କାଲିଠାରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ…ତ୍ରୁଟିଶୂନ୍ୟ ମୂଲ୍ୟାୟନକୁ ଗୁରୁତ୍ୱ

ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୩ ତାରିଖ ଠାରୁ ଚଳିତବର୍ଷର ମାଟ୍ରିକ ସମ୍ମେଟିଭ୍-୨ (matric summative-2) ପରୀକ୍ଷା ଖାତା ମୂଲ୍ୟାୟନ (Audit work)ହେବ । ୫୬ଟି କେନ୍ଦ୍ରରେ ୧୫ ତାରିଖ ଯାଏ ଖାତାଦେଖା କାମ ଜାରି ରହିବ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(BSE) ପକ୍ଷରୁ ଏସଓପି ଜାରି କରାଯାଇଛି ।

ଚଳିତଥର ତ୍ରୁଟିଶୂନ୍ୟ ମୂଲ୍ୟାୟନ (erroneous ratings)ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ବୋର୍ଡ କର୍ତ୍ତୃପକ୍ଷ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଆଲୋଚନା ପରେ ରେଜଲ୍ଟ ପ୍ରକାଶ ପାଇବ । ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ସେପଟେ, ଶନିବାର ଦିନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଓଡ଼ିଆ ପାଠ୍ୟ ପୁସ୍ତକ ବାହାର ରାଜ୍ୟକୁ ବିତରଣ କରାଯାଇଛି । ପ୍ରଥମଥର ଛାତ୍ରଛାତ୍ରୀଙ୍କ ପାଇଁ ଡାଏରୀ ଓ ଦୁଇଟି କ୍ୟାଲେଣ୍ଡରର ବନ୍ଦୋବସ୍ତ ହୋଇଛି । ପୂର୍ବରୁ ରାଜ୍ୟ ଭିତର ଜିଲ୍ଲାଗୁଡ଼ିକୁ ଅଢେଇ କୋଟିରୁ ଊର୍ଦ୍ଧ୍ୱ ପୋଷ୍ଟର ପଠାଯାଇଥିଲା । ଆସନ୍ତାକାଲି ଠାରୁ ନୂଆ ସେସନ(session) ପାଠପଢ଼ା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *