ମେଟ୍ରୋରେ ବୁଲିବା ୪ ସହର..ପ୍ରସ୍ତାବକୁ ଗ୍ରୀନ୍ ସିଗନାଲ୍

ଶେଷରେ ଆଜି ମେଟ୍ରୋ ଟ୍ରେନ୍‌ (metro train)କୁ ମିଳିଲା ଗ୍ରୀନ୍ ସିଗ୍‌ନାଲ୍ (green signal)। ଏଭଳି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ(approved) ଦେଇଛନ୍ତି । ସୂଚନା ଅନୁଯାୟୀ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡ଼ିବ ଏହି ମେଟ୍ରୋ ଟ୍ରେନ୍ । ପ୍ରାଥମିକ ପର୍ଯ୍ୟାୟ(initial phase)ରେ ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ଚାଲିବା ନେଇ ଯୋଜନା କରାଯାଉଛି । ପରେ ପରେ ଭୁବନେଶ୍ୱର ସମେତ କଟକ, ଖୋର୍ଦ୍ଧା ଓ ପୁରୀକୁ ଗଡ଼ିବ ଟ୍ରେନ୍ ।

5T ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍,ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ଉନ୍ନୟନ କମିଶନର ଅନୁ ଗର୍ଗ,ପରିବହନ ସଚିବ ଉଷା ପାଢ଼ୀ,ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି.ମାଥିଭାଥନ,ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଏହି ପ୍ରସ୍ତାବିତ କାର୍ଯ୍ୟର ସମୀକ୍ଷା କରିଥିଲେ । ବରିଷ୍ଠ ଅଧିକାରୀଙ୍କ ଏହି ଟିମ୍‌ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ,ବାଣୀବିହାର,ଜୟଦେବ ବିହାର,ପଟିଆ ଓ ନନ୍ଦନକାନନ ଦେଇ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ସବୁ ସ୍ଥାନ ସହିତ ଅନ୍ୟାନ୍ୟ ବିଭିନ୍ନ ସ୍ଥାନରେ ଗ୍ରାଉଣ୍ଡ ଜିରୋରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟିମ୍‌ ରିଭ୍ୟୁ(review) କରିଥିଲା ।

ବିଶେଷକରି ମେଟ୍ରୋ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଅତି କମରେ ୧୦ ବର୍ଷ ସମୟ ଲାଗିବ । ଏହି ସମୟ ମଧ୍ୟରେ ଟ୍ୱିନ୍ ସିଟିରେ ଲୋକସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଯାଇଥିବ । ତେଣୁ ଆସନ୍ତା ଦିନରେ ଭିଡ଼ (crowd)କମାଇବା ପାଇଁ ଏବେଠୁ ମେଟ୍ରୋ ଟ୍ରେନ୍ କାମ କରିବା ନିହାତି ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅନୁଗୁଳ-ସୁକିନ୍ଦା ରେଲୱେର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ।

Leave a Reply

Your email address will not be published. Required fields are marked *