତି। କିନ୍ତୁ ବାରମ୍ବାର ଏମାନଙ୍କ ନାମରେ ଆସୁଛି ନାନା ଅଭିଯୋଗ । କିଛି ଦିନ ପୂର୍ବରୁ ତେଲକୋଇ  ଡାକ୍ତରଖାନାରେ ଏପରି ଜଣେ ଅସ୍ଥାୟୀ ଡାକ୍ତର ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ମାଗିବା ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା। 

  • କେନ୍ଦ୍ରାପଡାରେ 5-T ସଚିବ

    କେନ୍ଦ୍ରାପଡାରେ 5-T ସଚିବ

    ରାଜ୍ୟ ସରକାରଙ୍କ 5-T ସଚିବ ଭି. କେ. ପାଣ୍ଡିଆନ୍ କେନ୍ଦ୍ରାପଡାରେ ପହଁଞ୍ଚିଛନ୍ତି l ସଚିବଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଆଜି ପୂର୍ବାହ୍ନ ୧୧  ଟାରେ ଜମଧର ଠାରେ ପହଁଚି ଥିଲେ। ସେଠାରେ ନିର୍ମାଣାଧୀନ ଶୀତଳଭଣ୍ଡାର କାର୍ଯ୍ୟ ସମୀକ୍ଷା କରିଥିଲେ l ପରେ ଜଝାଙ୍ଗ ଠାରେ କାଇଁଚ ଶିଳ୍ପରେ ନିୟୋଜିତ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l

    ଦିନତମାମ 5T ସଚିବ ପଟ୍ଟାମୁଣ୍ଡାଇ, ଡେରାବିଶ, ମହାକାଳପଡ଼ା ବ୍ଲକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଛନ୍ତି l ଏହି ଅବସରରେ ମହାକାଳପଡା ବ୍ଲକର ଆଡୋଇ ଗ୍ରାମରେ ସହଂଚି ପ୍ରସ୍ତାବିତ ଇସ୍ପାତ କାରଖାନା ନିମନ୍ତେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଥିବା ଖରିନାସୀ, ବତୀଘର ଓ ରାମନଗର ଅଂଚଳର ଭୌଗୋଲିକ ଅବସ୍ଥିତି ମ୍ୟାପ ଜରିଆରେ ଦେଖିବା ସହିତ ଏହାର ବିଶ୍ଳେଷଣ କରିଥିଲେ । ଏହପରେ ରାମନଗର ସ୍ଥିତ ଦରିଆପାରି ମା ରାମଚଣ୍ଡିଙ୍କ ପିଠରେ ପହଁଚି ମାଙ୍କୁ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚି ନାୟକ ଓ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।

    ଏହି କାର୍ଯ୍ୟସୂଚୀ ମଧ୍ୟରେ 5T ସଚିବଙ୍କର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି l

  • ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, କିରାଣିକୁ ଧରିଲା ଭିଜିଲାନ୍ସ

    ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା, କିରାଣିକୁ ଧରିଲା ଭିଜିଲାନ୍ସ

    ଲାଞ୍ଚ ନେଇ କିରାଣି ଗିରଫ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ BEO ଅଫିସର ବରିଷ୍ଠ କିରାଣିକୁ ଧରିଛି ଭିଜିଲାନ୍ସ ଟିମ୍ । ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

    ପଟ୍ଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡ଼ାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛି କିରାଣି । ଏରିଏର ସଂକ୍ରାନ୍ତୀୟ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିବା ପରେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ପ୍ରଫୁଲ୍ଲ ପରିଡ଼ା । ଆଜି କନିଷ୍ଠ କିରାଣି ମାନସ ରଞ୍ଜନ ଧଳ ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ ହ୍ୟାଣ୍ଡରେ ଧରିଥିଲା । ଟଙ୍କା ଜବତ ସହ ମାନସଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । BEO ଅଫିସରେ ଭିଜିଲାନ୍ସ ପକ୍ଷରୁ କାଗଜପତ୍ର ଯାଞ୍ଚ କରାଯାଇଛି । ଏଥିସହ ଘଟଣାର ତଦନ୍ତ ଜାରି ରହିଛି ।

  • ବ୍ରାହ୍ମଣୀ’ରେ ନାବାଳକଙ୍କ ସଲିଳ ସମାଧି, ନାଉରିଆଙ୍କ ମିଳୁନି ପତ୍ତା

    ବ୍ରାହ୍ମଣୀ’ରେ ନାବାଳକଙ୍କ ସଲିଳ ସମାଧି, ନାଉରିଆଙ୍କ ମିଳୁନି ପତ୍ତା

    ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ । ଆଜି ସକାଳୁ ସକାଳୁ ନଦୀରେ ବୁଡ଼ିଗଲା ଏକ ଯାତ୍ରୀବାହୀ ଡଙ୍ଗା । ଭାରସାମ୍ୟ ହରାଇ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

    କେନ୍ଦ୍ରାପଡ଼ା ଜିଲ୍ଲା ଏକକମାଣିଆ ପଞ୍ଚାୟତରୁ ଏକ ଯାତ୍ରୀବାହୀ ଡଙ୍ଗା ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ଏଥିରେ ଥିଲେ ୩୦ ଜଣ ଯାତ୍ରୀ । ହେଲେ କିଏ ଜାଣିଥିଲା କିଛି ସମୟ ପରେ ଅଘଟଣ ଘଟିବ । ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇଥିଲା । ଧୀରେ ଧୀରେ ଡଙ୍ଗାଟି ଓଲଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା ।

    କାଳବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଗାଁ ଲୋକେ । ୨ ଜଣଙ୍କୁ ଛାଡ଼ି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ନାଉରିଆ ସମେତ ଅନ୍ୟ ଜଣେ ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ଗାଁ ଲୋକେ ଖୋଜାଖୋଜି ଜାରି ରଖିଥିଲେ । ଏବେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ୍‌ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

    ଦୀର୍ଘ ସମୟର ଖୋଜାଖୋଜି ପରେ ୧୬ ବର୍ଷୀୟା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାର ନାଁ ଦେବେନ୍ଦ୍ର ବେହେରା । ତେବେ ଏଯାଏ ୫୦ ବର୍ଷୀୟ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ କୌଣସି ପତ୍ତା ମିଳିନି । ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି ।

    ଦୀର୍ଘଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ଲୋକେ ଏଭଳି ଡଙ୍ଗାରେ ଯାତ୍ରା କରୁଛନ୍ତି । ବ୍ରିଜ୍ ନିର୍ମାଣ ପାଇଁ ୨୦୧୬ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ବେଳେ ଏଯାଏ କିନ୍ତୁ ହୋଇପାରିନି । ଏକମାଣିଆ ପଞ୍ଚାୟତର ଲୋକେ ଏଭଳି ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯାଆସ କରୁଛନ୍ତି । ବାରମ୍ବାର ଅଘଟଣ ଘଟୁଥିଲେ ବି ପ୍ରଶାସନର ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • ଏଟିଏମ୍ ନ ଭାଙ୍ଗି କେମିତି ଲୁଟିଲା ଟଙ୍କା ? ପୋଲିସକୁ କହିଲା ଲୁଟେରା

    ଏଟିଏମ୍ ନ ଭାଙ୍ଗି କେମିତି ଲୁଟିଲା ଟଙ୍କା ? ପୋଲିସକୁ କହିଲା ଲୁଟେରା

    ଏଟିଏମ୍ ଲୁଟ୍ ଘଟଣାରେ ଲୁଟେରା କିଏ ? ଏହାର ପର୍ଦ୍ଦାଫାସ କରିଛି କଟକ ମଧୂପାଟଣା ଥାନା ପୋଲିସ । ନୂଆପଡ଼ା ଅଞ୍ଚଳର ଆକ୍ସିସ ବ୍ୟାଙ୍କ୍ ଏଟିଏମରୁ ପାଖାପାଖି ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା ।
    ମଧୁପାଟଣା ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ହୃଷିକେଶ ସାହୁ । ସେ ଏଟିଏମ୍ ନଭାଙ୍ଗି ଚ୍ୟାମ୍ବରରୁ ଟଙ୍କା ଗାଏବ କରିଥିଲା । ATM ତାର କାଟି ପାଖାପାଖି ୯ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲା ।

    ସିସିଟିଭି ସହ ATM ଲାଇନ୍ କାଟି ଟଙ୍କା ଲୁଟ୍ କରିଥିଲା ହୃଷିକେଶ । ପ୍ରେସମିଟ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଡିସିପି । ଏଥିରେ ଆଉ କିଏ କିଏ ସଂପୃକ୍ତ ସେ ନେଇ ଖୋଳତାଡ଼ ଜାରି ଥିବା ସେ କହିଛନ୍ତି ।