ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା କରିବେ କିପରି, ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା

ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ । ଅଧିକାଂଶ ସମୟରେ ନିରୀହ ପ୍ରାଣୀଙ୍କ ଜୀବନହାନୀ ଘଟୁଛି । ସେଥିପାଇଁ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଉଦ୍ୟମ ହେଉଛି । ଜୀବମଙ୍ଗଳ ଯୋଜନାକୁ ପ୍ରସାରିତ କରିବା ପାଇଁ ରେମୁଣା ବ୍ଲକ୍ ଶ୍ରୀଜଙ୍ଗ ବାତ୍ୟାସ୍ଥଳୀ ପରିସରରେ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପାଲା ମାଧ୍ୟମରେ ସଚେତନତାର ବାର୍ତ୍ତା । ବାଲେଶ୍ଵରରେ ଏଭଳି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜୀବଜନ୍ତୁ, ନିରୀହ ପ୍ରାଣୀଙ୍କ ହତ୍ୟା ନକରିବାକୁ ନିବେଦନ କରାଯାଇଛି । ଏପରିକି ବିପଦରେ ପଡ଼ିଥିଲେ ସେମାନଙ୍କ ସହାୟତା କରିବାକୁ ବାର୍ତ୍ତା ଦିଆଯାଇଛି । ରେମୁଣା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ମହାପାତ୍ର ଓ ଶ୍ରୀଜଙ୍ଗ ପ୍ରାଣୀ ଚିକିତ୍ସକ ସୁଶାନ୍ତ ପ୍ରଧାନ, ମହାରାଜପୁର ଏଲଆଇ ବ୍ରଜବନ୍ଧୁ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା ନେଇ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି । ଶ୍ରୀଜଙ୍ଗ ଓ ତୁଣ୍ଡୁରା ପ୍ରାଣୀ ମିତ୍ର ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ ।…

Leave a Reply

Your email address will not be published. Required fields are marked *