ପଞ୍ଜାବ,ଲକ୍ଷ୍ନୌ ବିଜୟୀ..ଆଜି SH-RR ଓ RCB-MI ଲଢ଼େଇ

IPL DOUBLE MATCH

IPLର ଏକ ମ୍ୟାଚରେ ଡିଏଲ୍ଏସ(DLS) ମେଥଡରେ ପଞ୍ଜାବ କିଙ୍ଗସ ବିଜୟୀ(WIN) ହୋଇଛି । କୋଲକାତା ନାଇଟ୍ ରାଇଡର୍ସ(KolkataKnightRiders)କୁ ୭ ରନରେ ହରାଇଛି ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୯୧ ରନ୍ କରିଥିଲା ପଞ୍ଜାବ କିଙ୍ଗସ(PunjabKings) । ଜବାବରେ କୋଲକାତା ୧୬ ଓଭରରେ ୧୪୬ ରନ୍ କରିଥିଲା । ବର୍ଷା ଯୋଗୁଁ ଖେଳ ସମ୍ଭବ ହୋଇପାରିନଥିଲା । ଶେଷରେ ପଞ୍ଜାବ ୭ ରନରେ ବିଜୟୀ ଘୋଷିତ ହୋଇଥିଲା ।

ଅନ୍ୟ ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ(DelhiCapitals)କୁ ୫୦ ରନରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ (LucknowSuperGiants)। ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୧୯୩ ରନ୍ କରିଥିଲା । ୧୯୪ ରନ୍ ଟାର୍ଗେଟ୍ ପିଛା କରି ଦିଲ୍ଲୀ ୧୪୩ ରନରେ ସୀମିତ ରହିଥିଲା । ଅଧିନାୟକ ୱାର୍ଣ୍ଣର ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ଦଳକୁ ବିଜୟୀ କରାଇପାରିନଥିଲେ ।

IPLରେ ଆଜି ୨ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ ଅପରାହ୍ଣ ୩.୩୦ରେ ଖେଳାଯିବ । ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଓ ରାଜସ୍ଥାନ ରୟାଲ୍ସ (RajasthanRoyals) ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋର (Bangalore)ସହ ଲଢ଼ିବ ମୁମ୍ବାଇ ଇଣ୍ଡିଆନ୍ସ (MumbaiIndians)।

Leave a Reply

Your email address will not be published. Required fields are marked *