ହୋଟେଲ ଉପରେ CMCର ନଜର, ଆକ୍ସନ ପାଇଁ ମେୟରଙ୍କ ଚେତାବନୀ

ଏଣିକି କଟକର ହୋଟେଲଗୁଡ଼ିକ ଉପରେ କଡ଼ା ନଜର ରଖିବ କଟକ ମହାନଗର ନିଗମ । ଏ ନେଇ ଚେତାବନୀ ଦେଇଛନ୍ତି କଟକ ମେୟର ସୁବାସ ସିଂ । ଗତ 20 ତାରିଖ ଛାତ୍ରୀ ଦୁଷ୍କର୍ମ ଘଟଣା ପରେ ତତ୍ପରତା ଦେଖାଇଛି ସିଏମସି ।

କଟକର ସବୁ ହୋଟେଲ ପାଇଁ ମେୟରଙ୍କ ଚରଣବାଣୀ । ଏମିତି କୌଣସି କାର୍ଯ୍ୟ କରନି ଯାହା ଆଇନ୍ ବିରୋଧୀ । ଅବହେଳା କଲେ ଆକ୍ସନ ନିଶ୍ଚିତ ବୋଲି ସେ କହିଛନ୍ତି । ଗତ ୨୦ ତାରିଖରେ କଟକ ମଧୁପାଟଣା ଛକରେ ଥିବା ପଦ୍ମଜା ପ୍ରାଇଡ୍ ହୋଟେଲରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ଅଭିଯୋଗ ହୋଇଥିଲା । ତେଣୁ ସମଗ୍ର ଅଞ୍ଚଳରେ ବେଶ୍ ଚର୍ଚ୍ଚାକୁ ଆସିଥିଲା । ସେଥିପାଇଁ ହୋଟେଲ ଗୁଡ଼ିକ ଉପରେ କଟକଣା ଲାଗୁ ସହ ଆକ୍ସନ ମୋଡ଼ରେ ଅଛି କଟକ ମହାନଗର ନିଗମ ।

କୌଣସି ହୋଟେଲରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ବରଦାସ୍ତ କରାଯିବ ନାହିଁ । ଏଣୁ ସମସ୍ତ ତାରକା ଓ ଅଣତାରକା ହୋଟେଲରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ । ହୋଟେଲ ପାଇଁ ଆବଶ୍ୟକ କାଗଜପତ୍ର ନଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ମେୟର କହିଛନ୍ତି ।

Leave a Reply

Your email address will not be published. Required fields are marked *