ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ

ବଲାଙ୍ଗିର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ଦୁଇ କର୍ମଚାରୀ ଗୁରୁତର। ବୋମା ତିଆରି ସମୟରେ ବିସ୍ପୋରଣ ଥିଲା। ରାଉରକେଲା ସ୍ଥାନାନ୍ତର କରାଯାଇଛି। ଆହତ ଦୁଇଜଣ ହେଲେ କାରଖାନାର ୨ ଟେକ୍ନିସିଆନ  ଡି. ବି.ଡ଼ବ୍ଲୁ ଗୌତମ ମହାନନ୍ଦ ଏବଂ ଜଏଣ୍ଟ ୱାର୍କ ମ୍ୟାନେଜର ସରୋଜ କୁମାର ପଣ୍ଡା।

ବଡମାଳ ୟୁନିଟ -୩ ରେ ଥିବା ଗୋଳାବାରୁଦ କାରଖାନାରେ ବୋମା ତିଆରି ଚାଲିଥିଲା। ଉଭୟ ରାସାୟନିକ ମିଶ୍ରଣ କରୁଥିଲା। ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଗୌତମ ଓ ସରୋଜ ଗୁରୁତର ହୋଇ ପଡିଥିଲେ। ଉଭୟଙ୍କୁ ତୁରନ୍ତ ବଡ଼ମାଳର ଆୟୁଧ ନିର୍ମାଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେମାନଙ୍କ ସ୍ଥିତିକୁ ଦେଖି ପ୍ରଥମିକ ଚିକିତ୍ସା ପରେ ରାଉରକେଲା ରେଫର କରାଯାଇଥିଲା। ଗୌତମଙ୍କର ୨ଆଖି ଓ ଗୋଟିଏ ହାତରେ ଆଘାତ ଲାଗିଥିବା ବେଳେ ସରୋଜଙ୍କର ଗୋଟିଏ ଆଖି ଓ  ଦୁଇଟି ହାତ ଖଣ୍ଡିଆ ଖାବରା ହୋଇଯାଇଛି। ଉଭୟଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି। 

Leave a Reply

Your email address will not be published. Required fields are marked *