ହନୁମାନ ଜୟନ୍ତୀ ହିଂସା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍, ପ୍ରଶାସନର ଅପାରଗତାକୁ BJPର ନିନ୍ଦା

ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ଅପାରଗତା ଯୋଗୁଁ ଏଭଳି ଘଟଣା ଘଟିଗଲା ବୋଲି କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ହିଂସାରେ ଲୋକଙ୍କ ମଧ୍ୟରେ ମାରପିଟ୍ ହେଲା । ବହୁତ ସମ୍ପତ୍ତି ନଷ୍ଟ ହେଲା । ହନୁମାନ ଜୟନ୍ତୀ ଦିନ ଆଦିବାସୀ ପିଲାର ହତ୍ୟା କରାଗଲା । ଏଯାଏ ଏତଲା ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ନିର୍ଦ୍ଦୋଷ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ପ୍ରୟାସ କରୁଛି ପୋଲିସ । ବିଜେପି ପୂର୍ବରୁ ମଧ୍ୟ ଅଭିଯୋଗ କରୁଛି ଯେ ପୋଲିସ ପ୍ରଶାସନ ଏକତରଫା ଭାବେ କାମ କରୁଛି । ହିଂସା ଘଟଣା ପରେ ଏସଟି କମିଶନର ସଦସ୍ୟ ଆସିଥିଲେ । ଏଥିରେ କିନ୍ତୁ ଅସହଯୋଗ କଲା ସ୍ଥାନୀୟ ପ୍ରଶାସନ ଯାହା ଅତ୍ୟନ୍ତ ନିନ୍ଦନୀୟ । ବିଜେପିର ରାଷ୍ଟ୍ରୀୟ ନେତୃତ୍ୱଙ୍କୁ ଏ ସମ୍ପର୍କରେ ଅବଗତ କରାଗଲା । ସେଥିପାଇଁ ଉଚ୍ଚସ୍ତରୀୟ ସଂସଦୀୟ ପ୍ରତିନିଧି ଦଳ, ଫ୍ୟାକ୍ଟ ଫାଇଣ୍ଡିଂ ପାଇଁ ପଠାଇଛନ୍ତି । ସେପଟେ ଜଣଙ୍କ ଉପରେ ଅତ୍ୟାଚାର କରିବା, ଡରାଇବା,ଧମକାଇବା ଏହା ଶାନ୍ତିର ପ୍ରତୀକ ନୁହେଁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *