ସୁରଟ ଜିଲ୍ଲା କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ…ଉପର କୋର୍ଟ ଯିବେ ରାହୁଲ

COURTSEY:Telegraph India

ଲୋକସଭା ସଦସ୍ୟ ପଦ ରଦ୍ଦ (cancellation) ପରେ ଏବେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ ରାହୁଲ ଗାନ୍ଧି । ସୁରଟ ଜିଲ୍ଲା କୋର୍ଟଙ୍କ ରାୟ ନେଇ ଅସନ୍ତୁଷ୍ଟ (Dissatisfied)ଥିବା ରାହୁଲ, ଆସନ୍ତାକାଲି ସୁରଟ ସେସନ୍ କୋର୍ଟରେ ଚାଲେଞ୍ଜ କରିବେ ବୋଲି ସୂଚନା ମିଳିଛି ।

୨୦୧୯ ମାନହାନି ମାମଲା(defamation case)ରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨ ବର୍ଷ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇବା ସହ ୧୫,୦୦୦ ଟଙ୍କା ଜୋରିମାନା କରିଥିଲେ । ତେବେ ରାହୁଲ ଏବେ ୩୦ ଦିନିଆ ଜାମିନରେ ଅଛନ୍ତି । ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଲୋକସଭା ସାଂସଦ ପଦରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି । ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ରାୟକୁ ଆସନ୍ତାକାଲି ସୁରଟ ସେସନ୍‌ କୋର୍ଟରେ ଚ୍ୟାଲେଞ୍ଜ କରିବେ ରାହୁଲ । ‘ମୋଦି ସାଙ୍ଗିଆ'(Modi Sangya)ମାମଲାରେ ରାହୁଲ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ମାଜିଷ୍ଟ୍ରେଟ୍‌ଙ୍କ ଆଦେଶକୁ ରଦ୍ଦ କରିବା ଲାଗି ସେ ସେସନ୍‌ କୋର୍ଟଙ୍କୁ ଅନୁରୋଧ କରିବେ ।

ଉପର ଅଦାଲତରେ ଆବେଦନ(appeal)କରିବା ପାଇଁ ରାହୁଲଙ୍କୁ ଜାମିନ ମଞ୍ଜୁର କରାଯିବା ସହ ଦଣ୍ଡାଦେଶକୁ ୩୦ ଦିନ ପର୍ଯ୍ୟନ୍ତ ବାତିଲ କରାଯାଇଛି । ‘ସବୁ ମୋଦି ସାଙ୍ଗିଆଧାରୀ କେମିତି ଚୋର ହେଲେ ବୋଲି’ ରାହୁଲ୍‌ କର୍ଣ୍ଣାଟକ କୋଲାର୍‌ରେ ଅନୁଷ୍ଠିତ ରାଲିରେ କହିଥିଲେ । ଏହା ବିରୋଧରେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦି ଜିଲ୍ଲା ଅଦାଲତରେ ମାମଲା ଦାଏର କରିଥିଲେ ।

Leave a Reply

Your email address will not be published. Required fields are marked *