ସକାଳୁ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଚାଲିଗଲା ଜୀବନ

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ଘଣ୍ଟପଡା ଗାଁରେ ଆଜି ସକାଳୁ ସକାଳୁ ମହିଳା ଜଣକ କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ମୃତକ ହେଲେ ଗ୍ରାମର 56 ବର୍ଷୀୟା ପ୍ରମିଳା ମୁଖୀ।

ପ୍ରମିଳା ସବୁ ଦିନ ପରି ଅନ୍ୟ ମହିଳାଙ୍କ ସହିତ ଆଜି ସକାଳୁ ଗାଁ ପାଖ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ପତ୍ର ତୋଳୁଥିବା ବେଳେ ପ୍ରବଳ ବର୍ଷା ଓ ପବନ ହୋଇଥିଲା। ତା ସାଙ୍ଗକୁ ବିଜୁଳି ମାରିଥିଲା। ପ୍ରମିଳାଙ୍କ ଉପରେ ବିଜୁଳି ଖସି ପଡିବାରୁ ସେ ଅଚେତ ହୋଇ ପଡିଥିଲେ। ବିଜୁଳି ପଡିଥିବାରୁ ତାଙ୍କ ଛାତି ଓ ପିଠି ପୋଡିଯାଇଥିଲା।

କିଛି ସମୟରେ ୧୦୮ ଆମ୍ବୁଲାନ୍ସରେ ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *