ଏଟିଏମ୍ ନ ଭାଙ୍ଗି କେମିତି ଲୁଟିଲା ଟଙ୍କା ? ପୋଲିସକୁ କହିଲା ଲୁଟେରା

ଏଟିଏମ୍ ଲୁଟ୍ ଘଟଣାରେ ଲୁଟେରା କିଏ ? ଏହାର ପର୍ଦ୍ଦାଫାସ କରିଛି କଟକ ମଧୂପାଟଣା ଥାନା ପୋଲିସ । ନୂଆପଡ଼ା ଅଞ୍ଚଳର ଆକ୍ସିସ ବ୍ୟାଙ୍କ୍ ଏଟିଏମରୁ ପାଖାପାଖି ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା ।
ମଧୁପାଟଣା ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ହୃଷିକେଶ ସାହୁ । ସେ ଏଟିଏମ୍ ନଭାଙ୍ଗି ଚ୍ୟାମ୍ବରରୁ ଟଙ୍କା ଗାଏବ କରିଥିଲା । ATM ତାର କାଟି ପାଖାପାଖି ୯ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲା ।

ସିସିଟିଭି ସହ ATM ଲାଇନ୍ କାଟି ଟଙ୍କା ଲୁଟ୍ କରିଥିଲା ହୃଷିକେଶ । ପ୍ରେସମିଟ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଡିସିପି । ଏଥିରେ ଆଉ କିଏ କିଏ ସଂପୃକ୍ତ ସେ ନେଇ ଖୋଳତାଡ଼ ଜାରି ଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *