ବିଶ୍ୱ ଅଟିଜିମ୍ ସଚେତନତା ଦିବସ..ପୀଡ଼ିତ ଶିଶୁ ମୁଖ୍ୟସ୍ରୋତରେ ସାମିଲ ହେବେ କିପରି ?

Autism Awareness Day

ଆଜି ବିଶ୍ୱ ଅଟିଜିମ୍ ଦିବସ(World Autism Awareness Day) । ରୋଗର (disease)ଲକ୍ଷଣ, ନିରାକରଣ ଓ ଏହାର ଅନ୍ୟାନ୍ୟ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବା ପାଇଁ ଏପ୍ରିଲ ୨ତାରିଖକୁ ବିଶ୍ୱ ଅଟିଜିମ୍ ଦିବସ ଭାବେ ପାଳନ କରାଯାଉଛି ।

ଅଟିଜିମ୍ ଏକ ମସ୍ତିସ୍କ ସମ୍ବନ୍ଧୀୟ (brain-related)ରୋଗ ଯାହା ଶିଶୁଙ୍କ ନିକଟରେ ଦେଖାଦେଇଥାଏ । ଏହି ରୋଗରେ ଶିକାର ହୋଇଥିବା ଶିଶୁମାନେ ସାଧାରଣତଃ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବାରେ କଷ୍ଟ ଅନୁଭବ କରିଥାନ୍ତି । ଚିଡ଼ିଚିଡ଼ା ହୋଇଥାନ୍ତି, କଥା କହିବା ଓ ବୁଝିବାରେ ସେମାନଙ୍କ ପାଇଁ ସମସ୍ୟା ହୋଇଥାଏ । ଶିଶୁକନ୍ୟା ଅପେକ୍ଷା ଅଧିକ ଶିଶୁପୁତ୍ର ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଲକ୍ଷଣ ଅନୁସାରେ ଅଟିଜିମ୍ ୩ ପ୍ରକାରର ହୋଇଥାଏ ଯାହାକୁ ବିଶେଷଜ୍ଞମାନେ ଚିହ୍ନଟ (identified)କରିଥାନ୍ତି ।

ତେବେ ଶିଶୁମାନେ ଅଟିଜିମ୍ ଭଳି ରୋଗରୁ ସମ୍ପୂର୍ଣ୍ଣ ମୁକ୍ତି(complete relief) ପାଇପାରିବେ । ରୋଗର ଗଭୀରତା, ଶିଶୁର ବୟସ ଏବଂ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଆରମ୍ଭ କରାଗଲେ ଏଭଳି ରୋଗରୁ ମୁକ୍ତି ମିଳିପାରିବ । ସେନସୋରି ଇଣ୍ଟିଗ୍ରେସନ ଥେରାପି, ଆର୍ଟ ଆଣ୍ଡ କ୍ରାଫ୍ଟ ଥେରାପି, ସ୍ପିଚ୍ ଥେରାପି ଭଳି ଚିକିତ୍ସା କରାଗଲେ ପୀଡ଼ିତ ଶିଶୁ ରୋଗରୁ ସୁସ୍ଥ ହୋଇପାରିବେ ।

Leave a Reply

Your email address will not be published. Required fields are marked *