ଓଡିଶାରେ ପରୀକ୍ଷାମୂଳକ ଭାବେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ

ଓଡିଶାରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ। ଟ୍ରାଏଲ ରନରେ ହାୱଡାରୁ ଏହି ଟ୍ରେନ ବାହାରି ଭୁବନେଶ୍ୱର ହୋଇ ପୁରୀରେ ପହଞ୍ଚିଥିଲା। ସକାଳ ୬.୧୦ରେ ହାୱଡାରୁ ବାହାରି ଖଡଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧ ଷ୍ଟେସନରେ ଟ୍ରେନ୍ ୨ ମିନିଟ ରହଣି କରିଥିଲା। ପୁରୀରେ ପହଞ୍ଚି ପୁଣି ୧.୫୦ରେ ପୁରୀ ଛାଡିଛି, ଯାହା ସନ୍ଧ୍ୟା ପ୍ରାୟ 8.30ରେ ହାୱଡାରେ ପହଞ୍ଚିବ।

ବନ୍ଦେ ଭାରତ ଟ୍ରେନ ହାୱଡାରୁ ଚଳାଚଳ କଲେ ବଙ୍ଗାଳୀ ପର୍ଯ୍ୟଟକ ଓ ଭକ୍ତ ଗୋଟିଏ ଦିନରେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସହଜରେ କରି ପରିବେ। ବିଭିନ୍ନ ଅତ୍ୟାଧୁନିକ ସୁବିଧାରେ ସମୃଦ୍ଧ ଏହି ଟ୍ରେନ ଅନେକ ରାଜ୍ୟରେ ଚଳାଚଳ କରିଥିବା ବେଳେ ଆଜି ପ୍ରଥମ ଥର ପାଇଁ ଓଡିଶା ମାଟିରେ ପରୀକ୍ଷାମୂଳକ ଭାବେ ଗଡିଛି। ଟ୍ରେନକୁ ଦେଖିବାକୁ ବିଭିନ୍ନ ଷ୍ଟେସନରେ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।

ତେବେ ଭୁବନେଶ୍ୱରରୁ ରାଉରକେଲା ଓ କୋରାପୁଟରୁ ବାଲେଶ୍ବର ପର୍ଯ୍ୟନ୍ତ ଏହି ଟ୍ରେନ ଗଡିବାକୁ ଓଡିଶା ପକ୍ଷରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *