Blog

  • ‘ଓଡ଼ିଶାରେ ପୁଞ୍ଜି ନିବେଶ କର’..ଜାପାନରେ ଆହ୍ୱାନ କରିବେ ନବୀନ

    ‘ଓଡ଼ିଶାରେ ପୁଞ୍ଜି ନିବେଶ କର’..ଜାପାନରେ ଆହ୍ୱାନ କରିବେ ନବୀନ

    ଆଜିଠାରୁ ୭ ଦିନିଆ ଜାପାନ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ( high-level delegation)ସହ ସେ ଜାପାନ ଗସ୍ତରେ ଯାଇଛନ୍ତି । ୯ ତାରିଖ ଯାଏ ଜାପାନରେ ରହିବେ ମୁଖ୍ୟମନ୍ତ୍ରୀ । ସେ ଟୋକିଓ,କ୍ବୋଟୋ ଓ ଓସାକା ଆଦି ସ୍ଥାନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ।

    ଜାପାନର ପ୍ରମୁଖ ଶିଳ୍ପପତିମାନଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବିଶେଷକରି କେମିକାଲସ, ପ୍ଲାଷ୍ଟିକ, ପେଟ୍ରୋ କେମିକାଲସ, ଟେକ୍ସଟାଇଲ,ଫୁଡ୍ ପ୍ରୋସେସିଂ ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ନିବେଶର ବିପୁଳ ସମ୍ଭାବନା ରହିଛି । ଏହାର ଫାଇଦା (advantage)ନେବାକୁ ନିବେଶକାରୀ (Investors)ଙ୍କୁ ଆହ୍ୱାନ କରିବେ । ୨୦୨୨ ମେକ୍ ଇନ୍ ଓଡ଼ିଶା କନକ୍ଲେଭ(Conclave)ରେ ‘ଜାପାନ’ କଣ୍ଟ୍ରି ପାଟର୍ନର ଭାବେ ସାମିଲ ହୋଇଥିବା ବେଳେ ୨୦୧୮ ଓ ୨୦୨୨ରେ ଜାପାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, 5T ସଚିବ ଭି.କେ ପାଣ୍ଡିଆନ,ଶିଳ୍ପ ସଚିବ ହେମନ୍ତ ଶର୍ମା ଭଳି ଅଧିକାରୀମାନେ ଜାପାନ ଯାଇଛନ୍ତି। …

  • IPL ମହାସମର..ଆଜି CSK VS LSG ମୁକାବିଲା

    IPL ମହାସମର..ଆଜି CSK VS LSG ମୁକାବିଲା

    CSK VS LSG

    ଆଜି IPLରେ ଗୋଟିଏ ମ୍ୟାଚ୍ ଖେଳାଯିବ । ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏହି ମୁକାବିଲା ହେବ । ସନ୍ଧ୍ୟା ୭.୩୦ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ ।

    ଧୋନିଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ ଚେନ୍ନାଇ । ଚଳିତ ସିଜିନରେ ଦଳର ଏହା ଦ୍ୱିତୀୟ ମ୍ୟାଚ୍ ହେବ । ପ୍ରଥମ ମ୍ୟାଚରେ ଗୁଜରାଟ ଠାରୁ ୫ ୱିକେଟରେ ହାରିଛି ଧୋନି ବାହିନୀ । ତେଣୁ ଆଜିର ମ୍ୟାଚ୍ ଜିତି ଖାତା ଖୋଲିବା ଅପେକ୍ଷାରେ ରହିଛି ଚେନ୍ନାଇ । ସେପଟେ, ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ପରାସ୍ତ କରି ମନୋବଳ ଦୃଢ଼ କରିଛି । ବିଜୟ ଧାରା ଜାରି ରଖିବାକୁ ସମସ୍ତ ଉଦ୍ୟମ କରିବେ ଅଧିନାୟକ ରାହୁଲ ।

    ଗତକାଲି ଦୁଇଟି ମ୍ୟାଚ୍ ଖେଳାଯାଇଥିଲା । ଗୋଟିଏ ମ୍ୟାଚରେ ହାଇଦ୍ରାବାଦକୁ ରାଜସ୍ଥାନ ହରାଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ମୁମ୍ବାଇକୁ ହରାଇଥିଲା ବାଙ୍ଗାଲୋର ।

  • ମ୍ୟାକଡୋନାଲ୍ଡ ପକ୍ଷରୁ ଛଟେଇ ପ୍ରକ୍ରିୟା…ଅସ୍ଥାୟୀ ଭାବେ ଅଫିସ ବନ୍ଦ

    ମ୍ୟାକଡୋନାଲ୍ଡ ପକ୍ଷରୁ ଛଟେଇ ପ୍ରକ୍ରିୟା…ଅସ୍ଥାୟୀ ଭାବେ ଅଫିସ ବନ୍ଦ

    ମ୍ୟାକଡୋନାଲ୍ଡ ଉପରେ ମଧ୍ୟ ଅର୍ଥନୀତିକ(economic)ମାନ୍ଦାବାସ୍ଥାର ପ୍ରଭାବ(impact) ଦେଖିବାକୁ ମିଳିଛି । କାରଣ ଏବେ କଷ୍ଟ କଟିଂ ପାଇଁ ମ୍ୟାକଡୋନାଲ୍ଡ ମଧ୍ୟ କର୍ମଚାରୀଙ୍କୁ ବିଦା କରିବାକୁ ଯାଉଛି । ଆମେରିକାରେ ଥିବା ସବୁ ଅଫିସ ଅସ୍ଥାୟୀ ଭାବେ(temporarily)
    ବନ୍ଦ କରିବାକୁ ଯାଉଛି ଏହି କମ୍ପାନୀ । କର୍ପୋରେଟ୍ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୂଚନା ମିଳିଛି ।

    ପୂର୍ବରୁ କିଛି ବଡ଼ କମ୍ପାନୀ ନିଜ ନିଜ କର୍ମଚାରୀଙ୍କୁ ବାହାର କରିବାକୁ (lay off) ବାଧ୍ୟ
    ହୋଇଥିଲେ । ଏବେ ମ୍ୟାକଡୋନାଲ୍ଡ ଏହି ତାଲିକାରେ ସାମିଲ ହେବ । ବୁଧବାର ଯାଏ ସବୁ କର୍ମଚାରୀ ଘରୁ କାମ କରିବାକୁ ଇ-ମେଲ୍ ପଠାଇଯାଇଥିଲା । ସେପଟେ କିନ୍ତୁ କେତେ କର୍ମଚାରୀଙ୍କୁ ବିଦା କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନି । ଚଳିତ ସପ୍ତାହରେ ସମସ୍ତ ପ୍ରକାରର ବ୍ୟକ୍ତଗତସ୍ତରୀୟ ମିଟିଂକୁ ବାତିଲ କରାଯାଇଛି ।

    ଜାନୁଆରୀ ମାସରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ବ୍ୟବସାୟୀ ରଣନୀତିକୁ ଅପଡେଟ୍ କରାଯିବା ସହ କିଛି କର୍ମଚାରୀଙ୍କୁ ବିଦା କରାଯିବ । ଏବେ ୱାର୍କ ଫ୍ରମ ହୋମ୍ ଆରମ୍ଭ ହୋଇଥିବାରୁ ଖୁବଶୀଘ୍ର କମ୍ପାନୀ ଛଟେଇ କରିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ଗୁଗଲ,ଫେସବୁକ, ଆମାଜନ ଭଳି ବଡ଼ ବଡ଼ କମ୍ପାନୀ କର୍ମଚାରୀମାନଙ୍କୁ ବିଦା କଲେଣି ।

  • ଆଜିଠୁ ଖାତାଦେଖା…ମେ’ପ୍ରଥମ ସପ୍ତାହରେ ରେଜଲ୍ଟ !

    ଆଜିଠୁ ଖାତାଦେଖା…ମେ’ପ୍ରଥମ ସପ୍ତାହରେ ରେଜଲ୍ଟ !

    ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ(matric) ଖାତାଦେଖା କାମ । ରାଜ୍ୟର ମୋଟ ୫୬ଟି କେନ୍ଦ୍ରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଖାତା ଦେଖୁଛନ୍ତି । ଚଳିତଥର ୧୩ ହଜାର ଶିକ୍ଷକଶିକ୍ଷୟିତ୍ରୀ ଖାତା ଦେଖୁଛନ୍ତି । ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଖାତାଦେଖା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ୧୫ ତାରିଖ ଯାଏ ଖାତାଦେଖା ଜାରି ରହିବ ।

    ମେ’ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା ରହିଛି । ଚଳିତଥର ନିର୍ଭୁଲ ମୂଲ୍ୟାୟନ ପାଇଁ ସମସ୍ତଙ୍କୁ ଟ୍ରେନିଂ ଦିଆଯାଇଛି । ଖାତା ଦେଖାକୁ ତ୍ରୁଟିମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛି ବୋର୍ଡ । ଚଳିତ ବର୍ଷ ୫୪୧୨୪୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ । ହେଲେ ୧୬,୬୭୯ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ । ଏହାକୁ ନେଇ ବିଧାନସଭାରେ ହଟ୍ଟଗୋଳ, ହୋହଲ୍ଲା ଦେଖିବାକୁ ମିଳିଥିଲା ।

  • ଗଡ଼ିବ ମେଟ୍ରୋ ଟ୍ରେନ୍…TECHNOLOGY ଦେବ JAPAN !

    ଗଡ଼ିବ ମେଟ୍ରୋ ଟ୍ରେନ୍…TECHNOLOGY ଦେବ JAPAN !

    METRO TRAIN IN ODISHA

    ବଦଳିବ ଓଡ଼ିଶା ରୂପରେଖ(face) । ଦିଲ୍ଲୀ ଭଳି ଓଡ଼ିଶାରେ ବି ଚାଲିବ ମେଟ୍ରୋ ଟ୍ରେନ୍ (Metro trains)। ଗଠନ ହେବ ନୂଆ ଓଡି଼ଶା । ଏଭଳି ସ୍ୱପ୍ନ ଦେଖି ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି । ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

    ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଚାଲିବ ମେଟ୍ରୋ ଟ୍ରେନ୍ । ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ । ଏ ନେଇ ଡାଇଗ୍ରାମ୍ ପ୍ରସ୍ତୁତ ହୋଇଛି । ପରେ ପରେ କଟକ, ଖୋର୍ଦ୍ଧା ଓ ପୁରୀକୁ ସଂଯୋଗ କରାଯିବ । ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ କରିବା କାଠିକର ପାଠ ତଥାପି ସରକାର ଅଣ୍ଟା ଭିଡ଼ିଛନ୍ତି । ଆସନ୍ତା କିଛି ବର୍ଷରେ ଜନସଂଖ୍ୟା ଆହୁରି ବଢ଼ିବ, ଟ୍ରାଫିକ୍ ସମସ୍ୟା ବି ଦେଖାଦେବ । ଭିଡ଼ (crowd)କମାଇବା ପାଇଁ ସରକାର ଏବେଠୁ ଉଦ୍ୟମ ଆରମ୍ଭ କଲେଣି ।

    ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଛି ଓଡ଼ିଶା । କ୍ରୀଡ଼ା କ୍ଷେତ୍ରରେ ହେଉ ଅବା ବନୀକରଣ । ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳଯୋଗାଣ କ୍ଷେତ୍ରରେ ସରକାର ସଫଳତା ପାଇଛନ୍ତି । ଦିନକୁ ଦିନ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ମିଶନ ଶକ୍ତି, ଆହାର, 5T ଭଳି ଯୋଜନାରେ ଲୋକଙ୍କୁ ଫାଇଦା ମିଳିପାରୁଛି । ଏଭଳି ସ୍ଥିତିରେ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।

    ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚାଲିବ । ଏଥିପାଇଁ ଆବଶ୍ୟକ ଟୋକ୍ନୋଲୋଜି ମିଳିବ କେଉଁଠୁ । ଜାପାନ ଟେକ୍ନୋଲୋଜି'(Japan’s technology)ର ଗନ୍ତାଘର। ଆସନ୍ତାକାଲି ଅର୍ଥାତ୍ ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି । ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଜାପାନରୁ ପାଇବେ ନବୀନ । ଏହି ଗସ୍ତରେ ସେ ଏକ୍ସପର୍ଟମାନଙ୍କ(experts) ସହ ଆଲୋଚନା କରିବେ । ଉପଯୁକ୍ତ ଜ୍ଞାନକୌଶଳ ଜାପାନରୁ ଆସିବା ନେଇ ଆଶା କରାଯାଉଛି । ଏଥିସହ ପୁଞ୍ଜିନିବେଶ ନେଇ ମଧ୍ୟ ସେଠାରେ ଆହ୍ୱାନ କରିବେ ରାଜ୍ୟ ସରକାର ।

    ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ନିଜର ଦବଦବା ଜାହିର କରିଛି ଓଡ଼ିଶା । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା କରି ବିଶ୍ୱରେ ପୁରସ୍କୃତ ହୋଇଛି ରାଜ୍ୟ । କୋଣ, ଅନୁକୋଣରେ ନବୀନ ସ୍ଲୋଗାନ । ନବୀନ ଯେଉଁଠି ବିଜୟ ସେଇଠି । ଖୁବଶୀଘ୍ର ମେଟ୍ରୋ ରେଳ ପ୍ରୋଜେକ୍ଟ ଆରମ୍ଭ ହେବ । ‘ମୋ ବସ୍’ସେବା ଭଳି ଯାତ୍ରୀଙ୍କୁ ଏଭଳି ଟ୍ରେନ୍ ସେବା ମିଳିବ ।

  • ସୁରଟ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…ଉପର କୋର୍ଟ ଯିବେ ରାହୁଲ

    ସୁରଟ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…ଉପର କୋର୍ଟ ଯିବେ ରାହୁଲ

    COURTSEY:Telegraph India

    ଲୋକସଭା ସଦସ୍ୟ ପଦ ରଦ୍ଦ (cancellation) ପରେ ଏବେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ରାହୁଲ ଗାନ୍ଧି । ସୁରଟ ଜିଲ୍ଲା କୋର୍ଟଙ୍କ ରାୟ ନେଇ ଅସନ୍ତୁଷ୍ଟ (Dissatisfied)ଥିବା ରାହୁଲ, ଆସନ୍ତାକାଲି ସୁରଟ ସେସନ୍ କୋର୍ଟରେ ଚାଲେଞ୍ଜ କରିବେ ବୋଲି ସୂଚନା ମିଳିଛି ।

    ୨୦୧୯ ମାନହାନି ମାମଲା(defamation case)ରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇବା ସହ ୧୫,୦୦୦ ଟଙ୍କା ଜୋରିମାନା କରିଥିଲେ । ତେବେ ରାହୁଲ ଏବେ ୩୦ ଦିନିଆ ଜାମିନରେ ଅଛନ୍ତି । ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଲୋକସଭା ସାଂସଦ ପଦରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ରାୟକୁ ଆସନ୍ତାକାଲି ସୁରଟ ସେସନ୍‌ କୋର୍ଟରେ ଚ୍ୟାଲେଞ୍ଜ କରିବେ ରାହୁଲ । ‘ମୋଦି ସାଙ୍ଗିଆ'(Modi Sangya)ମାମଲାରେ ରାହୁଲ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାଜିଷ୍ଟ୍ରେଟ୍‌ଙ୍କ ଆଦେଶକୁ ରଦ୍ଦ କରିବା ଲାଗି ସେ ସେସନ୍‌ କୋର୍ଟଙ୍କୁ ଅନୁରୋଧ କରିବେ ।

    ଉପର ଅଦାଲତରେ ଆବେଦନ(appeal)କରିବା ପାଇଁ ରାହୁଲଙ୍କୁ ଜାମିନ ମଞ୍ଜୁର କରାଯିବା ସହ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ବାତିଲ କରାଯାଇଛି । ‘ସବୁ ମୋଦି ସାଙ୍ଗିଆଧାରୀ କେମିତି ଚୋର ହେଲେ ବୋଲି’ ରାହୁଲ୍‌ କର୍ଣ୍ଣାଟକ କୋଲାର୍‌ରେ ଅନୁଷ୍ଠିତ ରାଲିରେ କହିଥିଲେ । ଏହା ବିରୋଧରେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ଜିଲ୍ଲା ଅଦାଲତରେ ମାମଲା ଦାଏର କରିଥିଲେ ।

  • କାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ…ତ୍ରୁଟିଶୂନ୍ୟ ମୂଲ୍ୟାୟନକୁ ଗୁରୁତ୍ୱ

    କାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ…ତ୍ରୁଟିଶୂନ୍ୟ ମୂଲ୍ୟାୟନକୁ ଗୁରୁତ୍ୱ

    ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୩ ତାରିଖ ଠାରୁ ଚଳିତବର୍ଷର ମାଟ୍ରିକ ସମ୍ମେଟିଭ୍-୨ (matric summative-2) ପରୀକ୍ଷା ଖାତା ମୂଲ୍ୟାୟନ (Audit work)ହେବ । ୫୬ଟି କେନ୍ଦ୍ରରେ ୧୫ ତାରିଖ ଯାଏ ଖାତାଦେଖା କାମ ଜାରି ରହିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(BSE) ପକ୍ଷରୁ ଏସଓପି ଜାରି କରାଯାଇଛି ।

    ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ (erroneous ratings)ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ବୋର୍ଡ କର୍ତ୍ତୃପକ୍ଷ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଆଲୋଚନା ପରେ ରେଜଲ୍ଟ ପ୍ରକାଶ ପାଇବ । ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

    ସେପଟେ, ଶନିବାର ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଓଡ଼ିଆ ପାଠ୍ୟ ପୁସ୍ତକ ବାହାର ରାଜ୍ୟକୁ ବିତରଣ କରାଯାଇଛି । ପ୍ରଥମଥର ଛାତ୍ରଛାତ୍ରୀଙ୍କ ପାଇଁ ଡାଏରୀ ଓ ଦୁଇଟି କ୍ୟାଲେଣ୍ଡରର ବନ୍ଦୋବସ୍ତ ହୋଇଛି । ପୂର୍ବରୁ ରାଜ୍ୟ ଭିତର ଜିଲ୍ଲାଗୁଡ଼ିକୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ପୋଷ୍ଟର ପଠାଯାଇଥିଲା । ଆସନ୍ତାକାଲି ଠାରୁ ନୂଆ ସେସନ(session) ପାଠପଢ଼ା ଆରମ୍ଭ ହେବ ।

  • ଆରପାରିରେ କ୍ରିକେଟର ସଲିମ ଅଜିଜ..୮୮ ବର୍ଷ ବୟସରେ ପରଲୋକ

    ଆରପାରିରେ କ୍ରିକେଟର ସଲିମ ଅଜିଜ..୮୮ ବର୍ଷ ବୟସରେ ପରଲୋକ

    FORMER CRICKETER DIES

    ପୂର୍ବତନ କ୍ରିକେଟର ସଲିମ ଅଜିଜ ଦୁରାନି(Salim Durani)ଙ୍କ ପରଲୋକ । ୮୮ ବର୍ଷ ବୟସରେ ତାଙ୍କର ବିୟୋଗ(passed away) ଘଟିଛି । ସାନଭାଇ ଜାହାଙ୍ଗିର ଦୁରାନିଙ୍କ ସହ ଗୁଜରାଟ ଜାମନଗରରେ ରହୁଥିଲେ ସଲିମ ଅଜିଜ । ସେ ଆଫଗାନିସ୍ତାନର କାବୁଲରେ ୧୯୩୪ ମସିହାରେ ଜନ୍ମ ହୋଇଥିଲେ । ତାଙ୍କ ବିୟୋଗରେ ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ଣଣଙ୍କ ସମେତ ବହୁ କ୍ରିକେଟର, କ୍ରୀଡ଼ାପ୍ରେମୀ, ପ୍ରଶଂସକ ଶୋକବ୍ୟକ୍ତ କରିଛନ୍ତି ।

    ସଲିମ ଦୁରାନି ୧୯୬୦ରୁ ୧୯୭୩ ମଧ୍ୟରେ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ୧୨୦୨ ରନ୍ କରିଥିଲେ ଯେଉଁଥିରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ସାମିଲ ଥିଲା । ଜଣେ ଟପ୍ ଅଲରାଉଣ୍ଡର ଭାବେ ଜଣଶୁଣା ଥିଲେ । ୨୯ ଟେଷ୍ଟରେ ସେ ୭୫ଟି ୱିକେଟ୍ ନେଇଥିଲେ । ସେତେବେଳେ ଛକା ମାରିବାରେ ସେ ମାହିର ଥିଲେ । ୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ଟେଷ୍ଟ ସିରିଜରେ ସେ ହିରୋ ସାଜିଥିଲେ । କୋଲକାତା ଏବଂ ମାଡ୍ରାସ ଟେଷ୍ଟରେ ସେ ଯଥାକ୍ରମେ ୮ ଓ ୧୦ଟି ୱିକେଟ୍ ନେଇଥିଲେ । ଫଳରେ ଭାରତ ୨-୦ରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଐତିହାସିକ(Historic) ଟେଷ୍ଟ ସିରିଜ ଜିତିଥିଲା । ଦେଶର ପ୍ରଥମ କ୍ରିକେଟର ଭାବେ ସଲିମ ଅଜିଜ ଦୁରାନି ଅର୍ଜୁନ ପୁରସ୍କାର (Arjuna Award) ପାଇଥିଲେ ।

  • ବିଶ୍ୱ ଅଟିଜିମ୍ ସଚେତନତା ଦିବସ..ପୀଡ଼ିତ ଶିଶୁ ମୁଖ୍ୟସ୍ରୋତରେ ସାମିଲ ହେବେ କିପରି ?

    ବିଶ୍ୱ ଅଟିଜିମ୍ ସଚେତନତା ଦିବସ..ପୀଡ଼ିତ ଶିଶୁ ମୁଖ୍ୟସ୍ରୋତରେ ସାମିଲ ହେବେ କିପରି ?

    Autism Awareness Day

    ଆଜି ବିଶ୍ୱ ଅଟିଜିମ୍ ଦିବସ(World Autism Awareness Day) । ରୋଗର (disease)ଲକ୍ଷଣ, ନିରାକରଣ ଓ ଏହାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ଏପ୍ରିଲ ୨ତାରିଖକୁ ବିଶ୍ୱ ଅଟିଜିମ୍ ଦିବସ ଭାବେ ପାଳନ କରାଯାଉଛି ।

    ଅଟିଜିମ୍ ଏକ ମସ୍ତିସ୍କ ସମ୍ବନ୍ଧୀୟ (brain-related)ରୋଗ ଯାହା ଶିଶୁଙ୍କ ନିକଟରେ ଦେଖାଦେଇଥାଏ । ଏହି ରୋଗରେ ଶିକାର ହୋଇଥିବା ଶିଶୁମାନେ ସାଧାରଣତଃ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବାରେ କଷ୍ଟ ଅନୁଭବ କରିଥାନ୍ତି । ଚିଡ଼ିଚିଡ଼ା ହୋଇଥାନ୍ତି, କଥା କହିବା ଓ ବୁଝିବାରେ ସେମାନଙ୍କ ପାଇଁ ସମସ୍ୟା ହୋଇଥାଏ । ଶିଶୁକନ୍ୟା ଅପେକ୍ଷା ଅଧିକ ଶିଶୁପୁତ୍ର ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଲକ୍ଷଣ ଅନୁସାରେ ଅଟିଜିମ୍ ୩ ପ୍ରକାରର ହୋଇଥାଏ ଯାହାକୁ ବିଶେଷଜ୍ଞମାନେ ଚିହ୍ନଟ (identified)କରିଥାନ୍ତି ।

    ତେବେ ଶିଶୁମାନେ ଅଟିଜିମ୍ ଭଳି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି(complete relief) ପାଇପାରିବେ । ରୋଗର ଗଭୀରତା, ଶିଶୁର ବୟସ ଏବଂ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଆରମ୍ଭ କରାଗଲେ ଏଭଳି ରୋଗରୁ ମୁକ୍ତି ମିଳିପାରିବ । ସେନସୋରି ଇଣ୍ଟିଗ୍ରେସନ ଥେରାପି, ଆର୍ଟ ଆଣ୍ଡ କ୍ରାଫ୍ଟ ଥେରାପି, ସ୍ପିଚ୍ ଥେରାପି ଭଳି ଚିକିତ୍ସା କରାଗଲେ ପୀଡ଼ିତ ଶିଶୁ ରୋଗରୁ ସୁସ୍ଥ ହୋଇପାରିବେ ।

  • ପଞ୍ଜାବ,ଲକ୍ଷ୍ନୌ ବିଜୟୀ..ଆଜି SH-RR ଓ RCB-MI ଲଢ଼େଇ

    ପଞ୍ଜାବ,ଲକ୍ଷ୍ନୌ ବିଜୟୀ..ଆଜି SH-RR ଓ RCB-MI ଲଢ଼େଇ

    IPL DOUBLE MATCH

    IPLର ଏକ ମ୍ୟାଚରେ ଡିଏଲ୍ଏସ(DLS) ମେଥଡରେ ପଞ୍ଜାବ କିଙ୍ଗସ ବିଜୟୀ(WIN) ହୋଇଛି । କୋଲକାତା ନାଇଟ୍ ରାଇଡର୍ସ(KolkataKnightRiders)କୁ ୭ ରନରେ ହରାଇଛି ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୯୧ ରନ୍ କରିଥିଲା ପଞ୍ଜାବ କିଙ୍ଗସ(PunjabKings) । ଜବାବରେ କୋଲକାତା ୧୬ ଓଭରରେ ୧୪୬ ରନ୍ କରିଥିଲା । ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିନଥିଲା । ଶେଷରେ ପଞ୍ଜାବ ୭ ରନରେ ବିଜୟୀ ଘୋଷିତ ହୋଇଥିଲା ।

    ଅନ୍ୟ ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DelhiCapitals)କୁ ୫୦ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ (LucknowSuperGiants)। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୯୩ ରନ୍ କରିଥିଲା । ୧୯୪ ରନ୍ ଟାର୍ଗେଟ୍ ପିଛା କରି ଦିଲ୍ଲୀ ୧୪୩ ରନରେ ସୀମିତ ରହିଥିଲା । ଅଧିନାୟକ ୱାର୍ଣ୍ଣର ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଦଳକୁ ବିଜୟୀ କରାଇପାରିନଥିଲେ ।

    IPLରେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ ଅପରାହ୍ଣ ୩.୩୦ରେ ଖେଳାଯିବ । ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଓ ରାଜସ୍ଥାନ ରୟାଲ୍ସ (RajasthanRoyals) ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋର (Bangalore)ସହ ଲଢ଼ିବ ମୁମ୍ବାଇ ଇଣ୍ଡିଆନ୍ସ (MumbaiIndians)।