କେନ୍ଦ୍ରାପଡାରେ 5-T ସଚିବ

ରାଜ୍ୟ ସରକାରଙ୍କ 5-T ସଚିବ ଭି. କେ. ପାଣ୍ଡିଆନ୍ କେନ୍ଦ୍ରାପଡାରେ ପହଁଞ୍ଚିଛନ୍ତି l ସଚିବଙ୍କର ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଆଜି ପୂର୍ବାହ୍ନ ୧୧  ଟାରେ ଜମଧର ଠାରେ ପହଁଚି ଥିଲେ। ସେଠାରେ ନିର୍ମାଣାଧୀନ ଶୀତଳଭଣ୍ଡାର କାର୍ଯ୍ୟ ସମୀକ୍ଷା କରିଥିଲେ l ପରେ ଜଝାଙ୍ଗ ଠାରେ କାଇଁଚ ଶିଳ୍ପରେ ନିୟୋଜିତ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l

ଦିନତମାମ 5T ସଚିବ ପଟ୍ଟାମୁଣ୍ଡାଇ, ଡେରାବିଶ, ମହାକାଳପଡ଼ା ବ୍ଲକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟ ପରିଦର୍ଶନ କରିଛନ୍ତି l ଏହି ଅବସରରେ ମହାକାଳପଡା ବ୍ଲକର ଆଡୋଇ ଗ୍ରାମରେ ସହଂଚି ପ୍ରସ୍ତାବିତ ଇସ୍ପାତ କାରଖାନା ନିମନ୍ତେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଥିବା ଖରିନାସୀ, ବତୀଘର ଓ ରାମନଗର ଅଂଚଳର ଭୌଗୋଲିକ ଅବସ୍ଥିତି ମ୍ୟାପ ଜରିଆରେ ଦେଖିବା ସହିତ ଏହାର ବିଶ୍ଳେଷଣ କରିଥିଲେ । ଏହପରେ ରାମନଗର ସ୍ଥିତ ଦରିଆପାରି ମା ରାମଚଣ୍ଡିଙ୍କ ପିଠରେ ପହଁଚି ମାଙ୍କୁ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ , ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚି ନାୟକ ଓ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟସୂଚୀ ମଧ୍ୟରେ 5T ସଚିବଙ୍କର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି l

Leave a Reply

Your email address will not be published. Required fields are marked *