ଆରପାରିରେ କ୍ରିକେଟର ସଲିମ ଅଜିଜ..୮୮ ବର୍ଷ ବୟସରେ ପରଲୋକ

FORMER CRICKETER DIES

ପୂର୍ବତନ କ୍ରିକେଟର ସଲିମ ଅଜିଜ ଦୁରାନି(Salim Durani)ଙ୍କ ପରଲୋକ । ୮୮ ବର୍ଷ ବୟସରେ ତାଙ୍କର ବିୟୋଗ(passed away) ଘଟିଛି । ସାନଭାଇ ଜାହାଙ୍ଗିର ଦୁରାନିଙ୍କ ସହ ଗୁଜରାଟ ଜାମନଗରରେ ରହୁଥିଲେ ସଲିମ ଅଜିଜ । ସେ ଆଫଗାନିସ୍ତାନର କାବୁଲରେ ୧୯୩୪ ମସିହାରେ ଜନ୍ମ ହୋଇଥିଲେ । ତାଙ୍କ ବିୟୋଗରେ ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ଣଣଙ୍କ ସମେତ ବହୁ କ୍ରିକେଟର, କ୍ରୀଡ଼ାପ୍ରେମୀ, ପ୍ରଶଂସକ ଶୋକବ୍ୟକ୍ତ କରିଛନ୍ତି ।

ସଲିମ ଦୁରାନି ୧୯୬୦ରୁ ୧୯୭୩ ମଧ୍ୟରେ ଭାରତ ପାଇଁ ୨୯ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ୧୨୦୨ ରନ୍ କରିଥିଲେ ଯେଉଁଥିରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ସାମିଲ ଥିଲା । ଜଣେ ଟପ୍ ଅଲରାଉଣ୍ଡର ଭାବେ ଜଣଶୁଣା ଥିଲେ । ୨୯ ଟେଷ୍ଟରେ ସେ ୭୫ଟି ୱିକେଟ୍ ନେଇଥିଲେ । ସେତେବେଳେ ଛକା ମାରିବାରେ ସେ ମାହିର ଥିଲେ । ୧୯୬୧-୬୨ରେ ଇଂଲଣ୍ଡ ବିପକ୍ଷ ୫ଟି ମ୍ୟାଚ୍ ଟେଷ୍ଟ ସିରିଜରେ ସେ ହିରୋ ସାଜିଥିଲେ । କୋଲକାତା ଏବଂ ମାଡ୍ରାସ ଟେଷ୍ଟରେ ସେ ଯଥାକ୍ରମେ ୮ ଓ ୧୦ଟି ୱିକେଟ୍ ନେଇଥିଲେ । ଫଳରେ ଭାରତ ୨-୦ରେ ଇଂଲଣ୍ଡକୁ ହରାଇ ପ୍ରଥମ ଥର ପାଇଁ ଐତିହାସିକ(Historic) ଟେଷ୍ଟ ସିରିଜ ଜିତିଥିଲା । ଦେଶର ପ୍ରଥମ କ୍ରିକେଟର ଭାବେ ସଲିମ ଅଜିଜ ଦୁରାନି ଅର୍ଜୁନ ପୁରସ୍କାର (Arjuna Award) ପାଇଥିଲେ ।

Leave a Reply

Your email address will not be published. Required fields are marked *