କାସଭି ଷ୍ଟିଲ୍ ପ୍ଲାଣ୍ଟକୁ ମଞ୍ଜୁରୀ

ଏହା ମୋର ସ୍ୱପ୍ନ’ର ପ୍ରୋଜେକ୍ଟ : ଇଂ.ଦେବବ୍ରତ

KASVI GROUP CHAIRMAN


project,green signal,approval,investment
ଉତ୍କଳ ଦିବସ ଅବସରରେ କେନ୍ଦୁଝର ପାଇଁ ଦୁଇଟି ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ(project)କୁ ମଞ୍ଜୁରୀ ମିଳିଛି । କାସଭି ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମଟେଡ (Kasvi Power and Steel Private Limited) ଏବଂ ସୁପର ସ୍ମେଲଟର ଲି‌ମିଟେଡକୁ ଗ୍ରୀନ୍ ସିଗନାଲ (green signal) ଦେଇଛନ୍ତି ରାଜ୍ୟ ସରକାର । ବାରମ୍ବାର ଦାବି ପରେ ଆଜି ସରକାର ଏହାକୁ ଅନୁମୋଦନ(approval) କରିଛନ୍ତି ।

ସୂଚନା ଅନୁସାରେ କାସଭି ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ୍ ଝୁମ୍ପୁରା ତହସିଲ ଅଞ୍ଚଳରେ ପ୍ରତିଷ୍ଠା ହେବ । ଏଥିପାଇଁ ୧୮୦୦ କୋଟି ଟଙ୍କା ପୁଞ୍ଜି ନିବେଶ (investment)କରାଯିବ । ଷ୍ଟିଲ ପ୍ଲାଣ୍ଟର କ୍ଷମତା ରହିବ ୦.୫୫ ଏମ୍‌ଟିପିଏ । ୩୫୦୦ ବେକାର ଯୁବକଯୁବତୀଙ୍କ ଏଠାରେ ନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

ଏ ସମ୍ପର୍କରେ କାସଭି ଗ୍ରୁପ୍ ଚେୟାରମ୍ୟାନ୍ ଇଞ୍ଜିନିୟର ଦେବବ୍ରତ ବେହେରା କହିଛନ୍ତି କେନ୍ଦୁଝରରେ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ମୋର ସ୍ୱପ୍ନ (dream)ଥିଲା । ଯଦିଓ ପୂର୍ବରୁ ଏକାଧିକ ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ, ଲୁହାପଥର ଖଣି, ମାଙ୍ଗାନିଜ୍ ଖଣି କାସଭି ଗ୍ରପୁପ ମାଲିକାନାରେ ରହିଛି ମାତ୍ର ଏହି ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ କେନ୍ଦୁଝରର ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସହାୟକ ବୋଲି ସେ କହିଛନ୍ତି ।

ସେହିପରି, ସୁପର ସ୍ମଲ୍ଟର ଲିମିଟେଡ ପକ୍ଷରୁ ୧.୮ ଏମଟିିପିଏ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିରେ ୫୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବାବେଳେ ୧୯୦୦୦ ନିଯୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *