ଗଡ଼ିବ ମେଟ୍ରୋ ଟ୍ରେନ୍…TECHNOLOGY ଦେବ JAPAN !

METRO TRAIN IN ODISHA

ବଦଳିବ ଓଡ଼ିଶା ରୂପରେଖ(face) । ଦିଲ୍ଲୀ ଭଳି ଓଡ଼ିଶାରେ ବି ଚାଲିବ ମେଟ୍ରୋ ଟ୍ରେନ୍ (Metro trains)। ଗଠନ ହେବ ନୂଆ ଓଡି଼ଶା । ଏଭଳି ସ୍ୱପ୍ନ ଦେଖି ରାଜ୍ୟ ସରକାର ଆଉ ପାଦେ ଆଗେଇଛନ୍ତି । ମେଟ୍ରୋ ଟ୍ରେନ୍ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଚାଲିବ ମେଟ୍ରୋ ଟ୍ରେନ୍ । ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ । ଏ ନେଇ ଡାଇଗ୍ରାମ୍ ପ୍ରସ୍ତୁତ ହୋଇଛି । ପରେ ପରେ କଟକ, ଖୋର୍ଦ୍ଧା ଓ ପୁରୀକୁ ସଂଯୋଗ କରାଯିବ । ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ଆରମ୍ଭ କରିବା କାଠିକର ପାଠ ତଥାପି ସରକାର ଅଣ୍ଟା ଭିଡ଼ିଛନ୍ତି । ଆସନ୍ତା କିଛି ବର୍ଷରେ ଜନସଂଖ୍ୟା ଆହୁରି ବଢ଼ିବ, ଟ୍ରାଫିକ୍ ସମସ୍ୟା ବି ଦେଖାଦେବ । ଭିଡ଼ (crowd)କମାଇବା ପାଇଁ ସରକାର ଏବେଠୁ ଉଦ୍ୟମ ଆରମ୍ଭ କଲେଣି ।

ଗୋଟିଏ ପରେ ଗୋଟିଏ ସଫଳତା ପାଇବାରେ ଲାଗିଛି ଓଡ଼ିଶା । କ୍ରୀଡ଼ା କ୍ଷେତ୍ରରେ ହେଉ ଅବା ବନୀକରଣ । ଶିଳ୍ପ, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳଯୋଗାଣ କ୍ଷେତ୍ରରେ ସରକାର ସଫଳତା ପାଇଛନ୍ତି । ଦିନକୁ ଦିନ ରାଜ୍ୟ ସରକାରଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ମିଶନ ଶକ୍ତି, ଆହାର, 5T ଭଳି ଯୋଜନାରେ ଲୋକଙ୍କୁ ଫାଇଦା ମିଳିପାରୁଛି । ଏଭଳି ସ୍ଥିତିରେ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ।

ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚାଲିବ । ଏଥିପାଇଁ ଆବଶ୍ୟକ ଟୋକ୍ନୋଲୋଜି ମିଳିବ କେଉଁଠୁ । ଜାପାନ ଟେକ୍ନୋଲୋଜି'(Japan’s technology)ର ଗନ୍ତାଘର। ଆସନ୍ତାକାଲି ଅର୍ଥାତ୍ ୩ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ କାର୍ଯ୍ୟକ୍ରମ ରହିଛି । ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଆବଶ୍ୟକ ବୈଷୟିକ ଜ୍ଞାନକୌଶଳ ଜାପାନରୁ ପାଇବେ ନବୀନ । ଏହି ଗସ୍ତରେ ସେ ଏକ୍ସପର୍ଟମାନଙ୍କ(experts) ସହ ଆଲୋଚନା କରିବେ । ଉପଯୁକ୍ତ ଜ୍ଞାନକୌଶଳ ଜାପାନରୁ ଆସିବା ନେଇ ଆଶା କରାଯାଉଛି । ଏଥିସହ ପୁଞ୍ଜିନିବେଶ ନେଇ ମଧ୍ୟ ସେଠାରେ ଆହ୍ୱାନ କରିବେ ରାଜ୍ୟ ସରକାର ।

ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ନିଜର ଦବଦବା ଜାହିର କରିଛି ଓଡ଼ିଶା । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ଉଚିତ ମୁକାବିଲା କରି ବିଶ୍ୱରେ ପୁରସ୍କୃତ ହୋଇଛି ରାଜ୍ୟ । କୋଣ, ଅନୁକୋଣରେ ନବୀନ ସ୍ଲୋଗାନ । ନବୀନ ଯେଉଁଠି ବିଜୟ ସେଇଠି । ଖୁବଶୀଘ୍ର ମେଟ୍ରୋ ରେଳ ପ୍ରୋଜେକ୍ଟ ଆରମ୍ଭ ହେବ । ‘ମୋ ବସ୍’ସେବା ଭଳି ଯାତ୍ରୀଙ୍କୁ ଏଭଳି ଟ୍ରେନ୍ ସେବା ମିଳିବ ।

Leave a Reply

Your email address will not be published. Required fields are marked *